Videos
|
National

Major Financial Changes / ଆଜିଠୁ ସାରା ଦେଶରେ ଆର୍ଥିକ କାରବାର, ଡିଜିଟାଲ୍ ପେମେଣ୍ଟ ଏବଂ ରୋଷେଇ ଗ୍ୟାସ ସହ ବଦଳୁଛି ଅନେକ ନିୟମ

Bikash Mohanty
Browse all articles by Bikash Mohanty
·3 months ago·2 min read
ଆଜିଠୁ ସାରା ଦେଶରେ ଆର୍ଥିକ କାରବାର, ଡିଜିଟାଲ୍ ପେମେଣ୍ଟ ଏବଂ ରୋଷେଇ ଗ୍ୟାସ ସହ ବଦଳୁଛି ଅନେକ ନିୟମ
UPI

Key Points

UPI ପେମେଣ୍ଟରେ ନୂଆ ସୁରକ୍ଷା ନିୟମ
UPI ପେମେଣ୍ଟ ବେଳେ ସାମ୍ନା ବ୍ୟକ୍ତିଙ୍କ ପ୍ରକୃତ ନାମ ଆସିବ
ବଡ଼ ଅର୍ଥ କାରବାର ଲାଗି ଫିଙ୍ଗରପ୍ରିଣ୍ଟ ଓ ଫେସ୍ ଆଇଡି ବାଧ୍ୟତାମୂଳକ
PNG ସଂଯୋଗ ଥିଲେ LPG କନେକ୍ସନ ସରେଣ୍ଡର କରିବାକୁ ପଡିବ
ଆଜିଠୁ ସାରା ଦେଶରେ ଅନେକ ନିୟମ ବଦଳିବାକୁ ଯାଉଛି
ନୁଆଦିଲ୍ଲୀ,୦୧/୦୬: ଆଜିଠୁ ସାରା ଦେଶରେ ଆର୍ଥିକ କାରବାର, ଡିଜିଟାଲ୍ ପେମେଣ୍ଟ ଏବଂ ରୋଷେଇ ଗ୍ୟାସ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ବଦଳିବାକୁ ଯାଉଛି । ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ପ୍ୟାନ୍ କାର୍ଡ ଏବଂ ସମ୍ପତ୍ତି ନିୟମରେ ହେବ ବଡ଼ ପରିବର୍ତ୍ତନ । ପ୍ରତିଦିନ ୫୦,୦୦୦ ଟଙ୍କାରୁ ଅଧିକ ନଗଦ ଜମା ପାଇଁ ପ୍ୟାନ୍ କାର୍ଡ ଆଉ ବାଧ୍ୟତାମୂଳକ ରହିବ ନାହିଁ ।

UPI ପେମେଣ୍ଟରେ ନୂଆ ସୁରକ୍ଷା ନିୟମ
ଅନଲାଇନ୍ ଠକେଇ ରୋକିବା ପାଇଁ ଏବେ Google Pay, PhonePe କିମ୍ବା Paytm ଭଳି UPI ଆପ୍‌ରେ ଟଙ୍କା ପଠାଇବା ପୂର୍ବରୁ ସାମ୍ନା ବ୍ୟକ୍ତିଙ୍କର ବ୍ୟାଙ୍କ-ପଞ୍ଜିକୃତ ଅସଲି ନାମ ସ୍କ୍ରିନ୍‌ରେ ଦେଖାଯିବ । ବଡ଼ ଅଙ୍କର ଅର୍ଥ କାରବାର ପାଇଁ କେବଳ ୪ କିମ୍ବା ୬ ଡିଜିଟ୍‌ର ପିନ୍ କାମ କରିବ ନାହିଁ, ବରଂ ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍ ଆଇଡି ବାଧ୍ୟତାମୂଳକ ହେବ ।

ପଢନ୍ତୁ ଏହି ଖବର: ମାସ ଶେଷରେ କମିଲା ସୁନା ଓ ରୁପା ଦାମ୍‌, ସର୍ବୋଚ୍ଚ ମୂଲ୍ୟଠାରୁ ୧.୯୦ ଲକ୍ଷ ଶସ୍ତା ହୋଇଛି


ରୋଷେଇ ଗ୍ୟାସ (LPG) ଓ PNGର ନୂଆ ନିୟମ
ପ୍ରତି ମାସ ଭଳି ଜୁନ୍ ୧ ତାରିଖରେ ମଧ୍ୟ ଘରୋଇ ଓ ବାଣିଜ୍ୟିକ LPG ସିଲିଣ୍ଡରର ନୂଆ ମୂଲ୍ୟ ଧାର୍ଯ୍ୟ ହେବ । ଯଦି ଆପଣ ନୂଆ ପାଇପ୍ ଗ୍ୟାସ୍ କନେକ୍ସନ ନେଇଛନ୍ତି, ତେବେ ୩୦ ଦିନ ମଧ୍ୟରେ ପୁରୁଣା LPG ସିଲିଣ୍ଡର କନେକ୍ସନକୁ ବାତିଲ୍ ବା ସରେଣ୍ଡର କରିବାକୁ ପଡ଼ିବ । 'ୱାନ୍ ହାଉସ, ୱାନ୍ କନେକ୍ସନ' ନିୟମକୁ କଡ଼ାକଡ଼ି କରାଯାଉଛି । ସେହିପରି ସିଲିଣ୍ଡର ବୁକିଂ ମଧ୍ୟରେ ବାଧ୍ୟତାମୂଳକ ବ୍ୟବଧାନକୁ ସହରାଞ୍ଚଳରେ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନକୁ ବୃଦ୍ଧି କରାଯାଇଛି ।

ବ୍ୟାଙ୍କିଙ୍ଗ୍ ଏବଂ ATM ଚାର୍ଜ ବୃଦ୍ଧି ହେବ
UPI ମାଧ୍ୟମରେ ବିନା କାର୍ଡରେ ATMରୁ ଟଙ୍କା ଉଠାଣକୁ ମଧ୍ୟ ବ୍ୟାଙ୍କଗୁଡ଼ିକ ମାସିକ ମାଗଣା ଟ୍ରାଞ୍ଜାକସନ୍ ଲିମିଟ୍‌ରେ ଗଣନା କରିବେ । ମାଗଣା ସୀମା ଶେଷ ହେବା ପରେ ଏଟିଏମ୍‌ରୁ ବାଲାନ୍ସ ଚେକ୍ କରିବା, ମିନି ଷ୍ଟେଟମେଣ୍ଟ କାଢ଼ିବା କିମ୍ବା ଟଙ୍କା ଉଠାଇବା ପାଇଁ ପ୍ରତି କାରବାର ପିଛା ₹୨ରୁ ₹୨୫ ପର୍ଯ୍ୟନ୍ତ ଅଧିକ ଶୁଳ୍କ ଦେବାକୁ ପଡ଼ିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ୟାନ୍ କାର୍ଡ ଏବଂ ସମ୍ପତ୍ତି ନିୟମରେ ହେବ ବଡ଼ ପରିବର୍ତ୍ତନ
ପ୍ରତିଦିନ ୫୦,୦୦୦ ଟଙ୍କାରୁ ଅଧିକ ନଗଦ ଜମା ପାଇଁ ପ୍ୟାନ୍ କାର୍ଡ ଆଉ ବାଧ୍ୟତାମୂଳକ ରହିବ ନାହିଁ । ସମ୍ପତ୍ତି ବିକ୍ରି କ୍ଷେତ୍ରରେ ପ୍ୟାନ୍ କାର୍ଡ ଦେବାର ସୀମାକୁ ୧୦ ଲକ୍ଷରୁ ବଢ଼ାଇ ୨୦ ଲକ୍ଷ ଟଙ୍କା କରାଯାଇଛି । କିନ୍ତୁ ୪୫ ଲକ୍ଷ ଟଙ୍କାରୁ ଅଧିକର ପ୍ରପର୍ଟି ଡିଲ୍ କିମ୍ବା ବାର୍ଷିକ ୧୦ ଲକ୍ଷରୁ ଅଧିକ ନଗଦ ଉଠାଣ ଉପରେ କଡ଼ା ନଜର ରଖାଯିବ।

ଭାରତୀୟ ସୋଲାରରେ ହିଁ ମିଳିବ ସବସିଡି
ଆଜିଠାରୁ ସମସ୍ତ ସରକାରୀ ସବସିଡି ପ୍ରାପ୍ତ ସୋଲାର ପ୍ରୋଜେକ୍ଟରେ କେବଳ ଭାରତରେ ପ୍ରସ୍ତୁତ ସୋଲାର ମଡ୍ୟୁଲ୍ ବ୍ୟବହାର କରାଯିବ । ଯାହାଦ୍ୱାରା ସୋଲାର ସ୍ଥାପନ ଖର୍ଚ୍ଚ ସାମାନ୍ୟ ବଢ଼ିପାରେ ।