ଆଜି ସଂସଦରେ ଉପସ୍ଥାପିତ ହେବେ ନୂଆ ଆୟକର ବିଧେୟକ
·11 months ago·1 min read

Key Points
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ ବିଲ
ପୂର୍ବରୁ ନୂଆ ଆୟକର ଲୋକସଭାରେ ହୋଇଥିଲା ଉପସ୍ଥାପିତ
ପରେ ୩୧ ସଦସ୍ୟ ବିଶିଷ୍ଟ ସିଲେକ୍ଟ କିମିଟି ନିକଟକୁ ପଠାଯାଇଥିଲା
ଆଜି ସଂସଦରେ ଉପସ୍ଥାପିତ ହେବ ନୂଆ ଆୟକର ବିଧେୟକ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଲକୁ ସଂସଦରେ ଉପସ୍ଥାପନ କରିବେ। ନୂଆ ଆୟକର ବିଲ-୨୦୨୫ ଫେବୃଆରୀ ୧୩ରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା। ଏହାପରେ ଏହାକୁ ୩୧ ସଦସ୍ୟ ବିଶିଷ୍ଟ ସିଲେକ୍ଟ କିମିଟି ନିକଟକୁ ପଠାଯାଇଥିଲା। ସମିତିର ୨୮୫ ପ୍ରସ୍ତାବ ସହିତ ଏକ ରିପୋର୍ଟ ଜୁଲାଇ ମାସରେ ପ୍ରଦାନ କରିଥିଲା।
ଆୟକର ବିଲ ୨୦୨୫ରେ ବିଭିନ୍ନ ସଂସ୍କାରର ବ୍ୟବସ୍ଥା ହୋଇଥିବା ବେଳେ ଏହା ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଏହାକୁ ଦୂର କରି ସବୁ ପ୍ରକାରର ପରାମର୍ଶକୁ ସାମିଲ କରି ସଂଶୋଧିତ ତଥା ନୂଆ ରୂପରେ ଆୟକର ବିଲ ଆସିବ। ନୂଆ ବିଧେୟକରେ ସମିତର ପ୍ରସ୍ତାବ ଅନୁସାରେ 285ଟି ସଂଶୋଧନ ସାମିଲ ରହିଛି। ନୂଆ ବିଲ 63 ବର୍ଷ ପୁରୁଣା ଆୟକର ଅଧିନିୟମ-୧୯୬୧ର ସ୍ଥାନ ନେବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: