Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ୍ରେଡିଟ କାର୍ଡକୁ ନେଇ ଆସୁଛି ନୂଆ ନିୟମ

Ritu Das
Browse all articles by Ritu Das
·2 years ago·1 min read
କ୍ରେଡିଟ କାର୍ଡକୁ ନେଇ ଆସୁଛି ନୂଆ ନିୟମ

ଅର୍ଗସ ବ୍ୟୁରୋ: କ୍ରେଡିଟ କାର୍ଡକୁ ନେଇ ଆସୁଛି ନୂଆ ନିୟମ। ଆଜିକାଲି ପ୍ରାୟ ଲୋକ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି। ତେବେ କଣ ନୂଆ ନିୟମ ଚାଲନ୍ତୁ ଜାଣିବା। ଜୁଲାଇ ୧ରୁ ବଦଳିପାରେ କ୍ରେଡିଟ୍ କାର୍ଡ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଜୁଲାଇ ୧ରୁ ଆଣିବାକୁ ଯାଉଛନ୍ତି ଏହି ନୂଆ ନିୟମ। ଏହି ନୂଆ ନିୟମ ଅନୁସାରେ,ବିଲ୍ ପେମେଣ୍ଟ ଏବେଠୁ BBPS ଜରିଆରେ ହେବ। BBPS ହେଉଛି ଭାରତ ବିଲ୍ ପେମେଣ୍ଟ ସିଷ୍ଟମ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, ଜୁନ୍ ୩୦ ଭିତରେ ସମସ୍ତ କ୍ରେଡିଟ୍ କାର୍ଡ ପେମେଣ୍ଟ ଏହି BBPS ସିଷ୍ଟମ ଭିତରକୁ ଅଣାଯାଉ। ଫଳରେ ପୂର୍ବଭଳି ଫୋନ ପେ, କ୍ରେଡ୍ ଓ ବିଲ୍ ଡେସ୍କ ଭଳି ପ୍ଲାଟଫର୍ମ ଜରିଆରେ ପେମେଣ୍ଟ ସିଷ୍ଟମ ଜୁଲାଇ ୧ ପରଠୁ ଆଉ ହୁଏତ କାମ କରି ନ ପାରେ ।
ତେବେ କାହିଁକି ବିବିପିଏସ୍ ଉପରେ ଗୁରୁତ୍ୱ ଦେଉଛି RBI ? 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଗ୍ରାହକଙ୍କ ପେମେଣ୍ଟ ପ୍ରୋସେସ୍‌କୁ ଅଧିକ ବ୍ୟବସ୍ଥିତ ଓ ସୁରକ୍ଷିତ କରିବାକୁ ଏଭଳି ନିୟମ ଅଣାଯାଉଛି। ତେଣେ ଏହି ନିୟମକୁ କିଛି ବ୍ୟାଙ୍କ ଏବେ ଯାଏ ଗ୍ରହଣ କରି ନ ଥିବା ବେଳେ, ଏହାକୁ ଲାଗୁ କରିବାକୁ ସମୟ ସୀମା ବଢାଇବାକୁ RBIକୁ ଅନୁରୋଧ କରିଛି ପେମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ। ତେବେ ଏହାଦ୍ବାରା କ୍ରେଡିଟ କାର୍ଡ ଉପଭୋକ୍ତାମାନେ ବେନିଫିଟ ପାଇବେ। ରେଟ ଅଫ ଇଣ୍ଟରେଷ୍ଟ ବଢ଼ିକି ଆସୁଥିଲା ଲୋକେ ଏଥିରେ ହଇରାଣ ହେଉଥିଲେ କିନ୍ତୁ ଏବେ RBI ଲୋକଙ୍କ ପାଇଁ ଏହି ନିୟମ ଏବେ ପରିବର୍ତ୍ତନ କରିବାକୁ ଯାଉଛି। ଲୋକେ ନିଜ ହିସାବରେ ନିଜ ପାଖରେ ପଇସା ଥିବାବେଳେ ପେମେଣ୍ଟ କରିପାରିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧକ ପଢ଼ନ୍ତୁ ଭାରତ ଖବର 
 

Sponsored
New rules | Argus News