Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାଶୀ ବିଶ୍ବନାଥ ମନ୍ଦିରରେ ନୂଆ ନିୟମ; ପୂଜା ଥାଳିରେ ଭୁଲ୍‌ରେ ବି ନିଅନ୍ତୁନି ଏହି ଜିନିଷ

Ritu Das
Browse all articles by Ritu Das
·11 months ago·2 min read
କାଶୀ ବିଶ୍ବନାଥ ମନ୍ଦିରରେ ନୂଆ ନିୟମ; ପୂଜା ଥାଳିରେ ଭୁଲ୍‌ରେ ବି ନିଅନ୍ତୁନି ଏହି ଜିନିଷ

Key Points

ଉତ୍ତର ପ୍ରଦେଶ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିରରେ ଲାଗୁ ହେଲା ନୂଆ ନିୟମ

କାଶୀକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ

ଦୋକାନୀମାନଙ୍କୁ ଏ ବିଷୟରେ ସଚେତନ କରାଯାଉଛି

ଉତ୍ତର ପ୍ରଦେଶ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିରରେ ଲାଗୁ ହେଲା ନୂଆ ନିୟମ । କାଶୀକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏନେଇ ମନ୍ଦିର ଟ୍ରଷ୍ଟ ୧୦ ଅଗଷ୍ଟ,୨୦୨୫ ରୁ ମନ୍ଦିର ପରିସରରେ ସମସ୍ତ ପ୍ରକାରର ପ୍ଲାଷ୍ଟିକ୍ ଜିନିଷକୁ ନିଷେଧ ଘୋଷଣା କରିଛି। ଏଥିସହ ଭକ୍ତଙ୍କ ପୂଜା ପାତ୍ରରେ ଯଦି ପ୍ଲାଷ୍ଟିକର କୌଣସି ଜିନିଷ ଦେଖିବାକୁ ମିଳେ ତେବେ ଦେବାକୁ ପଡ଼ିବ ଜରିମାନା । ମନ୍ଦିର ଟ୍ରଷ୍ଟର ଅଧିକାରୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଡେପୁଟି କଲେକ୍ଟର, ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ, ମନ୍ଦିର ନିକଟସ୍ଥ ଚାରି ନମ୍ବର ଗେଟରୁ ଧୁଣ୍ଡିରାଜ ଏବଂ ମାତା ବିଶାଳାକ୍ଷୀ ମନ୍ଦିର ଅଞ୍ଚଳର ସମସ୍ତ ଫୁଲ ମାଳା ବିକ୍ରେତାଙ୍କୁ “ପ୍ଲାଷ୍ଟିକ୍ ମୁକ୍ତ ଧାମ” ଅଭିଯାନ ବିଷୟରେ ଅବଗତ କରାଯାଇଥିଲା। ସୂଚନା ମୁତାବକ, କାଶୀ ବିଶ୍ୱନାଥ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଏବେ କିଛି ଜିନିଷର ଯତ୍ନ ନେବାକୁ ପଡିବ। ନୂତନ ନିୟମ ଅନୁଯାୟୀ, ଫଳ ଏବଂ ଫୁଲ କିମ୍ବା ପ୍ରସାଦ ପାଇଁ ବ୍ୟବହୃତ କୌଣସି ପ୍ଲାଷ୍ଟିକ୍ ରାପର୍, କ୍ୟାରି ବ୍ୟାଗ୍, ପଲିଥିନ୍ ମନ୍ଦିରକୁ ନିଆଯିବ ନାହିଁ।


ଏହା ବ୍ୟତୀତ ପ୍ଲାଷ୍ଟିକ୍ ଲୋଟା ମଧ୍ୟ ମନ୍ଦିର ଭିତରକୁ ନେବା ପାଇଁ ଅନୁମତି ଦିଆଯିବ ନାହିଁ । ଭକ୍ତମାନେ କାଗଜରେ ତିଆରି ଜିନିଷ ନେଇପାରିବେ। ତେବେ ସମଗ୍ର ବାରାଣସୀରେ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଚାଲିଛି। ଦୋକାନୀମାନଙ୍କୁ ଏ ବିଷୟରେ ସଚେତନ କରାଯାଉଛି। କିଛି ଦିନ ପୂର୍ବରୁ ନଗର ନିଗମ ଏକ ଯାଞ୍ଚ ଅଭିଯାନ ଚଳାଇଥିଲା, ଯେଉଁଥିରେ ଗୋଟିଏ ଦୋକାନରୁ ୭୦୦ କିଲୋଗ୍ରାମରୁ ଅଧିକ ପଲିଥିନ୍ ବାହାର କରାଯାଇଥିଲା। ଏଥିପାଇଁ ଦୋକାନୀ ଉପରେ ୫୦ ହଜାର ଟଙ୍କା ଜରିମାନା ଲଗାଯାଇଛି। ଏନେଇ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱଭୂଷଣ ମିଶ୍ର ଗଣମାଧ୍ୟମ ସହିତ କଥା ହୋଇ କହିଛନ୍ତି ଯେ ‘କାଶୀ ବିଶ୍ୱନାଥ ଧାମ କେବଳ ଏକ ଆଧ୍ୟାତ୍ମିକ କେନ୍ଦ୍ର ନୁହେଁ,ଏହା ସ୍ୱଚ୍ଛତା ଏବଂ ପରିବେଶ ସୁରକ୍ଷାର ଏକ ମଡେଲ ମଧ୍ୟ ହୋଇପାରିବ। ଏହାକୁ ଧ୍ୟାନରେ ରଖି,ଧାମକୁ ପ୍ରଦୂଷଣ ମୁକ୍ତ କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏହାକୁ ସଂରକ୍ଷଣ କରିବା ପାଇଁ ପ୍ରୟାସ କରାଯାଉଛି।’

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
new-rules-at-kashi-vishwanath-temple-dont-take-this-thing-even-by-mistake-in-the-puja-plate | Argus News