Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - RTO ନଯାଇ ଆବେଦନ କରିପାରିବେ DL

National

RTO ନଯାଇ ଆବେଦନ କରିପାରିବେ DL

Rashmita Mishra
Browse all articles by Rashmita Mishra
·1 year ago·1 min read
RTO ନଯାଇ ଆବେଦନ କରିପାରିବେ DL

ଅର୍ଗସ ବ୍ୟୁରୋ: ଗାଡି ଚାଳକ ମାନଙ୍କ ପାଇଁ ବର୍ତ୍ତମାନ ଏକ ବଡ ପରିବର୍ତନ ହୋଇଛି ଯାହାର ଅନେକ ସୁବିଧା ଯୋଗାଇବ ଚାଳକ ମାନଙ୍କୁ । ଜୁନ ୧ରୁ ବଦଳିବାକୁ ଯାଉଛି ଡ୍ରଇଭିଂଙ୍ଗ ଲାଇସେନ୍ସର ବନୋଇବାର କିଛି ମିୟମ। ତେବେ ଡ୍ରଇଭିଂଙ୍ଗ ଲାଇସେନ୍ସ ବନେଇବା ପାଇଁ ଏକ ସରଳ ନିୟମ ଆସିବାକୁ ଯାଉଛି । ଆଗରୁ ଆପଣ ଡ୍ରଇଭିଂଙ୍ଗ ଲାଇସେନ୍ସ ବନେଇବା ପାଇଁ RTOକୁ ବାରମ୍ଵାର ଯିବାକୁ ପଡିଥାଏ ।ଯାହା ଦ୍ଵାରା ଆମ ମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୁନ ହେବାକୁ ପଡିଥାଏ 

ତେବେ ଜୁନ ୧ରୁ ଡ୍ରଇଭିଂଙ୍ଗ ଲାଇସେନ୍ସ ବନେଇବା ପାଇଁ ଆପଣଙ୍କୁ ଆଉ ବାରମ୍ଵାର RTO ଯିବାକୁ ପଡିବନି । ବର୍ତ୍ତମାନ ଆପଣ ଯଦି ଚାହିଁବେ କୌଣସିବି ପ୍ରାଇଭେଟ ଡ୍ରଇଭିଂଙ୍ଗ ଟେଷ୍ଟ ସେଣ୍ଟରରେ ଆପଣ ଡ୍ରଇଭିଂଙ୍ଗ ଲାଇସେନ୍ସ ବନେଇ ପାରିବେ ।ସରକାରଙ୍କର ଏଭଳି ନିୟମ କରିବାର କାରଣ RTO ଉପରେ ବଢୁଥିବା ଚାପ ପାଇଁ ଏଭଳି କରାଯାଇଛି ।

ପ୍ରାଇଭେଟ ଡ୍ରଇଭିଂଙ୍ଗ ଟେଷ୍ଟ ସେଣ୍ଟରରେ ମଧ୍ୟ ଡ୍ରଇଭିଂଙ୍ଗ ଟେଷ୍ଟ ପରେ ଲାଇସେନ୍ସ ଆବେଦନ କରାଯାଇ ମିଳିଥାଏ ।ଡ୍ରଇଭିଂଙ୍ଗ ଲାଇସେନ୍ସ ଆବେଦନ କରିବା ପାଇଁ ଡ୍ରଇଭିଂଙ୍ଗ ଟେଷ୍ଟ ସେଣ୍ଟରକୁ ସରକାର ଲାଇସେନ୍ସ ଦେଇଥାନ୍ତି । ସେହି କେନ୍ଦ୍ରରେ ସରକାର ନିୟମ ଓ ଆଇନି ଅନୁସାରେ ଡ୍ରଇଭିଂଙ୍ଗ ଲାଇସେନ୍ସ ବନାଯାଇଥାଏ । ଖାଲି ତାହା ନୁହେଁ ଏହାର ଟେଷ୍ଟ ଗୁଡିକ କରିବା ପାଇଁ ଟୁ-ହ୍ଵଇଲର ପାଇଁ ୧ଏକର ଜାଗା ଏବଂ ଫୋର-ହ୍ଵଇଲର ପାଇଁ ୨ ଏକର ଜାଗାର ଆବଶ୍ୟକତା ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
new-rules-for-making-driving-license-to-be-implemented-from-june-1 | Argus News