Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହନିମୁନ୍ ହତ୍ୟା ପରେ ମେଘାଳୟ ଅଞ୍ଚଳରେ ପର୍ଯ୍ୟଟକଙ୍କ ପାଇଁ ନୂଆ ନିୟମ

Ritu Das
Browse all articles by Ritu Das
·1 year ago·2 min read
ହନିମୁନ୍ ହତ୍ୟା ପରେ ମେଘାଳୟ ଅଞ୍ଚଳରେ ପର୍ଯ୍ୟଟକଙ୍କ ପାଇଁ ନୂଆ ନିୟମ

Key Points

ହନିମୁନ୍ ହତ୍ୟା ପରେ ମେଘାଳୟ ଅଞ୍ଚଳରେ ପର୍ଯ୍ୟଟକଙ୍କ ପାଇଁ ନୂଆ ନିୟମ

କପଲ ମାନେ ସ୍ବୀକୃତପ୍ରାପ୍ତ ଗାଇଡ ନେବା ବାଧ୍ୟତାମୂଳକ

ମେଘାଳୟ ପର୍ଯ୍ୟଟନ ଶିଳ୍ପକୁ ଯେପରି କୌଣସି କ୍ଷତି ନ ପହଞ୍ଚେ

ପ୍ରଶାସନ ତରଫରୁ ଉଭୟ ଦମ୍ପତ୍ତିଙ୍କ ସୁୁରକ୍ଷା ପାଇଁ ବଡ଼ ଘୋଷଣା

କିଛି ଦିନ ହେଲା ହନିମୁନରେ ସ୍ବାମୀମାନଙ୍କ ସହ ବୁଲିବାକୁ ଯାଇ ତାଙ୍କୁ ହତ୍ୟା କରିବା ଯେମିତି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଦିନକୁ ଦିନ ଏଭଳି ଅପରାଧ ଏବଂ ହତ୍ୟା ବଢ଼ିବାରେ ଲାଗିଛି। ସେଥିପାଇଁ ମେଘାଳୟ ପ୍ରଶାସନ ପର୍ଯ୍ୟଟକଙ୍କ ପାଇଁ କିଛି ନିୟମ କଡ଼ାକଡ଼ି କରିଛନ୍ତି। ପର୍ଯ୍ୟଟକ ମାନେ ଯଦି ମେଘାଳୟ ପର୍ବତର ସୌନ୍ଦର୍ଯ୍ୟ ଦେଖିବା ପାଇଁ ଆସୁଛନ୍ତି ତେବେ ସେମାନଙ୍କର ସୁରକ୍ଷା ହେଉଛି ପ୍ରାଥମିକ ଦାୟିତ୍ବ। ସେମାନେ ପୂର୍ବ ଖାସି ପର୍ବତ ଯଦି ବୁଲିବାକୁ ଯାଉଛନ୍ତି ତେବେ ସେମାନେ ସରକାରଙ୍କ ସ୍ବୀକୃତିପ୍ରାପ୍ତ ଗାଇଡ ସାଥୀରେ ନେବେ। ମେଘାଳୟର ଡେପୁଟି କମିଶନର ତଥା ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। କାରଣ ଆପଣ ଆପଣଙ୍କ ସହ ଯେକୌଣସି ଲୋକଙ୍କୁ ଗାଇଡ ଭାବେ ନେଇକି ଯାଇପାରିବେ ନାହିଁ। ଏଭଳି ନିଷ୍ପତ୍ତି ଆସିବାର କାରଣ ହେଉଛି ଗତ କିଛି ଦିନ ତଳେ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଦମ୍ପତ୍ତି ମେଘାଳୟ ବୁଲିବାକୁ ଆସିଥିଲେ। ଆଉ ସେହିଠାରେ ହିଁ ତାଙ୍କ ସ୍ତ୍ରୀ ତାଙ୍କ ସ୍ବାମୀ ରାଜା ରଘୁବଂଶୀ ନିଜ ପ୍ରେମିକଙ୍କ ସହାୟତାରେ ଲୋକ ଳଗାଇ ତାଙ୍କୁ ହତ୍ୟା କରିଥିଲେ। ସ୍ତ୍ରୀ ସୋନମଙ୍କ ଏଭଳି ଜଘନ୍ୟ କାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଥିଲା।


ରାଜାଙ୍କର ଯେଉଁଠାରେ ହତ୍ୟା କରାଯାଇଥିଲା ତାହା ହେଉଛି ମେଘାଳୟର ସବୁଠୁ ସୁନ୍ଦର ଭ୍ୟୁ ପଏଣ୍ଟ। ଏହା ହେଉଛି ସେହି ସ୍ଥାନର ସବୁଠାରୁ ଉଚ୍ଚ ଓ୍ବାଟରଫଲ ଖାଲି ମେଘାଳୟ ନୁହେଁ ଉତ୍ତର-ପୂର୍ବ ଭାରତର ସବୁଠୁ ସୁନ୍ଦର ସ୍ଥାନ। ଯେତେବେଳେ ଏହି ଘଟଣାଟି ପରେ "ହନିମୁନ୍ ହତ୍ୟା ମାମଲା" ଭାବରେ ଜଣାଶୁଣା ହେଲା, ସେତେବେଳେ ଖବର ଏବଂ ସୋସିଆଲ ମିଡିଆରେ ଏହା ଚର୍ଚ୍ଚାର ବିଷୟ ପାଲଟିଲା, ବହୁ ସଂଖ୍ୟକ ଫଲୋର୍ସ ଏବଂ କିଛି ଲୋକ ଭାବିବାକୁ ଲାଗିଲେ ଯେ, ମେଘାଳୟ ଏବଂ ସାଧାରଣତଃ ଉତ୍ତର-ପୂର୍ବ ଅଞ୍ଚଳ ଯାତ୍ରା କରିବା ପାଇଁ ସୁରକ୍ଷିତ ନୁହେଁ। ଚେରାପୁଞ୍ଜି (ସୋହରା)ର ଏକ ରିସର୍ଟର ମାଲିକ NDTVକୁ କହିଥିଲେ ଯେ ସେମାନେ ପ୍ରାୟତଃ ପର୍ଯ୍ୟଟକମାନଙ୍କୁ ରାତିରେ ଯାତ୍ରା କରିବା ସୁରକ୍ଷିତ କି ବ୍ୟକ୍ତିଗତ ଯାନରେ ଏକୁଟିଆ ଯାତ୍ରା କରିବା ଭଳି ପ୍ରଶ୍ନ ପଚାରିଥାନ୍ତି। ଇନ୍ଦୋର ଦମ୍ପତି, ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀଙ୍କ ସହ ଜଡିତ ହତ୍ୟା ମାମଲା ପରେ, କେତେକ ସେମାନଙ୍କର ହଲିଡେ ବୁକିଂ ବାତିଲ କରିଥିଲେ, ଏବଂ ଅନେକ ଲୋକ ଚିନ୍ତା ପ୍ରକାଶ କରିଥିଲେ। ସମସ୍ତେ ନୁହେଁ କିନ୍ତୁ ଏଭଳି ହୃଦୟ ବିଦାରକ ଘଟଣା ଘଟିବା ପରେ ଆମେ କିଛି ହୋଟେଲ ବୁକିଙ୍ଗ ବାତିଲ କରିବା ଦେଖିବାକୁ ପାଇଲୁ। ଏଭଳି ହୋଇଥିଲେ ମେଘାଳୟ ପର୍ଯ୍ୟଟନ ଶିଳ୍ପ ନିହାତି ଭାବେ କ୍ଷତିଗ୍ରସ୍ତ ହୋଇଥାନ୍ତା। ବହୁତ ଲୋକ ସେମାନଙ୍କର ସୁରକ୍ଷା ଏବଂ ସୁରକ୍ଷା ବିଷୟରେ ଚିନ୍ତିତ ଥିଲେ, ଏବଂ ଆମକୁ ପଚାରିଥିଲେ ଯେ ଆମେ ଏହି ସ୍ଥାନକୁ ବୁଲିବାକୁ ଆସିବା ସୁରକ୍ଷିତ କି ନାହିଁ। ଆମକୁ ସେମାନଙ୍କୁ ଆଶ୍ୱସ୍ତ କରିବାକୁ ପଡିଲା ଯେ ଏଠାରେ ଯାତ୍ରା କରିବା ସମ୍ପୂର୍ଣ୍ଣ ନିରାପଦ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
new-rules-for-tourists-in-meghalaya-region-after-honeymoon-murder | Argus News