Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନେପାଳ ହିଂସାରେ ପ୍ରାଣ ହରାଇଲେ ପଶୁପତିନାଥଙ୍କ ଦର୍ଶନ ପାଇଁ ଯାଇଥିବା ଭାରତୀୟ ମହିଳା

Ritu Das
Browse all articles by Ritu Das
·10 months ago·2 min read
ନେପାଳ ହିଂସାରେ ପ୍ରାଣ ହରାଇଲେ ପଶୁପତିନାଥଙ୍କ ଦର୍ଶନ ପାଇଁ ଯାଇଥିବା ଭାରତୀୟ ମହିଳା

Key Points

ତୀର୍ଥଯାତ୍ରା ପାଲଟିଥିଲା ଶେଷଯାତ୍ରା। ପଶୁପତିନାଥଙ୍କ ଦର୍ଶନ କରିବାକୁ ଯାଇ ଜୀବିତ ଫେରିଲେନି ମହିଳା। ସ୍ବାମୀଙ୍କ ସହ ନେପାଳରେ ଥିବା ଲୋକପ୍ରିୟ ପଶୁପତିନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ମହିଳା।

ତୀର୍ଥଯାତ୍ରା ପାଲଟିଥିଲା ଶେଷଯାତ୍ରା। ପଶୁପତିନାଥଙ୍କ ଦର୍ଶନ କରିବାକୁ ଯାଇ ଜୀବିତ ଫେରିଲେନି ମହିଳା। ସ୍ବାମୀଙ୍କ ସହ ନେପାଳରେ ଥିବା ଲୋକପ୍ରିୟ ପଶୁପତିନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ମହିଳା। ହେଲେ ହଠାତ୍ ଏଭଳି ନେପାଳରେ ହିଂସା ହେବ ଏବଂ ସବୁଦିନ ପାଇଁ ନିଜ ପରିବାରଠୁ ସେ ଦୂରେଇ ଯିବେ ବୋଲି କେବେ ଭାବିନଥିଲେ। ସୋମବାର ନେପାଳ‌ରେ ଜେନ୍-ଜିମାନେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ସରକାର ‌ସୋସିଆଲ ମିଡିଆ ବ୍ୟାନ୍ କରିବା ପରେ ରାସ୍ତାକୁ ଓହ୍ଲାଇଥିଲେ ନେପାଳ ଯୁବପିଢ଼ି। ମଙ୍ଗଳବାର ଏହି ବିରୋଧ ପ୍ରଦର୍ଶନ ଗମ୍ଭୀର ହୋଇଥିବା ବେଳେ ବିଭିନ୍ନ ନେତାଙ୍କ ସରକାରୀ ବାସଭବନ ଓ ବଡ଼ ବଡ଼ ହୋଟେଲ ଜାଳି ଦେଇଥିଲେ ବିକ୍ଷୋଭକାରୀ, ଯାହାର ଶିକାର ହୋଇଥିଲେ ଗାଜିଆବାଦର ରାଜେଶ‌ ଗୋଲା। ସୂଚନା ମୁତାବକ, ରାମବୀର ସିଂହ ଗୋଲା (୫୮) ଏବଂ ତାଙ୍କ ପତ୍ନୀ ରାଜେଶ ଗୋଲା ସେପ୍ଟେମ୍ବର ୭ ତାରିଖରେ ପଶୁପତିନାଥ ମନ୍ଦିର ଦର୍ଶନ ପାଇଁ କାଠମାଣ୍ଡୁ ଯାଇଥିଲେ।


କିନ୍ତୁ ସେପ୍ଟେମ୍ବର ୯ତାରିଖ ରାତିରେ ହିଂସାତ୍ମକ ପ୍ରତିବାଦ ସମୟରେ ସେମାନଙ୍କର ପଞ୍ଚତାରକା ହୋଟେଲରେ ନିଆଁ ଲଗାଇ ଦିଆଯାଇଥିଲା। ଭୟଭୀତ ହୋଇ ରାମବୀର ଝରକାର ପରଦା ବ୍ୟବହାର କରି ତାଙ୍କ ସ୍ତ୍ରୀଙ୍କୁ ତଳକୁ ନେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ରାଜେଶଙ୍କ ହାତ ଖସି ଯିବାରୁ ‌ସେ ତଳେ ପଡ଼ିଯାଇଥିଲେ। ଅଧିକ ଉଚ୍ଚରୁ ପଡ଼ିବାରୁ ରାଜେଶ ଗୁରୁତର ଆହତ ହୋଇଥିଲେ ଏବଂ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ପରିବାର ସଦସ୍ୟମାନେ ତାଙ୍କ ମୃତଦେହକୁ ଗାଜିଆବାଦ ଆଣିଥିବା ଜଣାଯାଇଛି। ରାଜେଶଙ୍କ ବଡ଼ ପୁଅ ବିଶାଲଙ୍କ କହିବା ମୁତାବକ, 'ନେଟ୍‌ୱାର୍କ ନଥିବାରୁ ଦୁଇ ଦିନ ପର୍ଯ୍ୟନ୍ତ ଆମେ ପିତାମାତାଙ୍କ ଠିକଣା ବିଷୟରେ କୌଣସି ସୂଚନା ପାଇପାରିଲୁ ନାହିଁ। ଶେଷରେ, ମୋ ବାପା ଏକ ରିଲିଫ୍ ଶିବିରରେ ଥିବା ସୂଚନା ମିଳିଲା। କିନ୍ତୁ ସେତବେଳକୁ ମୋ ମାଆଙ୍କ ମୃତ୍ୟୁ ହୋଇସାରିଥିଲା।'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Woman Killed During Nepal Violence While Visiting Pashupatinath Temple | Argus News