Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରସାଦ ସେବନ ସମୟରେ ଏଭଳି କଲେ ଭଗବାନ ଖୁସି ହୁଅନ୍ତି: ପ୍ରେମାନନ୍ଦ ମହାରାଜ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରସାଦ ସେବନ ସମୟରେ ଏଭଳି କଲେ ଭଗବାନ ଖୁସି ହୁଅନ୍ତି: ପ୍ରେମାନନ୍ଦ ମହାରାଜ

ଅର୍ଗସ ବ୍ୟୁରୋ:  ପ୍ରସାଦ ପାଇବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ। ପ୍ରେମାନନ୍ଦ ମହାରାଜ ଏଭଳି କିଛି କହିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବୃନ୍ଦାବନରେ ପ୍ରବଚନ ଦେଉଥିବା ପ୍ରେମାନନ୍ଦ ମହାରାଜ ନିକଟରେ ଏଭଳି କିଛି କହିଛନ୍ତି କି, ପ୍ରସାଦ ସେବନ ସମୟରେ ଆମେ କେଉଁ ଭୁଲ ନକରିବା ଉଚିତ। ପ୍ରେମାନନ୍ଦ ମହାରାଜ କୁହନ୍ତି କି, ପ୍ରସାଦ ବହୁତ ଶୁଭ ହୋଇଥାଏ। ଏଥିପାଇଁ ପ୍ରସାଦର ଗୋଟେ ବି ଦାନାକୁ ଅପମାନ କରିବା ଉଚିତ ନୁହେଁ। ସେହି ପ୍ରସାଦ ଭୁଲରେ ବି ମଧ୍ୟ ଅଳିଆରେ ଫୋପାଡିବା ଉଚିତ ନୁହେଁ। ଏହାସହ ଏହାର ଅପମାନ କରିବା ଠିକ ନୁହେଁ। ପ୍ରେମାନନ୍ଦ ମହାରାଜଙ୍କ କହିବାନୁସାରେ, ଲୋକମାନେ ଅଳ୍ପ ପ୍ରସାଦ ଖାଇ ବାକି ସବୁ ଅଳିଆରେ ଫୋପାଡି ଦିଅନ୍ତି। ଏଭଳି ଭୁଲ କରିବା ଉଚିତ ନୁହେଁ।

ପ୍ରେମାନନ୍ଦ ମହାରାଜ ଏହା ମଧ୍ୟ କହିଛନ୍ତି ଯେ, ଯଦି ପ୍ରସାଦ ଅଳିଆରେ ଫୋପାଡି ଦିଉଛନ୍ତି ତେବେ ଭଗବାନଙ୍କୁ ପଚଜା କରିବର କୌଣସି ବି ଲାଭ ହୁଏ ନାହିଁ। 
ଯଦି ମହାଋଷିଙ୍କଠାରୁ ପ୍ରସାଦର ଗୋଟେବି ଦାନା ପଡିଯାଏ। ତେବେ ସେମାନେ ମଧ୍ୟ ସେହି ଦାନାକୁ ଉଠାଇ ମୁଣ୍ଡିଆ ମାରି ଖାଇଥାନ୍ତି। ପ୍ରେମାନନ୍ଦ ମହାରାଜ ପ୍ରସାଦ ଗ୍ରହଣ କରିବାର ଉପାୟ କହିଛନ୍ତି କି, ପ୍ରସାଦକୁ ଦେଖୁ ଦେଖୁ ପ୍ରଥମେ ପ୍ରଣାମ କରିବ,  ଏହାପରେ ଯେଉଁ ସ୍ଥାନରେ ବସିଥିବ ସେଠାରେ ଛିଡା ହୋଇ ଚାରି ଥର ପରିକ୍ରମା କରିବ। ଏହାପରେ ପ୍ରସାଦ ଗ୍ରହଣ କରିବା ଉଚିତ। ପ୍ରେମାନନ୍ଦ ମହାରାଜ କୁହନ୍ତି କି, କେବଳ ଏତିକି କରିବା ଦ୍ୱାରା ଯେକୌଣସି ଲୋକର ପାପ ନଷ୍ଟ ହୋଇଥାଏ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
never make this mistake while taking prasad according to premanand maharaj | Argus News