Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଂସଦରେ ନୂଆ ଆୟକର ବିଲ୍‌ ପାରିତ , ଏଥର ନୂଆ ଆୟକର ବିଲ୍ ହେବ ଲାଗୁ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ସଂସଦରେ ନୂଆ ଆୟକର ବିଲ୍‌ ପାରିତ , ଏଥର ନୂଆ ଆୟକର ବିଲ୍ ହେବ ଲାଗୁ

Key Points

ସଂସଦରେ ନୂଆ ଆୟକର ବିଲ୍‌ ପାରିତ ହୋଇଛି
ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ନୂଆ ଆୟକର ବିଲ୍-୨୦୨୫
ଏଣିକି ପୂର୍ବ ଅପେକ୍ଷା ଆୟକର ବ୍ୟବସ୍ଥା ଅଧିକ ସରଳ ହୋଇପାରିବ

ସଂସଦରେ ନୂଆ ଆୟକର ବିଲ୍‌ ପାରିତ ହୋଇଛି । ପ୍ରଥମେ ଲୋକସଭା ପରେ ଗତକାଲି ରାଜ୍ୟସଭାରେ ପାରିତ ହୋଇଛି ନୂଆ ଆୟକର ବିଲ୍-୨୦୨୫ । ଏଣିକି ପୂର୍ବ ଅପେକ୍ଷା ଆୟକର ବ୍ୟବସ୍ଥା ଅଧିକ ସରଳ ହୋଇପାରିବ । ୬୦ ବର୍ଷ ପୁରୁଣା ଆୟକର ନିୟମ ସ୍ଥାନରେ ଏହି ନୂଆ ଆୟକର ବିଲ୍‌ ଲାଗୁ ହେବ । ଦେଶର ଟିକସ ବ୍ୟବସ୍ଥାକୁ ଅପଡେଟ ଏବଂ ସରଳୀକରଣ କରିବାରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।


ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନରେ ଏହି ବିଧେୟକ ଆଗତ କରିବା ପରେ ଏହା ଉପରେ ଆଲୋଚନା ହୋଇଥିଲା। ନୂତନ ଆୟକର ବିଲ-୨୦୨୫ ପ୍ରଥମେ ଗତ ଫେବୃୟାରୀ ୧୩ ତାରିଖରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। କିନ୍ତୁ ଗତ ଶୁକ୍ରବାର ଅର୍ଥମନ୍ତ୍ରୀ ତାହାକୁ ପ୍ରତ୍ୟାହାର କରିନେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New Income Tax Bill passed in Parliament | Argus News