Videos
|
National

ନୂଆ ନିୟମ, ପୁରୁଣା ଗାଡ଼ି ହୋଇଥିଲେ ପେଟ୍ରୋଲ ପମ୍ପରେ ମିଳିବନାହିଁ ତେଲ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ନୂଆ ନିୟମ, ପୁରୁଣା ଗାଡ଼ି ହୋଇଥିଲେ ପେଟ୍ରୋଲ ପମ୍ପରେ ମିଳିବନାହିଁ ତେଲ

Key Points

ପୁରୁଣା ଗାଡ଼ିକୁ ତେଲ ମନା
ପୁରୁଣା ଯାନ ବାହନ ବ୍ୟବହାରକୁ ରୋକିବା ପାଇଁ ନୂଆ ନିୟମ
ପୁରୁଣା ଗାଡ଼ି ହୋଇଥିଲେ ପେଟ୍ରୋଲ ପମ୍ପରେ ମିଳିବନାହିଁ ତେଲ
ଦିଲ୍ଲୀର ପେଟ୍ରୋଲ ପମ୍ପରେ କଡାକଡି ଭାବେ ନିୟମ ପାଳନ

ପୁରୁଣା ଗାଡ଼ି ପାଇଁ ପେଟ୍ରୋଲ ପମ୍ପରେ ତେଲ ନାହିଁ । ଆଜିଠୁ ପୁରୁଣା ଯାନ ବାହନ ବ୍ୟବହାରକୁ ରୋକିବା ପାଇଁ ଦିଲ୍ଲୀରେ ଲାଗୁ ହୋଇଛି ନୂଆ ନିୟମ । ୧୫ ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ଗାଡି ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଚାଳିତ ଗାଡ଼ିକୁ ରାସ୍ତାରୁ ହଟାଇବାକୁ ଯୋଜନା । ପେଟ୍ରୋଲ ପମ୍ପରେ କଡାକଡି ଭାବେ ନିୟମ ପାଳନ କରାଯାଇଛି । ନିୟମ ନମାନିଲେ କାରକୁ ୧୦ ହଜାର ଏବଂ ବାଇକ୍ ପାଇଁ ୫ ହଜାର ଫାଇନ । ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ଉପରେ ସବୁଠାରୁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଅଧିନରେ ଦିଲ୍ଲୀ ସରକାର ପୁରୁଣା ଗାଡ଼ିଗୁଡିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।


ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ଜବତ କରାଯିବ । ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀର ପେଟ୍ରୋଲ ପମ୍ପଗୁଡ଼ିକରେ ବାୟୁ ଗୁଣବତ୍ତା ପରିଚାଳନା କମିଶନ, ପରିବହନ ବିଭାଗ, ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଏବଂ ଦିଲ୍ଲୀ ପୁଲିସ ସମେତ ଅନ୍ୟାନ୍ୟ ପ୍ରବର୍ତ୍ତନ ସଂସ୍ଥାର ଟିମ୍ ଉପସ୍ଥିତ ରହିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: