Doctor Handwriting Rule / ତୁମେ ତୁମ ଡାକ୍ତରଙ୍କ ହାତଲେଖା ପଢିପାରୁନାହଁ? ତେବେ ଏଥିପାଇଁ ଏକ ନୂତନ ନିୟମ ଆସିଛି
·7 months ago·2 min read

Key Points
ଡାକ୍ତରମାନେ ସ୍ପଷ୍ଟ ପ୍ରେସକିପ୍ସନ ଲେଖିବାକୁ ବାଧ୍ୟ
ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ପ୍ରସଙ୍ଗ ଉପରେ କଡ଼ା ଦୃଷ୍ଟି ଦେଇଛନ୍ତି

ଆଜିକାଲି ରୋଗ ଯେମିତି ବଢ଼ିଚାଲିଛି ସମସ୍ତେ ହସ୍ପିଟାଲ ଯିବା ଏକ ସାଧାରଣ କଥା। କିନ୍ତୁ ଡାକ୍ତର ଯେତେବେଳେ ମେଡିସିନ ନାଁ ଲେଖୁଛନ୍ତି ଆପଣ ତାକୁ ବୁଝିପାରଛନ୍ତି କି ନାହିଁ ଯଦି ନ ବୁଝିପାରୁଛନ୍ତି ତେବେ ତାଙ୍କୁ ସିଧା ଆପଣ କହିପାରିବେ ଦୟାକରି ଆପଣ ସ୍ପଷ୍ଟ ଭାବେ ଲେଖନ୍ତୁ। କାରଣ ଆପଣ କେବେ ପ୍ରେସକ୍ରିପସନକୁ ଆଖିଠାର ମାରି ଭାବିଛନ୍ତି ଯେ ଡାକ୍ତର ଆମୋକ୍ସିଲିସିନ୍ ଲେଖିଛନ୍ତି କି ସମ୍ପୂର୍ଣ୍ଣ ଭିନ୍ନ କିଛି, ତେବେ ଆପଣ ଏକା ନୁହଁନ୍ତି। ପ୍ରେସକ୍ରିପସନରେ ଅସ୍ପଷ୍ଟ ହସ୍ତାକ୍ଷର ଦୀର୍ଘ ଦିନ ଧରି ରୋଗୀ, ଔଷଧ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଡାକ୍ତରଙ୍କ ପାଇଁ ଦ୍ୱନ୍ଦ୍ୱର କାରଣ ହୋଇଛି, କେତେକ ସମୟରେ ଏହା ଗୁରୁତର ସ୍ୱାସ୍ଥ୍ୟ ପରିଣାମ ମଧ୍ୟ ଦେଇଥାଏ। ରୋଗୀଙ୍କ ସୁରକ୍ଷାକୁ ଉନ୍ନତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ଜାତୀୟ ଚିକିତ୍ସା କମିଶନ (NMC) ଡାକ୍ତରମାନଙ୍କୁ ଏକ ଦେଶବ୍ୟାପୀ ନିର୍ଦ୍ଦେଶ ଦେଇଛି ଯେ ପ୍ରେସକ୍ରିପସନଗୁଡ଼ିକ ସ୍ପଷ୍ଟ, ହସ୍ତାକ୍ଷରରେ ଲେଖାଯିବା ଦରକାର।
ଏହାସହ ପଢ଼ନ୍ତୁ: ଦିଲ୍ଲୀରେ ୫୦ % କର୍ମଚାରୀଙ୍କ ପାଇଁ 'ଓ୍ବାର୍କ ଫ୍ରମ୍ ହୋମ୍' ବାଧ୍ୟତାମୂଳକ, ନିୟମ ନ ମାନିଲେ ଭରିବେ ଜରିମାନା
ଅସ୍ପଷ୍ଟ ପ୍ରେସକ୍ରିପସନ ଯୋଗୁଁ ଔଷଧ ତ୍ରୁଟି ବିଷୟରେ କୋର୍ଟ ଏବଂ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ବଢ଼ୁଥିବା ଚିନ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ପ୍ରସଙ୍ଗ ଉପରେ କଠୋର ଦୃଷ୍ଟି ଦେଇଛନ୍ତି, କିପରି ଏକ ଭୁଲ ପ୍ରେସକିପସନ ଭୁଲ ଔଷଧ, ଭୁଲ ମାତ୍ରାର କାରଣ ସାଜିଛି ତାହା ଉପରେ ଆଲୋକପାତ କରିଛନ୍ତି। ଏହି ଚିନ୍ତାଧାରା ଉପରେ କାର୍ଯ୍ୟ କରି, NMC ସାରା ଭାରତରେ ପ୍ରେସକ୍ରିପସନ ଅଭ୍ୟାସରେ ଅଧିକ ଦାୟିତ୍ୱବାନ ହେବାକୁ ନୂତନ ନିର୍ଦ୍ଦେଶ ଜାରି କରିଛି।
ରୋଗୀ ସୁରକ୍ଷା ପାଇଁ ସ୍ପଷ୍ଟ ପ୍ରେସକ୍ରିପସନ କାହିଁକି ଗୁରୁତ୍ୱପୂର୍ଣ୍ଣ?
ଡାକ୍ତରୀ ବିଶେଷଜ୍ଞମାନେ ଦୀର୍ଘ ଦିନ ଧରି ଚେତାବନୀ ଦେଇ ଆସିଛନ୍ତି ଯେ ଖରାପ ହାତଲେଖା ଏକ କ୍ଷତିକାରକ ନୁହେଁ। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଔଷଧ ତ୍ରୁଟିକୁ ଏକ ପ୍ରମୁଖ ବିଶ୍ୱ ରୋଗୀ ସୁରକ୍ଷା ଚ୍ୟାଲେଞ୍ଜ ଭାବରେ ଚିହ୍ନଟ କରିଛି। ଯାହା ବିଶ୍ୱବ୍ୟାପୀ ଏଡାଇବାକୁ ପଡ଼ିବ କାରଣ ଭୁଲ ପ୍ରେସକିପସନ ରୋଗୀଙ୍କ ଜୀବନ ପାଇଁ ବଡ଼ ଘାତକ ସାଜିପାରେ।
"ଯେତେବେଳେ ଏକ ପ୍ରେସକ୍ରିପସନ୍ ସ୍ପଷ୍ଟ ନଥାଏ, ସେତେବେଳେ ଭୁଲ ଔଷଧ କିମ୍ବା ଡୋଜ୍ ବଣ୍ଟନ ହେବାର ଆଶଙ୍କା ବହୁତ ଅଧିକ। " WHO ତାର ରୋଗୀ ସୁରକ୍ଷା ମାର୍ଗଦର୍ଶିକାରେ ଉଲ୍ଲେଖ କରିଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ (NIH)ର ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରେସକିପସନ ତ୍ରୁଟି ଯୋଗୁ ଜଣେ ରୋଗୀ ଦୀର୍ଘ ସମୟ ପର୍ଯ୍ୟନ୍ତ ମେଡିସିନ ସାଇଡ ଇଫେକ୍ଟ ଶିକାର ହୋଇପାରନ୍ତି। ଯାହାକୁ ରୋକିବା ନିହାତି ଦରକାର
ଏହାସହ ପଢ଼ନ୍ତୁ: ନେଇଥିଲେ ଲକ୍ଷେ ଟଙ୍କା ହୋଇଗଲା ୭୪ଲକ୍ଷ : ଋଣ ପରିଶୋଧ କରିବାକୁ ଚାଷୀଙ୍କୁ କିଡନୀ ବିକିବାକୁ ପଡ଼ିଲା
NMCର ନୂଆ ନିର୍ଦ୍ଦେଶ ଅନୁଯାୟୀ
ଡାକ୍ତରମାନଙ୍କୁ ସ୍ପଷ୍ଟ, ପଠନୀୟ ହସ୍ତାକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ପଡିବ, ଅସ୍ପଷ୍ଟତା ଭାବେ ଲେଖିବାକୁ ଏଡ଼ାଇବାକୁ ପଡ଼ିବ
ମନମୁଖୀ କିମ୍ବା ଅସ୍ପଷ୍ଟ ପ୍ରେସକ୍ରିପସନ ଲେଖା ଆଉ ଗ୍ରହଣୀୟ ହେବ ନାହିଁ, କାରଣ ଏହା ରୋଗୀଙ୍କ ସୁରକ୍ଷାକୁ ବିପଦରେ ପକାଇଥାଏ।
ପ୍ରେସକ୍ରିପସନ ଅଭ୍ୟାସଗୁଡ଼ିକୁ ତଦାରଖ କରିବା ସହ ଲେଖାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ମେଡିକାଲ କଲେଜରେ ଉପକମିଟି ଗଠନ କରାଯିବ।
ଡାକ୍ତରୀ ଛାତ୍ରମାନଙ୍କୁ ସ୍ପଷ୍ଟ ପ୍ରେସକ୍ରିପସନ ଲେଖାର ଗୁରୁତ୍ୱ ଶିକ୍ଷା ଦିଆଯିବ, ଯେମିତି ଏହା କ୍ଲିନିକାଲ୍ ତାଲିମର ଏକ ମୁଖ୍ୟ ଅଂଶ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories