Videos
|
National

ଆଜିଠୁ ଲାଗୁ ହେବ ନୂଆ ନିୟମ, ନୂଆ ପ୍ୟାନ୍ ପାଇଁ ଆଧାର ବାଧ୍ୟତାମୂଳକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜିଠୁ ଲାଗୁ ହେବ ନୂଆ ନିୟମ, ନୂଆ ପ୍ୟାନ୍ ପାଇଁ ଆଧାର ବାଧ୍ୟତାମୂଳକ

Key Points

ଆଜିଠୁ ଲାଗୁ ହେବ ନୂଆ ନିୟମ

ନୂଆ ପ୍ୟାନ୍ ପାଇଁ ଆଧାର ବାଧ୍ୟତାମୂଳକ

ଆଜିଠୁ ଲାଗୁ ହେବ ନୂଆ ନିୟମ । ନୂଆ ପ୍ୟାନ୍ ପାଇଁ ଆଧାର ବାଧ୍ୟତାମୂଳକ କରାଯାଇଛି । ନୂଆ ପାନ୍ କାର୍ଡ ଲାଗି ଆବେଦନ କରିବାକୁ ହେଲେ ବାଧ୍ୟତାମୂଳକ ଭାବେ ଆଧାର ବ୍ୟବହାର କରିବାକୁ ପଡିବ । ପୂର୍ବରୁ ପାନ୍ କାର୍ଡ ଲାଗି ଯେକୌଣସି ଫଟୋ ପରିଚୟପତ୍ର ଓ ଜନ୍ମ ପ୍ରମାଣପତ୍ର ବ୍ୟବହାର ହେଉଥିଲା । ଏଥିସହ ତତ୍କାଳ ଟିକଟ ବୁକିଂ ନିୟମ ବଦଳିବ । ବର୍ଦ୍ଧିତ ରେଳଭଡ଼ା ଲାଗୁ ହେବ । ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରିଜର୍ଭେସନ୍ ଫି, ସୁପରଫାଷ୍ଟ ସରଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି। ଏହି ବିଜ୍ଞପ୍ତି ଅନୁସାରେ ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇନାହିଁ ।


ତେବେ ୫୦୧ରୁ ୧୫୦୦ କିଲୋମିଟର ଦୂରତା ପାଇଁ ୫ ଟଙ୍କା ଏବଂ ୨୫୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ପାଇଁ ୧୦ ଟଙ୍କା ଏବଂ ୨୫୦୧ ରୁ ୩୦୦୦ କିଲୋମିଟର ଦୂରତା ସ୍ଲାବ୍ ପାଇଁ ୧୫ ଟଙ୍କା ବୃଦ୍ଧି କରାଯାଇଛି । ମହଙ୍ଗା ହେବ କ୍ରେଡିଟ୍ କାର୍ଡ । ବ୍ୟାଙ୍କର କ୍ରେଡିଟ୍ ବ୍ୟବହାରକାରୀଙ୍କୁ ୟୁଟିଲିଟି ବିଲ୍ ପେମେଣ୍ଟ କରିବା ପାଇଁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
new-rules-to-be-implemented-from-today-aadhaar-mandatory-for-new-pan | Argus News