Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

S Jai Shankar / ୟୁନୁସ ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ବୈଦେଶିକ ମନ୍ତ୍ରଣାଳୟ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ୟୁନୁସ ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ବୈଦେଶିକ ମନ୍ତ୍ରଣାଳୟ
S Jai Shankar

Key Points

ବାଂଲାଦେଶରେ ମୁକ୍ତ, ନିରପେକ୍ଷ ଓ ବିଶ୍ୱସନୀୟ ନିର୍ବାଚନ ପ୍ରକ୍ରିୟାକୁ ସମର୍ଥନ କରିଛି ବୈଦେଶିକ ମନ୍ତ୍ରଣାଳୟ ।

ବାଂଲାଦେଶକୁ ଦୃଢ଼ ଜବାବ । ୟୁନୁସ ସରକାରଙ୍କ ଦାବି ପ୍ରତ୍ୟାଖ୍ୟାନ କରିଛି ବୈଦେଶିକ ମନ୍ତ୍ରଣାଳୟ । ଭାରତ ବାଂଲାଦେଶ ବିରୋଧରେ କୌଣସି କାର୍ଯ୍ୟକଳାପ ପାଇଁ ନିଜ ଅଞ୍ଚଳ ବ୍ୟବହାର କରିବାକୁ ଦେଇନଥିବା ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରଣାଳୟ । ଭାରତ ଡିସେମ୍ବର ୧୪ରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରେସ୍ ନୋଟରେ କରାଯାଇଥିବା ଦାବିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛି ।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରୁ ଦେଇଥିବା ବୟାନ ଉପରେ ଢାକାରେ ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ କରିଥିଲେ ବାଂଲାଦେଶ ସରକାର । ଶେଖ ହସିନା ଭାରତରେ ରହି ହିଂସାକୁ ଉସୁକାଇବାକୁ ଚେଷ୍ଟା କରୁଥିବା ବାଂଲାଦେଶ ଅନ୍ତରୀଣ ସରକାର ଅଭିଯୋଗ କରିଥିଲେ । ଏହାସହିତ ବାଂଲାଦେଶରେ ମୁକ୍ତ, ନିରପେକ୍ଷ ଓ ବିଶ୍ୱସନୀୟ ନିର୍ବାଚନ ପ୍ରକ୍ରିୟାକୁ ସମର୍ଥନ କରିଛି ବୈଦେଶିକ ମନ୍ତ୍ରଣାଳୟ ।

ସୂଚନାଯୋଗ୍ୟ, ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍‌ ହସୀନାଙ୍କୁ ଶରଣ ଦେଇଛି ଭାରତ । ଆଉ ଏଇଥିପାଇଁ ଭାରତ ଉପରେ ଅଧିକ ଚିହିଁକି ଉଠିଛି ୟୁନୁସଙ୍କ ଅନ୍ତରୀଣ ସରକାର । ୟୁନୁସ ସରକାର ସେଖ୍‌ ହସୀନାଙ୍କୁ ନିକଟ ଅତୀତରେ ଦେଶ ଦ୍ରୋହୀ ବୋଲି କୋର୍ଟରେ ପ୍ରମାଣିତ କରିଛି । ଯାହାଫଳରେ କୋର୍ଟ ତାଙ୍କୁ ଫାସୀ ଦଣ୍ଡ ଶୁଣାଇଛନ୍ତି ।

ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି, ୧୫ ଜୁଲାଇରୁ ୫ ଅଗଷ୍ଟ, ୨୦୨୪ ମଧ୍ୟରେ ହୋଇଥିବା ପ୍ରତିବାଦ ଦେଶକୁ ଏକ ଯୁଦ୍ଧ ପରିସ୍ଥିତିରେ ପକାଇ ଦେଇଥିଲା। ଏହି ତିନି ସପ୍ତାହ ମଧ୍ୟରେ ପ୍ରାୟ ୧୪୦୦ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ। ସୁରକ୍ଷା ବାହିନୀ ଦ୍ୱାରା ଗୁଳିଚାଳନା ଯୋଗୁ ଅନେକ ମୃତ୍ୟୁ ଘଟିଛି। ଏହି ହିଂସାକୁ ୧୯୭୧ ସ୍ବାଧୀନତା ଆନ୍ଦୋଳନ ପରେ ସବୁଠାରୁ ଗମ୍ଭୀର ବୋଲି ବିବେଚନା କରାଯାଏ। ବାଂଲାଦେଶର ୨୪୦ ବିଲିୟନ ଡଲାରର ପୋଷାକ ଶିଳ୍ପ, ଦେଶର ସବୁଠାରୁ ବଡ଼ ଆର୍ଥିକ ନିର୍ଭରଶୀଳତା ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଶେଖ ହାସିନା ଅଗଷ୍ଟ ୨୦୨୪ରେ ଦେଶ ଛାଡିବା ପରେ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଛନ୍ତି। 

ଭାରତରେ ଥାଇ ଗତ ମାସରେ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଏକ ଇମେଲ୍ ସାକ୍ଷାତକାର ଦେଇଥିଲେ ସେଖ ହସୀନା । ସେଥିରେ ସେ କହିଥିଲେ, ବାଂଲାଦେଶର ବର୍ତ୍ତମାନର ଅନ୍ତରୀଣ ସରକାର ଏବଂ ଏହାର ମୁଖ୍ୟ ମହମ୍ମଦ ୟୁନୁସ, ଭାରତ ସହିତ ସମ୍ପର୍କ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଚରମପନ୍ଥୀ ତତ୍ୱମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଅନ୍ତରୀଣ ସରକାରଙ୍କ ସହିତ ତାଙ୍କ ବୈଦେଶିକ ନୀତିକୁ ତୁଳନା କରି, ସେ କହିଛନ୍ତି ଯେ ଢାକା ଏବଂ ନୂଆଦିଲ୍ଲୀ ମଧ୍ୟରେ ଥିବା "ବିସ୍ତୃତ ଏବଂ ଗଭୀର" ସମ୍ପର୍କ, ୟୁନୁସଙ୍କ ମୂର୍ଖତା ପାଇଁ ବିଗିଡ଼ୁଛି । ତେଣୁ ଏହାକୁ ଦୃଢ଼ ଭାବରେ ପ୍ରତିହତ କରିବା ଉଚିତ।

ଏହାସହ ହାସିନା, ଭାରତ ସରକାରଙ୍କ ନିକଟରେ କୃତଜ୍ଞ ବୋଲି କହିଥିଲେ । କାରଣ ସେ ଯେତେବେଳେ ନିଜ ଦେଶରୁ ପଳାୟନ କରିଥିଲେ, ସେତେବେଳେ ଭାରତ ସରକାର ତାଙ୍କୁ ଶରଣ ଦେଇଥିଲେ । ଭାରତ ସରକାର ଏବଂ ଭାରତୀୟ ନାଗରିକ ତାଙ୍କୁ ଖୁବ୍‌ ଶ୍ରଦ୍ଧାର ସହ ସ୍ୱାଗତ କରିଥିବାରୁ ସେ କୃତଜ୍ଞତା ଜଣାଇଥିଲେ । ସେ ଏହାକୁ କେବେ ଭୁଲି ପାରିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
S Jai Shankar | Never allowed territory for activities against Bangladesh’s interests: India | Argus News