Videos
|
National

ଗୋଟେ ମହଲା ତଳକୁ ଖସିଲା ନୂଆ ମହିନ୍ଦ୍ରା ଥାର

Rashmita Mishra
Browse all articles by Rashmita Mishra
·10 months ago·2 min read
ଗୋଟେ ମହଲା ତଳକୁ ଖସିଲା ନୂଆ ମହିନ୍ଦ୍ରା ଥାର

Key Points

ମାନି ପାୱାର ଏକ ନୂଆ ମହିନ୍ଦ୍ରା ଥାର (THAR) କିଣିବା ପରେ ବହୁତ ଖୁସି ଥିଲେ । ଏହାକୁ ରାସ୍ତାରେ ନେବା ପୂର୍ବରୁ, ସେ ଶୋ'ରୁମ୍ ଭିତରେ ଏକ ପାରମ୍ପରିକ ପୂଜା କରିବାକୁ ନିଷ୍ପତ୍ତି ନେଇଥିଲେ।

ଆମ ହିନ୍ଦୁ ପରମ୍ପରା ଅନୁଯାୟୀ ଯଦି କିଛି ନୂଆ ଜିନିଷ ଘରକୁ ଆଣନ୍ତି ତେବେ ସେହି ଜିନିଷକୁ ଆମେ ପୁଜା କରି ଆଣିଥାନ୍ତି । ଆଉ ଯଦି ଗାଡ଼ି କିଣା ଯାଉଛି ତେବେ ଗାଡ଼ି ଚକ ତଳେ ଲେମ୍ଵୁ ରଖି ଗାଡ଼ି ଗଡ଼ାଇବାର ପରମ୍ପରା କାହିଁ କେବେ ଠୁ ରହିଛି । ଆଉ ଠିକ୍ ସେହି ଭଳି ଦିଲ୍ଲୀର ଜଣେ ୨୯ ବର୍ଷୀୟା ମାନି ପାୱାର ଏକ ନୂଆ ଗାଡ଼ି କିଣି ଏହି ପରମ୍ପରାକୁ ଅନୁସରଣ କରିଥିଲେ କିନ୍ତୁ ତାଙ୍କ ସହ ଘଟିଛି ଏକ ବଡ଼ ର୍ଦୁଘଟଣା ।

ମାନି ପାୱାର ଏକ ନୂଆ ମହିନ୍ଦ୍ରା ଥାର (THAR) କିଣିବା ପରେ ବହୁତ ଖୁସି ଥିଲେ । ଏହାକୁ ରାସ୍ତାରେ ନେବା ପୂର୍ବରୁ, ସେ ଶୋ'ରୁମ୍ ଭିତରେ ଏକ ପାରମ୍ପରିକ ପୂଜା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପୂଜାରେ କାରର ଟାୟାର ତଳେ ଏକ ଲେମ୍ବୁ ରଖାଯାଇଥିଲା। କିନ୍ତୁ ଶ୍ରୀମତୀ ପାୱାର ଭୁଲବଶତଃ ଆକ୍ସିଲେଟରକୁ ଜୋରରେ ଚାପି ଦେଇଥିଲେ, ଯାହା ଫଳରେ ଗାଡ଼ିଟି ଶୋ'ରୁମର ପ୍ରଥମ ମହଲାରୁ ବାହାରକୁ ଉଡ଼ି ଯାଇଥିଲା।

ସୂଚନାନୁଯାୟୀ; ୯ ତାରିଖ ସନ୍ଧ୍ୟାରେ ମାନି ପାୱାର ଦିଲ୍ଲୀର ନିର୍ମାଣ ବିହାରରେ ଥିବା ମହିନ୍ଦ୍ରା ଶୋରୁମକୁ ତାଙ୍କ ୨୭ ଲକ୍ଷ ଟଙ୍କା ମୂଲ୍ୟର ନୂଆ ଥାର(THAR)ର ଡେଲିଭରି ନେବାକୁ ଯାଇଥିଲେ। ଶୋରୁମରୁ କାର ବାହାର କରିବା ପୂର୍ବରୁ ଶ୍ରୀମତୀ ପାୱାର ପୂଜା କରିବାକୁ ନିଷ୍ପତ୍ତି ନେଇଥିଲେ। ଶୋରୁମର ପ୍ରଥମ ମହଲାରେ ଥିବା ଥାର(THAR)ର ଚକ ଆଗରେ ଏକ ଲେମ୍ବୁ ରଖାଯାଇଥିଲା। ଶ୍ରୀମତୀ ପାୱାର ଧୀରେ ଧୀରେ ଗାଡ଼ି ଚଲାଇବାର ଥିଲା, ସେ ଗାଡ଼ିକୁ ହାଲୁକା ଭାବରେ ଗଡ଼ାଇ କେବଳ ଲେମ୍ବୁଟି ଯେମିତି କାରର ଟାୟାର ତଳେ ଚାପି ହୋଇଯିବ ସେମିତି ଚଲାଇବାର ଥିଲା । କିନ୍ତୁ ସେ ଭୁଲବଶତଃ ଆକ୍ସିଲେଟରକୁ ଅଧିକ ଜୋରରେ ଦବାଇ ଦେଇଥିଲେ।

ଯେଉଁଥିରେ ଶ୍ରୀମତୀ ପାୱାର ଏବଂ ବିକାଶ ନାମକ ଜଣେ ଶୋ’ରୁମ୍ କର୍ମଚାରୀ ବସିଥିଲେ, କାଚ ଭାଙ୍ଗି ଦୋକାନରୁ ବାହାରକୁ ଉଡ଼ି ଯାଇ ଫୁଟପାଥ୍ ଉପରେ ଖସି ପଡ଼ିଥିଲେ। ଦୁର୍ଘଟଣାର ପରବର୍ତ୍ତୀ ଭିଡିଓରେ ଶୋ’ରୁମ୍ ତଳେ ରାସ୍ତାରେ ଓଲଟି ପଡ଼ିଥିବା କାରଟି ଦେଖାଯାଉଛି। ତୁରନ୍ତ ଏୟାରବ୍ୟାଗଗୁଡ଼ିକ ଖୋଲିଯାଇଥିଲା । ଆହାତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରବର୍ତ୍ତି ସମୟରେ ଦୁଇ ଜଣ ସୁସ୍ଥ ଥିବା ସୂଚନା ମିଳିଛି ।


ଅଧିକ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
New Mahindra Thar Falls One Floor | Latest Automobile News – Argus News | Argus News