Tatkal Ticket Booking Rules / ଆଜିଠାରୁ ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ, ଜାଣନ୍ତୁ ଏହି ପରିବର୍ତ୍ତନ ବିଷୟରେ
·1 month ago·3 min read

Key Points
ତତ୍କାଳ ଟିକେଟ୍ ପାଇଁ ନୂଆ ନିୟମ
ଆଜିଠୁ ଲାଗୁହେଲା ନୂଆ ନିୟମ
ଏସି ପାଇଁ ୧୦ ସ୍ଲିପର ପାଇଁ ୧୫ଟି ଟୋକନ୍ ଦିଆଯିବ

ଭୁବନେଶ୍ବର,୩୦/୦୭: ଆଜି ଠାରୁ ଆପଣ ଯଦି ଆପଣ ଟ୍ରେନରେ ଯାତ୍ରା ପାଇଁ ଟିକେଟ୍ କରିବାକୁ ଯୋଜନା କରୁଛନ୍ତି ତାହାହେଲେ ଏହି ଖବର ଆପଣଙ୍କ ପାଇଁ ଖୁବ୍ ଜରୁରୀ। ଆଜିଠୁ ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ତତ୍କାଳ ରେଳ ଟିକେଟର ନିୟମ ମଧ୍ୟ ବଦଳିବାକୁ ଯାଉଛି । ପ୍ରକୃତରେ, ଯଦି ଆପଣ ଭାରତୀୟ ରେଲଓ୍ବେ କାଉଣ୍ଟରକୁ ଯାଇ ତତ୍କାଳ ଟିକେଟ୍ ବୁକ୍ କରାନ୍ତି, ତେବେ ଆଜି ଠାରୁ ଲାଗୁ ହେବାକୁ ଥିବା ଏହି ନିୟମ ବିଷୟରେ ଜାଣି ନିଅନ୍ତୁ ।
ଆଜି ଠାରୁ ତତ୍କାଳ ଟିକେଟ ବୁକିଂର ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଭାରତୀୟ ରେଲଓ୍ବେର ପଶ୍ଚିମ ମଧ୍ୟ ରେଳ ଜୋନ୍ ରିଜର୍ଭେସନ କାଉଣ୍ଟରଗୁଡ଼ିକରେ ହେଉଥିବା ପ୍ରବଳ ଭିଡ଼, ଦଳାଚକଟା ଏବଂ ଦଲାଲମାନଙ୍କର ମନମାନିକୁ ଶେଷ କରିବା ପାଇଁ 'ଟୋକନ୍' ସିଷ୍ଟମର ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ।
ଏହି ପରିବର୍ତ୍ତନ କାହିଁକି କରାଯାଇଛି?
ପ୍ରାୟତଃ ଦେଖାଯାଏ ଯେ ତତ୍କାଳ ଟିକେଟ ବୁକିଂ ଆରମ୍ଭ ହେବା ମାତ୍ରେ କାଉଣ୍ଟର ପାଖରେ ପ୍ରବଳ ଭିଡ଼ ହେବା ସହ ଠେଲାପେଲା ପରିସ୍ଥିତି ଉପୁଜି ଥାଏ । ଦଲାଲ ଏବଂ କିଛି ଅସାମାଜିକ ତତ୍ତ୍ୱ ପୂର୍ବରୁ ଲାଇନରେ କବ୍ଜା କରି ନିଅନ୍ତି, ଯାହାଫଳରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେଉଥିବା ସାଧାରଣ ଯାତ୍ରୀମାନଙ୍କୁ ଟିକେଟ ମିଳିପାରେ ନାହିଁ । ଏହି ସମସ୍ୟାକୁ ଦୂର କରିବା ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ରେଳ ବିଭାଗ ଏବେ ପ୍ରଥମେ ଟୋକନ୍ ବାଣ୍ଟିବ ଏବଂ ସେହି ଟୋକନ୍ ନମ୍ବର ଆଧାରରେ ଯାତ୍ରୀମାନଙ୍କୁ କାଉଣ୍ଟରକୁ ଡାକିବ।
ପଢନ୍ତୁ ଏହି ଖବର:ମୋଦିଙ୍କ AI-ମର୍ଫଡ୍ ଭିଡିଓ ତିଆରି ଅଭିଯୋଗ: ମେଟା ବିରୋଧରେ ମାମଲା ରୁଜୁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟୋକନ୍ ମିଳିବାର ନୂଆ ସମୟ
ପୂର୍ବରୁ ଟିକେଟ କାଉଣ୍ଟର ଖୋଲିବା ଠିକ୍ ପୂର୍ବରୁ ଟୋକନ୍ ଦିଆଯାଉଥିଲା, ଯାହାଫଳରେ ଧକ୍କା-ଚମକା ହେଉଥିଲା । ଏବେ ଟୋକନ୍ ବାଣ୍ଟିବାର ସମୟ ବୁକିଂ ଆରମ୍ଭ ହେବାର ବହୁତ ପୂର୍ବରୁ ଧାର୍ଯ୍ୟ କରାଯାଇଛି । ଏସି (AC) କ୍ଲାସ: ବୁକିଂ ସକାଳ ୧୦ଟାରେ ଆରମ୍ଭ ହୋଇଥାଏ। ଏଥିପାଇଁ ଟୋକନ୍ ବିତରଣ ସକାଳ ୮:୩୦ ରୁ ୯:୦୦ ଟା ମଧ୍ୟରେ କରାଯିବ। ସ୍ଲିପର (Sleeper) କ୍ଲାସ: ବୁକିଂ ସକାଳ ୧୧ ଟାରେ ଆରମ୍ଭ ହୋଇଥାଏ। ଏଥିପାଇଁ ଟୋକନ୍ ସକାଳ ୯:୩୦ ରୁ ୧୦:୦୦ ଟା ମଧ୍ୟରେ ବଣ୍ଟାଯିବ।
ପ୍ରତି କାଉଣ୍ଟର ପାଇଁ ଟୋକନ୍ ସୀମା
ଅନାବଶ୍ୟକ ଭିଡ଼କୁ ଏଡାଇବା ପାଇଁ, ରେଳବାଇ ପ୍ରତି ବୁକିଂ କାଉଣ୍ଟର ପାଇଁ ସର୍ବାଧିକ ଟୋକନ୍ ସଂଖ୍ୟାକୁ ସୀମିତ କରିଛି। ଏସି ଟିକେଟ ପାଇଁ, ପ୍ରତି କାଉଣ୍ଟରରେ ସର୍ବାଧିକ ୧୦ଟି ଟୋକନ୍ ଜାରି କରାଯିବ, ଯେତେବେଳେ ସ୍ଲିପର୍/ନନ୍-ଏସି ଟିକେଟ ପାଇଁ, ପ୍ରତି କାଉଣ୍ଟରରେ ସର୍ବାଧିକ ୧୫ଟି ଟୋକନ୍ ଜାରି କରାଯିବ।
ଲୋକମାନଙ୍କର ସମୟ ନଷ୍ଟ ହେବ ନାହିଁ
ଏହି ନିୟମ ଯୋଗୁଁ ସେହି ଲୋକମାନଙ୍କର ସମୟ ନଷ୍ଟ ହେବ ନାହିଁ, ଯେଉଁମାନେ ଟୋକନ୍ ନମିଳିବା କାରଣରୁ ପୂର୍ବରୁ ହିଁ ଜାଣିଯିବେ ଯେ ସେମାନଙ୍କର ଟିକେଟ୍ ହୋଇପାରିବ ନାହିଁ । ଏବେ କୌଣସି ବ୍ୟକ୍ତି ଅନ୍ୟ କାହା ନାମରେ କିମ୍ବା ଏଜେଣ୍ଟ ନାମରେ ଟୋକନ୍ ନେଇପାରିବେ ନାହିଁ । ଟୋକନ୍ ନେବା ସମୟରେ ଯାତ୍ରୀଙ୍କୁ ନିଜର Original ID Proof ଯେପରିକି ଆଧାର କାର୍ଡ, ଭୋଟର ଆଇଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ଦେଖାଇବା ବାଧ୍ୟତାମୂଳକ ହେବ । ଟୋକନ୍ ଉପରେ ଯାତ୍ରୀଙ୍କ ନାମ ଦର୍ଜ କରାଯିବ ଯେପରି ଦଲାଲମାନେ ଏହାର ଭୁଲ୍ ଫାଇଦା ଉଠାଇ ନପାରିବେ । କାଉଣ୍ଟରରେ ଟିକେଟ୍ କରିବା ସମୟରେ ମଧ୍ୟ ସେହି ସମାନ ଆଇଡି ପ୍ରୁଫ୍ (ID Proof) ଦେଖାଇବାକୁ ହେବ ।
ସାଧାରଣ ଯାତ୍ରୀମାନଙ୍କର କଣ ଲାଭ ହେବ?
ଟୋକନ୍ ମିଳିବା ପରେ ଯାତ୍ରୀମାନଙ୍କୁ କାଉଣ୍ଟର ସାମ୍ନାରେ ଖରା କିମ୍ବା ଭିଡ଼ରେ ଛିଡ଼ା ହେବାର ଆବଶ୍ୟକତା ପଡ଼ିବ ନାହିଁ । ସେମାନେ ଆରାମରେ ବସି ନିଜ ପାଳିକୁ ଅପେକ୍ଷା କରିପାରିବେ । ସଠିକ୍ ସମୟରେ ଟୋକନ୍ ମିଳିବା ଦ୍ୱାରା ବୁକିଂ କାମ ଶୀଘ୍ର ଏବଂ କୌଣସି ହଙ୍ଗାମା ନଥାଇ ସମ୍ପୂର୍ଣ୍ଣ ହୋଇଯିବ ।
ଯଦି ଆପଣ ୧ ଅଗଷ୍ଟ ପରେ ପଶ୍ଚିମ ମଧ୍ୟ ରେଳବାଇର ପ୍ରମୁଖ ଷ୍ଟେସନ ଯେପରିକି ଭୋପାଳ, ଜବଲପୁର, କୋଟା ମଣ୍ଡଳରୁ ତତ୍କାଳ ଟିକେଟ୍ କରିବାକୁ ଚାହୁଁଛନ୍ତି, ତେବେ ସମୟ ପୂର୍ବରୁ ଷ୍ଟେସନରେ ପହଞ୍ଚନ୍ତୁ, ନିଜର ପୂରଣ ହୋଇଥିବା ରିଜର୍ଭେସନ ଫର୍ମ ଏବଂ ଓରିଜିନାଲ ଆଇଡି ପ୍ରୁଫ୍ (Original ID Proof) ସାଙ୍ଗରେ ରଖିବାକୁ ଭୁଲନ୍ତୁ ନାହିଁ ।

Related Topics
Explore more stories