Videos
|
National

Nepal Flash Flood / ନେପାଳର ଗୋରଖା ଜିଲ୍ଲାରେ ଆକସ୍ମିକ ବନ୍ୟା, ଭାସିଗଲା ଅନେକ ଘର

Rashmita Mishra
Browse all articles by Rashmita Mishra
·54 mins ago·2 min read
ନେପାଳର ଗୋରଖା ଜିଲ୍ଲାରେ ଆକସ୍ମିକ ବନ୍ୟା, ଭାସିଗଲା ଅନେକ ଘର
Nepal Flash Flood

Key Points

ନେପାଳର ଗୋରଖା ଜିଲ୍ଲାରେ ଆକସ୍ମିକ ବନ୍ୟା । 
ଭାସିଗଲା ଅନେକ ଘର... 
ନଦୀକୂଳିଆ ଲୋକଙ୍କୁ ସତର୍କ ସୂଚନା  । 
ନେପାଳରେ ପୁଣି ମାଡ଼ି ଆସିଲା ବନ୍ୟା

ନେପାଳର ଗୋରଖା ଜିଲ୍ଲାରେ ରବିବାର ସକାଳେ ବୁଢ଼ି ଗଣ୍ଡକୀ ନଦୀରେ ଆକସ୍ମିକ ବନ୍ୟା ଆସିବାରୁ ଅନେକ ଘର ଭାସିଯାଇଛି । ଏହା ପରେ ନଦୀକୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏପର୍ଯ୍ୟନ୍ତ ଏହି ଘଟଣାରେ କାହାରି ମୃତ୍ୟୁ କିମ୍ବା ଆହତ ହେବାର ଖବର ମିଳିନାହିଁ ।
ଗୋରଖା ଜିଲ୍ଲାର ମୁଖ୍ୟ ଜିଲ୍ଲା ଅଧିକାରୀ ଧର୍ମେନ୍ଦ୍ର କୁମାର ମିଶ୍ରଙ୍କ କହିବା ଅନୁସାରେ, ରବିବାର ଭୋର୍ ପ୍ରାୟ ୪ଟା ୩୫ ମିନିଟ୍ ସମୟରେ ତାଙ୍କୁ ବଡ଼ ବନ୍ୟା ଆସିଥିବା ସମ୍ପର୍କରେ ସୂଚନା ମିଳିଥିଲା ।

ଭୂସ୍ଖଳନ ଯୋଗୁଁ ବନ୍ୟା ଆସିଥିବା ସନ୍ଦେହ

ପ୍ରାଥମିକ ସୂଚନା ଅନୁସାରେ, ଚୁମନୁବ୍ରି ଗ୍ରାମୀଣ ପୌରପାଳିକାର ୬ ନମ୍ବର ୱାର୍ଡ ଅଞ୍ଚଳରୁ ବନ୍ୟାଜଳ ତଳକୁ ମାଡ଼ି ଆସିଥିଲା । ସିଉରିବାସ ଉପର ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ଆଶଙ୍କା କରାଯାଉଛି । ଗ୍ରାମୀଣ ପୌରପାଳିକାର ଅଧ୍ୟକ୍ଷ ନିମା ଲାମା କହିଛନ୍ତି ଯେ, ଭୂସ୍ଖଳନ ଯୋଗୁଁ ଚୁମ୍‌କେ ଖୋଲା ନାମକ ଜଳଧାରାର ପ୍ରବାହ ଅବରୋଧ ହୋଇଯାଇଥିଲା । ଏହା ପରେ ହଠାତ୍ ବନ୍ୟାଜଳ ମାଡ଼ି ଆସିଥିବା ଜଣାପଡ଼ିଛି । ତେବେ ବନ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି ।
ଜଗତ ଅଞ୍ଚଳରେ ୫ରୁ ୭ଟି ଘର ଭାସିଯାଇଥିବା ସୂଚନା ।

ମୁଖ୍ୟ ଜିଲ୍ଲା ଅଧିକାରୀ ଧର୍ମେନ୍ଦ୍ର କୁମାର ମିଶ୍ରଙ୍କ ସୂଚନା ଅନୁସାରେ, ଜଗତ ଅଞ୍ଚଳରେ ନଦୀ ଶଯ୍ୟା ନିକଟରେ ଥିବା ପ୍ରାୟ ୫ରୁ ୭ଟି ଘର ବନ୍ୟାଜଳରେ ଭାସିଯାଇଛି । ଏହା ବ୍ୟତୀତ ନଦୀର ତଳମୁଣ୍ଡରେ ଆଉ କିଛି ଘର ମଧ୍ୟ କ୍ଷତିଗ୍ରସ୍ତ କିମ୍ବା ଭାସିଯାଇଥିବା ଆଶଙ୍କା ରହିଛି । ବନ୍ୟାଜଳ ସହିତ କାଦୁଅ ଓ ପଙ୍କ ମାଡ଼ି ଆସିଥିବାରୁ ଅଞ୍ଚଳରେ ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି । କ୍ଷୟକ୍ଷତିର ପ୍ରକୃତ ଆକଳନ ଏବେ ମଧ୍ୟ କରାଯାଉଛି ।

ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବା ପାଇଁ ଆଲର୍ଟ
ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ (NDRRMA) ପକ୍ଷରୁ ସକାଳ ୬ଟା ୪୦ ମିନିଟ୍‌ରେ ବନ୍ୟା ସତର୍କ ସୂଚନା ସମ୍ପର୍କିତ ଏକ SMS ପଠାଯାଇଥିଲା । ଏହି ସତର୍କ ସୂଚନାରେ ବନ୍ୟାଜଳ ପ୍ରବାହ ଥମିବା ପର୍ଯ୍ୟନ୍ତ ନଦୀ ନିକଟକୁ ନଯିବାକୁ ଏବଂ ତ୍ରିଶୂଳୀ ଦୋଭାନ ପର୍ଯ୍ୟନ୍ତ ନଦୀକୂଳ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନରେ ରହିବାକୁ କୁହାଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ବନ୍ୟାପ୍ରବଣ ଅଞ୍ଚଳଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଆକସ୍ମିକ ବନ୍ୟାର ପ୍ରକୃତ କାରଣ ଏବଂ ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ଜାରି ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: