Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

New tax coming / ଦେହ ଖରାପ କରୁଥିବା ସବୁ ସାମଗ୍ରୀର ବଢ଼ିବ ଦର, ଜାଣନ୍ତୁ କ'ଣ ?

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·1 min read
ଦେହ ଖରାପ କରୁଥିବା ସବୁ ସାମଗ୍ରୀର ବଢ଼ିବ ଦର, ଜାଣନ୍ତୁ କ'ଣ ?
Pan-Cigarette-Gutka

Key Points

ସେସ କୌଣସି ଆବଶ୍ୟକ ବସ୍ତୁ ଉପରେ ଲାଗିବ ନାହିଁ।
କେବଳ ସ୍ୱାସ୍ଥ୍ୟ ଖରାପ କରୁଥିବା ବସ୍ତୁ ଉପରେ ଲାଗିବ ଟାକ୍ସ।

ପାନ-ମସଲା, ସିଗାରେଟ୍ ଉପରେ ଲାଗିବ ନୂଆ ଟ୍ୟାକ୍ସ। ଦୁଇ ଦିନର ବିତର୍କ ପରେ ଲୋକସଭାରେ 'ହେଲ୍‌ଥ ସିକ୍ୟୁରିଟି ସେ ନ୍ୟାସନାଲ୍ ସିକ୍ୟୁରିଟ୍ ସେସ୍' ବିଲ୍ ପାରିତ। ରାଷ୍ଟ୍ରୀୟ ସୁରକ୍ଷା କାମରେ ଆସିବ ବଜେଟ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ, କୌଣସି ଆବଶ୍ୟକ ସାମଗ୍ରୀ ଉପରେ ନୁହେଁ, କେବଳ ସ୍ବାସ୍ଥ୍ୟ ଖରାପ କରୁଥିବା ବସ୍ତୁ ଉପରେ ଲାଗିବ ସେସ୍।

ସଂସଦର ଶୀତ ଅଧିବେଶନରେ ଲୋକସଭାରେ 'ହେଲ୍‌ଥ ସିକ୍ୟୁରିଟି ସେ ନ୍ୟାସନାଲ୍ ସିକ୍ୟୁରିଟ୍ ସେସ୍' ବିଲ୍ ପାରିତ ହୋଇଛି। ଏହି ବିଧେୟକ ଆଇନରେ ପରିଣତ ହେବା ପରେ ସିଗାରେଟ୍-ପାନ ମସଲା ପରି ଉତ୍ପାଦ ଉପରେ ସରକାର ଅତିରିକ୍ତ ଟିକସ ଲଗାଇବେ। ନିର୍ମଳା ସୀତାରମଣ ଆହୁରି କହିଛନ୍ତି କାର୍ଗିଲ ଯୁଦ୍ଧ ସମୟରେ ସେନାର ଆର୍ଥିକ ଅବସ୍ଥା କଣ ଥିଲା ସମସ୍ତେ ଜାଣିଛନ୍ତି। ଦେଶ ଆଉ କେବେ ସେପରି ସ୍ଥିତିର ସାମ୍ନା କରିବ ନାହିଁ। ସେସ କୌଣସି ଆବଶ୍ୟକ ବସ୍ତୁ ଉପରେ ଲାଗିବ ନାହିଁ। କେବଳ ସ୍ୱାସ୍ଥ୍ୟ ଖରାପ କରୁଥିବା ବସ୍ତୁ ଉପରେ ଲାଗିବ।

ସେପଟେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କର୍କଟ ରୋଗ ବିଶେଷଜ୍ଞ ଏହା ଏକ ଲୋକ ଉପକାରୀ ବିଲ୍, ଯାହା ଲୋକଙ୍କ ସ୍ଵାସ୍ଥ୍ୟକୁ ଜଗିବା ସହିତ ରାଷ୍ଟ୍ର ସୁରକ୍ଷାକୁ ମଧ୍ୟ ବଳ ଦେବ ବୋଲି ସେ କହିଛନ୍ତି। ଅର୍ଥ ରାଶି ବୃଦ୍ଧି ଦ୍ୱାରା ବ୍ୟବହାର କମିବ ଏବଂ କ୍ୟାନ୍ସର ପୀଡ଼ିତଙ୍କ ସଂଖ୍ୟା ହ୍ରାସ ପାଇବ। ଲୋକେ ଅଭ୍ୟାସରେ ପଡ଼ିଯାଇଛନ୍ତି, ମୂଲ୍ୟ ବୃଦ୍ଧି ହେଲେ ପାନ ମସଲା ସିଗାରେଟ ବ୍ୟବହାର ହ୍ରାସ ପାଇବ, ଯାହାଦ୍ଵାରା ଲୋକଙ୍କ ସ୍ୱାସ୍ଥ୍ୟ ଠିକ ରହିବ।

ଅନେକ ସମୟରେ ସେଲିବ୍ରିଟି ମାନେ ମଧ୍ୟ ତମାଖୁର ବିଜ୍ଞାପନ କରୁଥିବା ଦେଖିବାକୁ ମିଳିଥାଏ। ଏସବୁ ଉପରେ ରୋକ୍ ଲଗାଯିବା ସହ ଜନସଚେତନତାକୁ ଆହୁରି ବୃଦ୍ଧି କରାଯିବା ଆବଶ୍ୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
New tax coming for demerit goods like cigarettes and not for essential goods: FM Sitharaman | Argus News