BRICS Summit 2026 / ନୂଆଦିଲ୍ଲୀ ବ୍ରିକ୍ସ ସମ୍ମିଳନୀ ଉପରେ ସାରା ବିଶ୍ବର ନଜର…ବିଶ୍ବର ତିନି ମହାଶକ୍ତିଙ୍କ ଭପରେ ସମସ୍ତଙ୍କ ଆଖି
·12 mins ago·2 min read

Key Points
ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ୧୮ତମ ବ୍ରିକ୍ସ ସମ୍ମିଳନୀ । ଏଥିପାଇଁ ବିଶ୍ବର ବିଭିନ୍ନ ଦେଶର ଶୀର୍ଷ ନେତାଙ୍କ ଭାରତକୁ ଆଗମନ । ତା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ବାଣିଜ୍ୟ, ନିବେଶ ଓ ଶକ୍ତି ଯୋଗାଣ ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା। ଆସନ୍ତାକାଲି ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ସହ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦି । ଏଥିସହ ଗୁରୁତ୍ବପୂର୍ଣ୍ଣ ବ୍ରିକ୍ସ ବୈଠକରେ ଏକାଠି ହେବେ ବିଶ୍ବର ତିନି ମହାଶକ୍ତି । ପୂର୍ବରୁ SCO ବୈଠକରେ ଏକାଠି ହୋଇଥିବା ଭାରତ, ଚୀନ ଓ ରୁଷିଆର ରାଷ୍ଟ୍ରମୁଖ୍ୟଙ୍କୁ ପୁଣି ଗୋଟିଏ ମଂଚରେ ଦେଖିବାକୁ ମିଳିବ।
ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାର ସହ ୧୧ଟି ଦେଶର ରାଷ୍ଟ୍ରମୁଖ୍ୟ ମଧ୍ୟ ଉପସ୍ଥିତ ରହବେ । କିନ୍ତୁ ବ୍ରିକ୍ସ ବୈଠକରେ ବିଶ୍ୱର ତିନି ମହାଶକ୍ତି ଉପରେ ସମସ୍ତଙ୍କ ନଜର ରହିବ । ଗତ କିଛି ବର୍ଷ ହେବ ଆମେରିକା ବାରମ୍ବାର ଏକଚାଟିଆ ନିଷ୍ପତ୍ତି ନେଇ ବିଶ୍ବକୁ ନିଜ କର୍ତ୍ତୃତ୍ବକୁ ନେବାକୁ ଚେଷ୍ଟା କରୁଛି । କିନ୍ତୁ ଭାରତ ଆମେରିକାର ଏହି ପ୍ରଭୁତ୍ବକୁ ଚ୍ୟାଲେଂଜ କରି ନୂତନ ବିଶ୍ବ ବ୍ୟବସ୍ଥା ସୃଷ୍ଟି କରିବାକୁ ନେଇଛି ବଡ ପଦକ୍ଷେପ।
ରୁଷିଆ, ଭାରତ ଏବଂ ଚାଇନା। ଏହି ତିନୋଟି ଦେଶର ଜିଡିପିର ବିଶ୍ୱର ମୋଟ ଜିଡିପିରେ ୩୩ ପ୍ରତିଶତ ଭାଗିଦାରୀ ରହିଛି। ଚାଇନାର ଅର୍ଥବ୍ୟବସ୍ଥା ୧୮.୭ ଟ୍ରିଲିୟନ ଡଲାର । ଭାରତର ଅର୍ଥବ୍ୟବସ୍ଥା ୪.୩ ଟ୍ରିଲିୟନ ଡଲାର । ରୁଷିଆର ଅର୍ଥବ୍ୟବସ୍ଥା ୨.୨ ଟ୍ରିଲିୟନ ଡଲାର । ଅନ୍ୟପକ୍ଷରେ ଆମେରିକାର ୨୯ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ରହିଛି । ଏବଂ ବିଶ୍ବ GDPକୁ ଆମେରିକାର ଯୋଗଦାନ ୨୬% ରହିଛି । ତେଣୁ ତିନି ଦେଶ ମିଳିତ ଭାବେ ଆମେରିକାକୁ ବଡ ଚ୍ୟାଲେଂଜ ଦେବାକୁ ସକ୍ଷମ ହୋଇପାରନ୍ତି । ଅନ୍ୟପକ୍ଷରେ ବିଶ୍ୱର ପ୍ରାୟ ୩୮ ପ୍ରତିଶତ ଜନସଂଖ୍ୟା କେବଳ ଏହି ତିନୋଟି ଦେଶରେ ବାସ କରନ୍ତି । ଏହି ବିଶାଳ ମାନବ ସମ୍ବଳ ଆମେରିକା ପାଇଁ ଚ୍ୟାଲେଂଜ ସୃଷ୍ଟ କରିପାରେ।
ବ୍ରିକ୍ସ ବୈଠକରେ ନୂଆ ବିଶ୍ବ ବ୍ୟବସ୍ଥାକୁ ଚ୍ୟାଲେଂଜ ଦେବାକୁ ହେବ କି ରଣନୀତି । କଣ ଗ୍ଲୋବାଲ୍ ସାଉଥ୍ ଦେଶମାନଙ୍କର ସ୍ୱର ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବ? ଭାରତ, ରୁଷିଆ, ଚାଇନା ମିଳିତ ଭାବରେ ଆମେରିକା ଏବଂ ପଶ୍ଚିମୀ ଦେଶମାନଙ୍କ ସାମ୍ନାରେ କୌଣସି ଏକ ନୂତନ ଶକ୍ତି ସନ୍ତୁଳନ ପ୍ରକୃତରେ ପ୍ରସ୍ତୁତ କରିପାରିବେ? ଏଥିପାଇଁ ନୂଆଦିଲ୍ଲୀରେ ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହେଉଛି ଗୁରୁତ୍ବପୂର୍ଣ୍ଣ ବ୍ରିକ୍ସ ସମ୍ମିଳନୀ।
ଭାରତ ବ୍ରିକ୍ସର ଅଧ୍ୟକ୍ଷତା ଏପରି ଏକ ସମୟରେ କରୁଛି ଯେତେବେଳେ ଇରାନ, ଆମେରିକା ଏବଂ ଇସ୍ରାଏଲ୍ ଯୁଦ୍ଧ କାରଣରୁ ସମଗ୍ର ପଶ୍ଚିମ ଏସିଆରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖାଦେଇଛି। ଗୋଟିଏ ପଟେ ଇରାନ ଅଛି ତ ଅନ୍ୟ ପଟେ ଆମେରିକାର ଘନିଷ୍ଠ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଅର୍ଥାତ୍ ୟୁଏଇ ମଧ୍ୟ ସାମିଲ ଅଛନ୍ତି । ଏଭଳି ପରିସ୍ଥିତିରେ ବ୍ରିକ୍ସ ରାଷ୍ଟ୍ରଙ୍କ ମିଳିତ ଘୋଷଣାନାମା ଆମେରିକାର ଏକଚାଟିଆ ନୀତି ବିରୋଧରେ ଏକ ବଡ଼ କୂଟନୈତିକ ବିଜୟ ସାବ୍ୟସ୍ତ ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories