ଆସନ୍ତାକାଲି ଲୋକସଭାରେ ଉପସ୍ଥାପିତ ହେବ ନୂଆ ଆୟକର ବିଲ୍

ଆସନ୍ତାକାଲି ଲୋକସଭାରେ ଉପସ୍ଥାପିତ ହେବ ନୂତନ ଆୟକର ବିଲ୍। ପରେ ଆଲୋଚନା ପାଇଁ ଲୋକସଭାର ସିଲେକ୍ସନ କମିଟିକୁ ପଠାଯିବ। ଗତ ସପ୍ତାହରେ ନୂତନ ଆୟକର ବିଲ୍କୁ ମୋଦି କ୍ୟାବିନେଟରେ ମିଳିଥିଲା ମଞ୍ଜୁରୀ। ଆହୁରି ସହଜ ହୋଇପାରେ ଆୟକର ରିଟର୍ଣ୍ଣ ଦାଖଲ।
ଆସନ୍ତାକାଲି ଲୋକସଭାରେ ଉପସ୍ଥାପିତ ହେବ ନୂତନ ଆୟକର ବିଲ୍ । ବିଲ୍ ଉପସ୍ଥାପନ କରିବା ପରେ, ଏହାକୁ ବିସ୍ତୃତ ଆଲୋଚନା ପାଇଁ ଲୋକସଭାର ସିଲେକ୍ସନ କମିଟିକୁ ପଠାଯିବ। ବିଲର ଏକ କପି ଲୋକସଭା ସଦସ୍ୟମାନଙ୍କୁ ପଠାଯାଇଛି । ଗତ ସପ୍ତାହରେ ନୂତନ ଆୟକର ବିଲ୍କୁ ମୋଦି କ୍ୟାବିନେଟରେ ମିଳିଥିଲା ମଞ୍ଜୁରୀ।
📱 Get Argus News App
✨ଗତ ଫେବୃଆରୀ ପହିଲାରେ ବଜେଟ୍ରେ, ନିର୍ମଳା ସୀତାରମଣ ଏକ ନୂତନ ଆୟକର ବିଲ୍ ଆଣିବା ନେଇ ଘୋଷଣା କରିଥିଲେ । ନୂଆ ଆୟକର ବିଲ୍ ଆଇନରେ ପରିଣତ ହେବା ପରେ, ଆୟକର ରିଟର୍ଣ୍ଣ ଦାଖଲ କରିବା ଆହୁରି ସହଜ ହୋଇଯିବ ବୋଲି ଚର୍ଚ୍ଚା ହେଉଛି ।
ନୂତନ ଆୟକର ବିଲ୍ ବିଦ୍ୟମାନ ଆୟକର ଆଇନ ୧୯୬୧କୁ ରିପ୍ଲେସ କରିବ । ଅର୍ଥମନ୍ତ୍ରୀ ସୀତାରମଣ ପ୍ରଥମେ ଜୁଲାଇ ୨୦୨୪ ବଜେଟରେ ଆୟକର ଅଧିନିୟମ ୧୯୬୧ର ଏକ ବ୍ୟାପକ ସମୀକ୍ଷା ନେଇ ଘୋଷଣା କରିଥିଲେ। ସମୀକ୍ଷା ତଦାରଖ କରିବା, ଆଇନକୁ ସଂକ୍ଷିପ୍ତ, ସ୍ପଷ୍ଟ ଏବଂ ବୁଝିବା ସହଜ କରିବା ପାଇଁ CBDT ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲା।