Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତାକାଲି ଶପଥ ଗ୍ରହଣ କରିବେ ନୂତନ ପ୍ରଧାନ ବିଚାରପତି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଆସନ୍ତାକାଲି ଶପଥ ଗ୍ରହଣ କରିବେ ନୂତନ ପ୍ରଧାନ ବିଚାରପତି

Key Points

ସେ ବହୁ ଗୁରୁତ୍ବପୂର୍ଣ୍ଣ ଖଣ୍ଡପୀଠରେ କାର୍ଯ୍ୟ କରିଛନ୍ତି

ଆସନ୍ତାକାଲି ଶପଥପାଠ କରାଇବେ ରାଷ୍ଟ୍ରପତି

ସୁପ୍ରିମକୋର୍ଟର ୫୨ ତମ ପ୍ରଧାନ ବିଚାରପତି ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ନ୍ୟାୟଧୀଶ ଭୂଷଣ ରାମକୃଷ୍ଣ ଗବାଇ। ଆନ୍ତକାଲି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ତାଙ୍କୁ କାଲି ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଆଜି ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନାଙ୍କ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆସନ୍ତାକାଲି ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ।


ଜଷ୍ଟିସ୍ ଗବାଇ ୧୯୬୦, ନଭେମ୍ବର ୨୪ ତାରିଖରେ ମହାରାଷ୍ଟ୍ରର ଅମରାବତୀରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଖ୍ୟାତ ରାଜନୀତିଜ୍ଞ ତଥା ପୂର୍ବତନ ସାଂସଦ ରାମକ୍ରୀଷ୍ଣ ଗବାଇଙ୍କ ପୁଅ । ସେ ୧୯୮୫, ମାର୍ଚ୍ଚ ୧୬ ତାରିଖରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିଥିଲେ । ୨୦୦୭ରେ ପ୍ରଥମ ଦଳିତ ପ୍ରଧାନ ବିଚାରପତି ଥିଲେ । ଦୀର୍ଘ ୧୬ ବର୍ଷ ଧରି ବମ୍ବେ ହାଇକୋର୍ଟରେ ବିଚାରପତିଭାବେ ଦାୟିତ୍ବ ତୁଲାଇଛନ୍ତି। ୨୦୧୯ ମେ ୨୪ ତାରିଖରେ ତାଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ସେବେଠାରୁ ସୁପ୍ରିମକୋର୍ଟର ବହୁ ଗୁରୁତ୍ବପୂର୍ଣ୍ଣ ଖଣ୍ଡପୀଠରେ କାର୍ଯ୍ୟ କରିଛନ୍ତି। ଧାରା ୩୭୦ ଉଚ୍ଛେଦ, ଇଲେକ୍ଟ୍ରୋରାଲ ବଣ୍ଡ୍, ନୋଟବନ୍ଦୀ ଓ ଅନୁସୂଚିତ ଜାତିର ଉପଜାତି ଭଳି ଗୁରୁତ୍ୱ ପୂର୍ଣ୍ଣ ମାମଲାରେ ସେ ବିଚାରପତିଭାବେ ଦାୟିତ୍ବ ସମ୍ଭାଳିଛନ୍ତି। ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସର୍ବସମ୍ମତିକ୍ରମେ ସମର୍ଥନ କରିଥିବା ପାଞ୍ଚ ଜଣିଆ ଖଣ୍ଡପୀଠର ସଦସ୍ୟଙ୍କ ମଧ୍ୟରେ ସେ ରହିଥିଲେ। ୨୦୨୫, ନଭେମ୍ବର ୨୪ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ।

Sponsored
New Chief Justice to take oath tomorrow | Argus News