Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଇବର ଠକଙ୍କୁ ରୋକିବା ପାଇଁ ଆସିଲା ନୂଆ ଆପ୍, ଆପଣ ବି କରିପାରିବେ ଇନ୍‌ଷ୍ଟଲ !

National

ସାଇବର ଠକଙ୍କୁ ରୋକିବା ପାଇଁ ଆସିଲା ନୂଆ ଆପ୍, ଆପଣ ବି କରିପାରିବେ ଇନ୍‌ଷ୍ଟଲ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସାଇବର ଠକଙ୍କୁ ରୋକିବା ପାଇଁ ଆସିଲା ନୂଆ ଆପ୍, ଆପଣ ବି କରିପାରିବେ ଇନ୍‌ଷ୍ଟଲ !

ଟେକ୍ନୋଲୋଜିର ବିକାଶ ସାଙ୍ଗକୁ ଅପରାଧ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଦେଶ ଯେତିକି ଡିଜିଟାଲ ହେଉଛି ସାଇବର ଠକଙ୍କ ଦୌରାତ୍ମ୍ୟ ସେତିକି ବଢ଼ୁଛି। ଦେଶରେ ଆର୍ଥିକ ସ୍ଥିତି ଉପରେ ସାଇବର ଠକଙ୍କ ନଜର ରହୁଛି । ଭିନ୍ନ ଭିନ୍ନ ତରିକାରେ ଲୁଟୁଛନ୍ତି ସାଇବର ଠକ । ନୂଆ ନୂଆ ଚାଲରେ ଆର୍ଥିକ କାରବାର ଦୁର୍ବଳ କରୁଛନ୍ତି ।


ସାଇବର ଠକେଇକୁ ମୁକାବିଲା କରିବା ରାଜ୍ୟ ଓ ଦେଶ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି । ସାରା ଦେଶରେ ସାଇବର ଠକଙ୍କୁ ଦମନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଉପାୟ କରାଯାଉଛି । ହେଲେ ଗୋଟିଏ ପାଦ ଆଗକୁ ଯାଇ ଲୋକଙ୍କୁ ଠକି ଚାଲିଛନ୍ତି ସାଇବର ଅପରାଧୀ । ଏହାର ନିରାକରଣ ପାଇଁ ସରକାର ଏବେ ଏକ ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତି । ଲୋକଙ୍କ ସୁବିଧା ପାଇଁ ଟେଲିକମ୍ ବିଭାଗ ସଞ୍ଚାର ସାଥି ଆପ୍ ଲଞ୍ଚ କରାଯାଇଛି ।


କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦୂରସଂଚାର ବିଭାଗ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ 'ସଂଚାର ସାଥୀ ମୋବାଇଲ୍ ଆପ'ର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏହି ଆପ୍ ମାଧ୍ୟମରେ ଦେଶର ଲୋକମାନେ ନିରାପଦରେ ରହିବେ ଏବଂ ଗୋପନୀୟତା ରକ୍ଷା କରାଯିବ । ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ଏହି ଆପ ଡାଉନଲୋଡ୍ ହୋଇପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସଞ୍ଚାର ଆପ୍ ମାଧ୍ୟମରେ ଅନଲାଇନ୍ ଠକେଇ ଠାରୁ ଆରମ୍ଭ କରି ଫୋନ୍ ଚୋରି ହେବା ପର୍ଯ୍ୟନ୍ତ ମୋବାଇଲରେ ଅଭିଯୋଗ ଦାଖଲ କରାଯାଇପାରିବ। ଏହି ଆପ୍ ଲଞ୍ଚ ହେବା ସହିତ ରିପୋର୍ଟ କରିବାର ପ୍ରକ୍ରିୟା ସହଜ ହୋଇଛି । ପୂର୍ବରୁ ଫୋନ୍ ଚୋରି ଏବଂ ନକଲି କଲ୍ ବିଷୟରେ ଅଭିଯୋଗ କରିବା ପାଇଁ ସଞ୍ଚାର ସାଥୀ ୱେବସାଇଟକୁ ଯିବାକୁ ପଡ଼ୁଥିଲା । ହେଲେ ଏବେ ମୋବାଇଲ୍ ଫୋନ୍ ମାଧ୍ୟମରେ ମଧ୍ୟ ରିପୋର୍ଟ କରିପାରିବେ ଲୋକେ ।


ଏହି ଆପକୁ ଯାଇ ଆପଣ ଜାଣିପାରିବେ ଆପଣଙ୍କ ନାମରେ ଭୁଲ ଉପାୟରେ କେତେ କନେକ୍ସନ ନିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେହି କନେକ୍ସନ ଗୁଡ଼ିକୁ ବନ୍ଦ ମଧ୍ୟ କରାଯାଇପାରିବ । ଏହା ବ୍ୟତୀତ ଫୋନ ଚୋରିହେଲେ କିମ୍ବା ହଜିଗଲେ ମଧ୍ୟ ଏହି ଆପରେ ରିପୋର୍ଟ କରିପାରିବେ । ଏଥିରେ ଡିଭାଇସକୁ ଟ୍ରାକ୍ କରାଯାଇପାରିବ । ନକଲି ବାର୍ତ୍ତା ଏବଂ କଲ ବିଷୟରେ ଅଭିଯୋଗ ମଧ୍ୟ କରାଯାଇପାରିବ ।


ଦୁଇ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୩ ରେ ସଞ୍ଚାର ସାଥୀ ପୋର୍ଟାଲ୍ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ଏହି ଆପ୍ ଉପସ୍ଥାପିତ ହୋଇଛି । ଅଧିକରୁ ଅଧିକ ଲୋକ ଏହାକୁ ବ୍ୟବହାର କରି ନିଜକୁ ସୁରକ୍ଷିତ ରଖିବାରେ ସକ୍ଷମ ହେବେ ବୋଲି ଆଶା ରହିଛି ।

Sponsored
New Sanchar Saathi Mobile App brings telecom security tools directly to the fingertips of every citizen | Argus News