Videos
|
National

ନୂଆଦିଲ୍ଲୀ ଜୁହାର ପରିବାରକୁ ପୂରିଲା ୨୫ ବର୍ଷ

Smruti Parija
Browse all articles by Smruti Parija
·2 years ago·1 min read
ନୂଆଦିଲ୍ଲୀ ଜୁହାର ପରିବାରକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ: ଓଡିଶାର କଳା, ସଂସ୍କୃତି, ଐତିହ, ପରମ୍ପରା, ଭାସ୍କର୍ଯ୍ୟ ଦେଶ ବିଦେଶରେ ସ୍ୱୀକୃତ । ପ୍ରତିଟି ଓଡିଆ ଭିତରେ ଜାତି ପ୍ରେମ ଖୁବ ବାରି ହୋଇପଡେ । ଯାହାର ଇଏ ଗୋଟିଏ ଉଦାହରଣ । ନୂଆଦିଲ୍ଲୀ ଜୁହାର ପରିବାରକୁ ପୂରିଛି ୨୫ ବର୍ଷ । 25 ବର୍ଷ ପୂର୍ତ୍ତି ପାଳନ ଅବସରରେ ପଶ୍ଚିମ ଓଡ଼ିଶାର ଭାଇ ଭଉଣୀମାନଙ୍କୁ ନେଇ ଗଠିତ ହୋଇଥିବା ଜୁହାର ପରିବାରର ରୌପ୍ୟ ଜୟନ୍ତୀ ଚଳିତ ବର୍ଷ ନୂଆଖାଇ ପର୍ବ ଅବସରରେ ସେପ୍ଟେମ୍ବର ୨୧ ଏବଂ ୨୨ ରେ ପାଳନ ହେବ ବୋଲି ସଭାପତି ରଞ୍ଜନ ପ୍ରଧାନ କହିଛନ୍ତି ।

ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୁହାର ପରିବାରର କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।  ବୃକ୍ଷ ରୋପଣ କରିବା ସହ ଆଗକୁ ଆହୁରି ଅନେକ ସାମାଜିକ କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି । ଏହାସହ ଜୁହାର ପରିବାରର ଏକ ୱେବସାଇଟକୁ ମୁଖ୍ୟ ଅତିଥି ଲୋକାର୍ପଣ କରିଛନ୍ତି । 

ପ୍ରତିବର୍ଷ ଜୁହାର ପରିବାର ପକ୍ଷରୁ ନୂଆଦିଲ୍ଲୀରେ ନୂଆଖାଇ ପର୍ବ, ପୁଷ ପୁନି ଆଦି ଖୁବ ଧୁମ୍ ଧାମ୍ ରେ ପାଳିତ ହୁଏ । ସମ୍ବଲପୁରୀ ଗୀତରେ ତାଳେ ତାଳେ ନାଚି ଗାଇ ନିଜ ପର୍ବ ପାଳନ୍ତି ପ୍ରବାସୀ ପଶ୍ଚିମଓଡିଶାର ଭାଇ ଭଉଣୀ । 

ଧିରେ ଧିରେ ଜୁହାର ପରିବାର ପ୍ରବାସୀ ପଶ୍ଚିମଓଡିଶାର ଭାଇ ଭଉଣୀଙ୍କ ପାଇଁ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ବେଙ୍ଗାଲୁରୁ, ହାଇଦ୍ରାବାଦ ଠାରୁ ଆରମ୍ଭ କରି ଭାରତବର୍ଷ ଓ ବିଶ୍ୱର ସବୁ ଅଞ୍ଚଳରେ ନୂଆଖାଇ ଭେଟଖାନ, ସାମାଜିକ ଏକତ୍ରୀକରଣ କାମ ଚାଲିଛି । ବ୍ୟସ୍ତବହୁଳ ଜୀବନ ଭିତରୁ ନିଜର କଳା, ସଂସ୍କୃତି ଓ ସଂସ୍କାରକୁ ନୂଆ ପୀଢିଙ୍କ ପାଖରେ ପହଞ୍ଚାଇବା ପାଇଁ ଏହା ଏକ ଉଦ୍ୟମ । ଯାହାକୁ ବିଭିନ୍ନ ମହଲରୁ ଭୁରି ଭୁରି ପ୍ରଶଂସା କରାଯାଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
New Delhi Juhar family completed 25 years | Argus News