Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindoor: ବିରୋଧୀଙ୍କୁ ତାତ୍ସଲ୍ୟ କଲେ ରାଜନାଥ, କହିଲେ ପ୍ରଶ୍ନ ପଚାରି ଶିଖିନାହାନ୍ତି ବିରୋଧୀ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Operation Sindoor: ବିରୋଧୀଙ୍କୁ ତାତ୍ସଲ୍ୟ କଲେ ରାଜନାଥ, କହିଲେ ପ୍ରଶ୍ନ ପଚାରି ଶିଖିନାହାନ୍ତି ବିରୋଧୀ

Key Points

ଅପରେସନ ସିନ୍ଦୂରକୁ ନେଇ ପାର୍ଲାମେଣ୍ଟରେ ବିତର୍କ
ବିରୋଧୀଙ୍କ ପ୍ରଶ୍ନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଶାଣିତ କଟାକ୍ଷ
କହିଲେ, ପ୍ରଶ୍ନ ପଚାରିବା ଶିଖି ନାହାନ୍ତି ବିରୋଧୀ

ଅପରେସନ ସିନ୍ଦୂରକୁ ନେଇ ପାର୍ଲାମେଣ୍ଟରେ ବିତର୍କ । ବିରୋଧୀଙ୍କ ପ୍ରଶ୍ନରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶାଣିତ କଟାକ୍ଷ । କହିଲେ, ପ୍ରଶ୍ନ ପଚାରିବା ଶିଖି ନାହାନ୍ତି ବିରୋଧୀ । ଭାରତର କେତେ ବିମାନ ନଷ୍ଟ ହୋଇଛି ପଚାରୁଥିବା ଲୋକେ ଥରେ ବି ପଚାରି ନାହାନ୍ତି କେତୋଟି ଖସିଛି ଶତ୍ରୁ ପକ୍ଷର ବିମାନ । ରାଜନାଥଙ୍କ ସ୍ପଷ୍ଟୋକ୍ତି... ଅପରେସନ ସିନ୍ଦୂରରେ ଭାରତୀୟ ସେନାର ହୋଇନାହିଁ କୌଣସି କ୍ଷତି । ଯଦି ବିରୋଧୀ ପଚାରନ୍ତି ଆତଙ୍କୀ ଆଡ୍ଡା ନଷ୍ଟ ହୋଇଛି କି, ତାର ଉତ୍ତର ହଁ । ଅପରେସନ ସିନ୍ଦୁର ସଫଳ ହୋଇଛି କି ନାହିଁ, ତାର ଉତ୍ତର ହଁ ।

ଅପରସେନ ସିନ୍ଦୂରକୁ ନେଇ ସାରା ଦେଶରେ ନୂତନ ଉର୍ଜ୍ଜା ଓ ଆତ୍ମବିଶ୍ବାସ ସୃଷ୍ଟି ହୋଇଥିବା ବେଳେ ବିରୋଧୀଙ୍କ ପ୍ରଶ୍ନକୁ ନେଇ କଡ଼ା ସମାଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବିରୋଧୀ ପ୍ରଶ୍ନ ପଚାରିବା ଶିଖିନାହାନ୍ତି, ସେମାନଙ୍କ ପ୍ରଶ୍ନରେ ଦେଶବାସୀଙ୍କ ଭାବାବେଗର ପ୍ରତିଫଳନ ହେଉନାହିଁ । ଶତ୍ରୁର କେତେ ଯୁଦ୍ଧ ବିମାନ ନଷ୍ଟ ହୋଇଛି ସେ ପ୍ରଶ୍ନ ପଚାରିବା ବଦଳରେ ବିରୋଧୀ ପଚାରୁଛନ୍ତି ଭାରତର କେତେ ବିମାନ ନଷ୍ଟ ହୋଇଛି ।

ଅପରେସନ ସିନ୍ଦୂରରେ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରାଯାଇଛି । ଏହି ଅପରସେନରେ ଭାରତୀୟ ସେନାର କୌଣସି କ୍ଷତି ହୋଇନାହିଁ । ପାକିସ୍ତାନ ପାଖରେ ଏଭଳି ଅପରେସନର କୌଣସି ଜବାବ ନଥିଲା । ଭାରତୀୟ ସେନା ଯେଉଁଭଳି ଢଙ୍ଗରେ ଆତଙ୍କୀଙ୍କ ଭାଷାରେ ସେମାନଙ୍କୁ ଜବାବ ଦେଇଛି ସେଥିପାଇଁ ସେମାନେ ପ୍ରଶଂସା ପାଇବାର ହକ୍‌ଦାର । ବିରୋଧୀ ମଧ୍ୟ ସେନାର ପରାକାଷ୍ଠାକୁ ସମ୍ମାନ ଜଣାଇବାର ସମୟ ଆସିଛି ।

ଆତଙ୍କୀଙ୍କୁ ସମର୍ଥନ କରୁଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ଯେଉଁ ଦେଶ ଧର୍ମାନ୍ଧତା, ଆତଙ୍କବାଦୀ, ବିଦ୍ବେଷ ସୃଷ୍ଟିକୁ ପ୍ରାଥମିକତା ଦେଉଛି, ସେମାନଙ୍କ ସହ କୌଣସି ଆଲୋଚନା କରାଯିବ ନାହିଁ । ଗୁଳିର ଭାଷା ଆଗରେ ଆଲୋଚନାର ସ୍ବର ଥମିଯାଏ । ଯେଉଁଠି ନୀରିହ ଲୋକଙ୍କ ରକ୍ତପାତ ହେଉଛି ସେଠି ଆଲୋଚନାର କୌଣସି ସମ୍ଭାବନା ନାହିଁ ।

ଭାରତୀୟ ସେନା ସହ ଲଢିବାର ସିଧାସଳଖ ସାମର୍ଥ୍ୟ ନଥିବାରୁ ପ୍ରକ୍ସି ଓ୍ବାର ମାଧ୍ୟମରେ ଅସ୍ଥିରତା ସୃଷ୍ଟି ପାଇଁ ହୀନ ଉଦ୍ୟମ କରୁଛି ପାକିସ୍ତାନ । ଏଥିପାଇଁ ନିରୀହ ଲୋକଙ୍କୁ ଟାର୍ଗେଟ୍ କରାଯାଉଛି । କିନ୍ତୁ ସେମାନେ ଭୁଲି ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ନୂଆ ଭାରତ ଯେ କୌଣସି କଠିନ ନିଷ୍ପତ୍ତି ନେବାକୁ ସମର୍ଥ ।

ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ସାରା ଦେଶ ଏକାଠି ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଯେ କୌଣସି ନିଷ୍ପତ୍ତିକୁ ପୁରା ଦେଶର ସମର୍ଥନ ରହିଥିଲା । ଏପରିକି ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଆଣ୍ଠେଇବାକୁ ପୁରା ପ୍ରସ୍ତୁତ ରହିଥିଲା । କିନ୍ତୁ କେଉଁ ପରିସ୍ଥିତିରେ ଅଚାନକ ଭାରତ ପକ୍ଷରୁ ଅସ୍ତ୍ରବିରତି ପାଇଁ ଘୋଷଣା କରାଗଲା ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ କଣ ଭୂମିକା ରହିଥିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗଇ ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ପରଠାରୁ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଯୋଗୁ ତିନି ଥର ଗୃହ ମୁଲତବୀ କରିଥିଲେ ବାଚସ୍ପତି । ପ୍ରବଳ ହଙ୍ଗାମା ପରେ ପ୍ରଥମେ ଦିନ ୧୨ଟା ଓ ପରେ ଦିନ ଗୋଟାଏ ଏବଂ ଶେଷରେ ଦିନ ୨ଟା ଯାଏ ମୁଲତବୀ ହୋଇଥିଲା ଗୃହ। ତାପରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଅପରେସନ ସିନ୍ଦୂରକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ୧୬ ଘଣ୍ଟା ଲେଖାଏଁ ଆଲୋଚନା ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
‘Never Asked How Many Pakistani Planes We Shot Down’: Rajnath Singh Tears Into Oppn On Op Sindoor | Argus News