Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

New Labour Law / ଶ୍ରମ ଆଇନରେ ବଡ଼ ପରିବର୍ତ୍ତନ, ମହିଳାଙ୍କୁ ମିଳିବ ଏହି ଫାଇଦା...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଶ୍ରମ ଆଇନରେ ବଡ଼ ପରିବର୍ତ୍ତନ, ମହିଳାଙ୍କୁ ମିଳିବ ଏହି ଫାଇଦା...

Key Points

ଶ୍ରମ ଆଇନରେ ବଡ଼ ପରିବର୍ତ୍ତନ
ଏଣିକି ନାଇଟ୍‌ ଶିଫ୍ଟ କରିବେ ମହିଳା
ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି। ମହିଳା ହେବେ ଖୁସି। ଦୁଇଗୁଣା ଟଙ୍କା ପାଇବେ ମହିଳା। ଯାହାକୁ ନେଇ ସବୁଠି ଆଲୋଚନା କି ଏହା କିପରି ସମ୍ଭବ। ଏଣିକି ମହିଳା କରିବେ ନାଇଟ ଶିଫ୍ଟ। ମୋଦି ସରକାର ଶ୍ରମ ଆଇନ ସଂସ୍କାରରେ ସବୁଠାରୁ ବଡ଼ ପଦକ୍ଷେପ ନେଇଛନ୍ତି । ୨୯ଟି ପୁରୁଣା ଶ୍ରମ ଆଇନକୁ ଉଚ୍ଛେଦ କରିଛନ୍ତି। ନଭେମ୍ବର ୨୧ରେ ଦେଶବ୍ୟାପୀ ଚାରିଟି ନୂତନ ଲେବର କୋଡ୍‌ ବା ଶ୍ରମ ସଂହିତା କାର୍ଯ୍ୟକାରୀ ହୋଇଛି। ସରକାର କହିଛନ୍ତି, ଏହି ପରିବର୍ତ୍ତନଗୁଡ଼ିକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ ଐତିହାସିକ ସଂସ୍କାର, ଦେଶର ନିଯୁକ୍ତି ବ୍ୟବସ୍ଥାକୁ ଦର୍ଶାଉଛି। ନୂତନ ନିୟମ ଦେଶର ୪୦ କୋଟିରୁ ଅଧିକ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଦେବ। ଯାହା ପୂର୍ବରୁ କେବେ ସମ୍ଭବ ହୋଇନଥିଲା।

ସରକାର କହିଛନ୍ତି, ନୂତନ ଶ୍ରମ ସଂହିତା ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିବ। ଏହି ସଂସ୍କାରଗୁଡ଼ିକ ମଜୁରୀ ସଂହିତା ୨୦୧୯, ଶିଳ୍ପ ସମ୍ପର୍କ ସଂହିତା ୨୦୨୦, ସାମାଜିକ ସୁରକ୍ଷା ସଂହିତା ୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ସଂହିତା ୨୦୨୦ ଅଧୀନରେ କାର୍ଯ୍ୟକାରୀ କରାଯାଇଛି। ଏବେ ପ୍ରତ୍ୟେକ କର୍ମଚାରୀଙ୍କୁ ଏକ ନିଯୁକ୍ତିପତ୍ର ପ୍ରଦାନ କରିବାକୁ ପଡ଼ିବ। ଦେଶବ୍ୟାପୀ ସର୍ବନିମ୍ନ ମଜୁରୀ ଲାଗୁ ହେବ ଏବଂ ସମୟାନୁସାରେ ମଜୁରୀ ପ୍ରଦାନ ଏକ ଆଇନଗତ ବାଧ୍ୟତାମୂଳକ ହେବ। ଏହା ନିଯୁକ୍ତି ଏବଂ କର୍ମଚାରୀ ସୁରକ୍ଷାରେ ସ୍ବଚ୍ଛତା ବୃଦ୍ଧି କରିବ। ଦେଶରେ ଅନେକ ଶ୍ରମ ଆଇନ ୧୯୩୦ରୁ ୧୯୫୦ ମଧ୍ୟରେ ପ୍ରଣୟନ କରାଯାଇଥିଲା। ଏଥିରେ ପ୍ଲାଟଫର୍ମ କର୍ମଚାରୀ ଏବଂ ପ୍ରବାସୀ ଶ୍ରମିକ ଭଳି ଆଧୁନିକ କାର୍ଯ୍ୟଶୈଳୀର ଉଲ୍ଲେଖ ମଧ୍ୟ ନ ଥିଲା। ନୂତନ ଶ୍ରମ ସଂହିତା ସମସ୍ତଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବ।

୪୦ ବର୍ଷରୁ ଅଧିକ ବୟସର କର୍ମଚାରୀମାନଙ୍କୁ ବର୍ଷକୁ ଥରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଖଣି, ରାସାୟନିକ ପଦାର୍ଥ ଏବଂ ନିର୍ମାଣ ଭଳି ବିପଦପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ପୂର୍ଣ୍ଣ ସ୍ବାସ୍ଥ୍ୟ ସୁରକ୍ଷା ପାଇବେ। ପୂର୍ବରୁ ପାଞ୍ଚ ବର୍ଷ ସେବା ପରେ ଉପଲବ୍ଧ ଗ୍ରାଚ୍ୟୁଇଟି, ବର୍ତ୍ତମାନ କେବଳ ଗୋଟିଏ ବର୍ଷ ସ୍ଥାୟୀ ନିଯୁକ୍ତି ପରେ ଉପଲବ୍ଧ ହେବ। ଏହା ଘରୋଇ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ଏକ ପ୍ରମୁଖ ସୁବିଧା।UAN ଲିଙ୍କ୍‌ ସହିତ ଆପଣ ରାଜ୍ୟ ପରିବର୍ତ୍ତନ କଲେ ମଧ୍ୟ ଲାଭ ଜାରି ରହିବ। କର୍ମଚାରୀମାନେ ଏବେ ଡବଲ ଓଭରଟାଇମ ଦରମା ପାଇବେ। ଏହା ଓଭରଟାଇମ ଦେୟରେ ସ୍ବଚ୍ଛତା ସୁନିଶ୍ଚିତ କରିବ। କଣ୍ଟ୍ରାକ୍ଟ କର୍ମଚାରୀମାନେ ଏବେ ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଏବଂ ଚାକିରି ଗ୍ୟାରେଣ୍ଟି ପାଇବେ। ଟ୍ରାନ୍ସଜେଣ୍ଡର କର୍ମଚାରୀମାନେ ମଧ୍ୟ ସମାନ ଅଧିକାର ପାଇଛନ୍ତି। ଓଲା-ଉବର ଡ୍ରାଇଭର, ଜୋମାଟୋ-ସ୍ବିଗି ଡେଲିଭରି ପାର୍ଟନର ଏବଂ ଆପ-ଆଧାରିତ କର୍ମଚାରୀମାନେ ଏବେ ସାମାଜିକ ସୁରକ୍ଷା ଲାଭ ପାଇବେ। ଏଗ୍ରେଗେଟରମାନଙ୍କୁ ସେମାନଙ୍କ କାରବାରର ୧ରୁ ୨% ଯୋଗଦାନ କରିବାକୁ ପଡ଼ିବ।

ଅଧିକ ପଢ଼ନ୍ତୁ ଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
New Labour Law | New Labour Law: Women Can Legally Work Night Shifts | Argus News | Argus News