Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନୂଆ ଭାରତ ଘରେ ପଶି ମାରିଥାଏ: ଯୋଗୀ ଆଦିତ୍ୟନାଥ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନୂଆ ଭାରତ ଘରେ ପଶି ମାରିଥାଏ: ଯୋଗୀ ଆଦିତ୍ୟନାଥ

ନୂଆ ଭାରତର ଶକ୍ତି ଦେଖିଲା ପୂରା ବିଶ୍ବ । ନୂଆ ଭାରତ ଘରେ ପଶି ମାରିଥାଏ । ଅପରେସନ ସିନ୍ଦୁରକୁ ନେଇ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଲକ୍ଷ୍ନୌରେ ମିଶନ ରୋଜଗାର ଅନ୍ତର୍ଗତ ୫୫୦ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ଶିକ୍ଷକମାନଙ୍କୁ ସମ୍ବୋଧିତ କଲାବେଳେ ଯୋଗୀ କହିଛନ୍ତି, ବିକଶିତ ଭାରତର ଝଲକ ଏବେ ପୂରା ବିଶ୍ବ ଦେଖୁଛି । ଯଦି ଆମ ସାଙ୍ଗରେ କେହି ଲାଗେ ତେବେ ଆଜିର ଏହି ନୂଆ ଭାରତ ତାକୁ ଛାଡେ ନାହିଁ ବୋଲି କହିଛନ୍ତି ଯୋଗୀ ।


ଗତବର୍ଷ ପାଖାପାଖି ୮ ହଜାର ମାଧ୍ୟମିକ ଶିକ୍ଷା ପରିଷଦରେ ଶିକ୍ଷକଙ୍କୁ ନିଯୁକ୍ତି ମିଳିଥିଲା। ଏହା ପୂର୍ବରୁ ପ୍ରାଥମିକ ଶିକ୍ଷାରେ ପାଖାପାଖି ୧ ଲକ୍ଷ ୨୩ ହଜାର ଶିକ୍ଷକଙ୍କୁ ଉତ୍ତରପ୍ରଦେଶରେ ନିଯୁକ୍ତି ମିଳିଛି । ଶିକ୍ଷା ବିଭାଗରେ ଆମୁଳ ଚୂଳ ପରିବର୍ତ୍ତନ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଉତ୍ତରପ୍ରଦେଶରେ ଆଇନବ୍ୟବସ୍ଥା ଭଙ୍ଗ କରିବାକୁ ଦୁଃସାହସ କରୁଥିବା ଲୋକଙ୍କ ଭାବନାକୁ ମାତ୍ର କେଇ ମିନିଟରେ ଭାଙ୍ଗି ଚୁରମାର କରିଦେଉଛି ପୋଲିସ । ଗତ ୮ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ ମାଫିଆ ମୁକ୍ତ ହୋଇପାରିଛି। ଲକ୍ଷ୍ନୌରେ ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏନର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତ ୮ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥ ବ୍ୟବସ୍ଥାରେ ହୋଇଥିବା ପରିବର୍ତ୍ତନ ଏବଂ ସୁଦୃଢ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ କହିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ । ସେ କହିଛନ୍ତି, ଆର୍ଥିକ ବିକାଶରେ ଜେମ୍ସ ଆଣ୍ଡ ଜୁଏଲର୍ସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହା ଦେଶର ଜିଡିପିରେ ୭ ପ୍ରତିଶତ ଯୋଗଦାନ କରୁଛି । ସେହିପରି ଉତ୍ତରପ୍ରଦେଶରେ ବିଶେଷ କରି ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ପରେ ଅର୍ଥନୀତିରେ ଅଭିବୃଦ୍ଧି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଉତ୍ତରପ୍ରଦେଶରେ ଜେମ୍ସ ଆଣ୍ଡ ଜୁଏଲର୍ସ ପାର୍କ ସ୍ଥାପନ କରିବା ପାଇଁ ଆହ୍ବାନ ଦେଇଛନ୍ତି ଯୋଗୀ ।

Sponsored
new-india-hits-enemies-entering-their-homes-yogi | Argus News