Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

GST / ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ

Key Points

ଆସନ୍ତାକାଲିଠୁ ଲାଗୁ ହେବ GSTର ନୂଆ ସ୍ଲାବ
ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ
କୃଷି, ଉଦ୍ୟୋଗ, ବ୍ୟବସାୟ ସହ ଦୈନନ୍ଦିନ ଆବଶ୍ୟକତା ଉପରେ ବଡ଼ ସଞ୍ଚୟ
ଅତ୍ୟାବଶ୍ୟକ ଖାଦ୍ୟ, ଔଷଧ, ଜୀବନ ବୀମା, ସ୍ବାସ୍ଥ୍ୟ ବୀମା ହେବ GST ମୁକ୍ତ

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର । ଆସନ୍ତାକାଲି ଠୁ GSTର ନୂଆ ସ୍ଲାବ । ଜିଏସଟିରୁ ଉଠାଇ ଦିଆଯାଇଛି ୧୨ ଓ ୨୮ ପ୍ରତିଶତ ସ୍ଲାବ୍। 22 ତାରିଖରେ ଲାଗୁ ହେବାକୁ ଯାଉଛି ୫ ଓ ୧୮ ପ୍ରତିଶତ ସ୍ଲାବ୍ । ନୂଆ ଦ୍ରବ୍ୟ ଓ ସେବା କର ଯୋଗୁଁ ଲାଭବାନ ହେବେ ସାଧାରଣ ଲୋକ, ଚାଷୀ, ଏମଏସଏମଇ, ମଧ୍ୟବିତ୍ତ, ମହିଳା ଓ ଯୁବପିଢି । ଛେନା, ପନିର୍ ଓ ପାଉଁରୁଟି ପରି ଖାଦ୍ୟ, ୩୩ ଜରୁରୀ ଔଷଧ ସହ ଜୀବନ ବୀମା ଓ ସ୍ବାସ୍ଥ୍ୟ ବୀମାକୁ ସମ୍ପୂର୍ଣ୍ଣ GST ମୁକ୍ତ କରାଯାଇଛି । ଶିକ୍ଷା ସହ ଜଡ଼ିତ ସାମଗ୍ରୀ ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ, ରବର, ବହି ଓ ନୋଟବୁକ୍ କୁ ମଧ୍ୟ ଟିକସ ମୁକ୍ତ ହେବ ।


ଦୈନନ୍ଦିନ ଜୀବନରେ ବ୍ୟବହୃତ ସାବୁନ, ସାମ୍ପୁ, ଟୁଥପେଷ୍ଟ, ଟୁଥ ବ୍ରସ୍, ସେଭିଙ୍ଗ କ୍ରିମ୍ ପରି ସାମଗ୍ରୀ ଉପରେ ଏଣିକି ୧୮% ବଦଳରେ ଲାଗୁ ହେବ ୫% GST । ସେହିପରି ବଟର, ଘିଅ, ଛେନା, ବ୍ରେଡ୍, ନମକୀନ, ଭୁଜିଆ, ମିକ୍ସର, ବାସନକୁସନ, ନାପକିନ୍, ସିଲେଇ ମେସନ୍ ଓ ଯନ୍ତ୍ରାଂଶ ଉପରେ GST ୧୨%ରୁ ୫%କୁ ହ୍ରାସ ପାଇଛି । ଏହି ନୂଆ ସ୍ଲାବ ମଧ୍ୟବିତ୍ତଙ୍କ କ୍ରୟ ଶକ୍ତି ବୃଦ୍ଧି କରିବା ସହ ଗରିବଙ୍କ ପାଇଁ ବଡ଼ ଉପହାର ସାବ୍ୟସ୍ତ ହୋଇଛି । ଅନ୍ୟପକ୍ଷରେ ବିଳାସମୟ ସାମଗ୍ରୀ ଓ ତମାଖୁ ଜାତ ସାମଗ୍ରୀକୁ ସ୍ବତନ୍ତ୍ର ୪୦% ସ୍ଲାବ୍ ରେ ରଖାଯାଇଛି । ଟ୍ରାକ୍ଟର, ବାୟୋ ପେଷ୍ଟିସାଇଡ୍, ସ୍ପ୍ରଙ୍କଲର ଉପରେ ଜିଏସଟି ୫% କୁ କମିଥିବାରୁ ଲାଭବାନ ହେବେ ଚାଷୀ । ଏସି, ଟିଭି, ମନିଟର, ପ୍ରୋଜେକ୍ଟର ପରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୨୮%ରୁ ୧୮% କୁ ଖସିଛି ଜିଏସଟି । କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଏହା ଭାରତର ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ସହ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବ ଏବଂ ଇଜ୍ ଅଫ୍ ଲିଭିଂକୁ ଗତି ଦେବ । ସର୍କୁଲାର୍ ଅର୍ଥନୀତିକୁ ବଡ ଗତି ମିଳିବ । ଏହା ଦ୍ୱାରା ଓଡ଼ିଶା ବିଶେଷ ଲାଭବାନ ହେବ । ଓଡ଼ିଶାରେ ରେକର୍ଡ ସଂଖ୍ୟକ ଚାଉଳ ଉତ୍ପାଦନ ହେଉଛି । ଏଥିପାଇଁ ଏକ ବଜାର ତିଆରି କରିବାକୁ ହେବ । ବିଦେଶକୁ ଚାଉଳ କିପରି ରପ୍ତାନୀ କରିହେବ, ତାର ବ୍ୟବସ୍ଥା କରାଯିବ ।

କଥା ଦେଇ କଥା ରଖିଲେ ମୋଦି ସରକାର । ଲାଭବାନ ହେବେ ସାଧାରଣ ଲୋକ । ନୂଆ ଜିଏସଟି ସ୍ଲାବ, ସ୍ବାସ୍ଥ୍ୟକ୍ଷେତ୍ରରେ ରିହାତି, କୃଷିକୁ ପ୍ରୋତ୍ସାହନ ସହ ମଧ୍ୟବିତ୍ତଙ୍କ କ୍ରୟ ଶକ୍ତି ବୃଦ୍ଧି କରିବ । ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବଡ଼ ପଦକ୍ଷେପ ସହ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ମୋଦି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories

Sponsored
New GST Slabs from September 22: Big Relief for Common People, Farmers & MSMEs | Argus News | Argus News