ଆଇପିଏଲର ୧୭ତମ ସଂସ୍କରଣରେ ନୂଆ ରେକର୍ଡ : ସନ ରାଇଜର୍ସ ହାଇଦ୍ରାବାଦ ବିଶାଳ ସ୍କୋର
·2 years ago

ନୂଆଦିଲ୍ଲୀ: ଆଇପିଏଲର ୧୭ତମ ସଂସ୍କରଣରେ ନୂଆ ରେକର୍ଡ । ବୁଧବାର ମୁମ୍ବାଇ ବିପକ୍ଷରେ ୨୭୭ ରନର ବିଶାଳ ସ୍କୋର କରି ରେକର୍ଡ କରିଛି ସନ ରାଇଜର୍ସ ହାଇଦ୍ରାବାଦ । ଆଇପିଏଲ ଇତିହାସରେ ସର୍ବାଧିକ ରନ ହାସଲକାରୀ ଦଳ ପାଲଟିଛି ହାଇଦ୍ରାବାଦ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ୨୦ ଓଭରରେ ୩ ୱିକେଟ ହରାଇ ୨୭୭ ରନ କରିଥିଲା ।
ଏହାପୂର୍ବରୁ ଏହି ରେକର୍ଡ ଆରସିବି ନାଁରେ ଥିଲା। ୨୦୧୩ରେ ଆରସିବି ୨୦ ଓଭରରେ ୫ ୱିକେଟ ହରାଇ ୨୬୩ ରନ କରିଥିଲା। ୧୧ ବର୍ଷ ପରେ ହାଇଦ୍ରାବାଦ ଏହି ରେକର୍ଡକୁ ଭାଙ୍ଗିଛି। ଦଳ ପକ୍ଷରୁ ଟ୍ରାଭିସ ହେଡ୍ ୨୪ ବଲରେ ୬୨ ରନ, ଅଭିଷେକ ଶର୍ମା ୨୩ ବଲରେ ୬୩, ଏଡେନ ମାର୍କରମ ୨୮ ବଲରେ ଅପରାଜିତ ୪୨ ଓ ହେନରିଚ କ୍ଲାସେନ ୩୪ ବଲରେ ୮୦ ରନର ଇନିଂସ ଖେଳିଥିଲେ ।
ଅଧିକ ପଢନ୍ତୁ କ୍ରୀଡା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: