Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆରଜି କର ମେଡିକାଲ ମାମଲାରେ ନୂଆ ମୋଡ଼: ୫୦ ଜଣ ଡାକ୍ତର ଏକା ସାଙ୍ଗରେ ଦେଲେ ଇସ୍ତଫା

National

ଆରଜି କର ମେଡିକାଲ ମାମଲାରେ ନୂଆ ମୋଡ଼: ୫୦ ଜଣ ଡାକ୍ତର ଏକା ସାଙ୍ଗରେ ଦେଲେ ଇସ୍ତଫା

Ritu Das
Browse all articles by Ritu Das
·1 year ago·2 min read
ଆରଜି କର ମେଡିକାଲ ମାମଲାରେ ନୂଆ ମୋଡ଼: ୫୦ ଜଣ ଡାକ୍ତର ଏକା ସାଙ୍ଗରେ ଦେଲେ ଇସ୍ତଫା

ଅର୍ଗସ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍‌କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଥମିବାର ନାଁ ଧରୁନି । ମେଡିକାଲ ବାହାରେ କନିଷ୍ଠ ଡାକ୍ତରଙ୍‌କ ଆନ୍ଦୋଳନ ଜାରି ରହିଥିବା ବେଳେ ମେଡିକାଲକୁ ଏକ ଶକ୍ତ ଝଟକା ଲାଗିଛି । ଆରଜି କର ମେଡିକାଲ କଲେଜର ୫୦ ଜଣ ବରିଷ୍ଠ ଡାକ୍ତର ସାମୂହିକ ଇସ୍ତଫା ପ୍ରଦାନ କରିଛନ୍ତି । ଜୁନିୟର ଡକ୍ଟର୍ସ ଫ୍ରଣ୍ଟ ମହିଳା ଡାକ୍ତରଙ୍କୁ ନ୍ୟାୟ ଦାବି ସହ କିଛି ବରିଷ୍ଠ ଅଧିକାରୀଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି ଡାକ୍ତର । ଶନିବାରରୁ ଜୁନିୟର ଡାକ୍ତର ମହିଳା ସହକର୍ମୀଙ୍କ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି ।

ପୀଡ଼ିତାଙ୍କୁ ନ୍ୟାୟ ଦାବି କରିବା ସହ ରାଜ୍ୟର ସମସ୍ତ ହସ୍ପିଟାଳ ଏବଂ ମେଡିକାଲ କଲେଜ ପାଇଁ ଏକ କେନ୍ଦ୍ରୀୟ ରେଫରଲ ସିଷ୍ଟମ ସ୍ଥାପନା କରିବାକୁ ମଧ୍ୟ ଦାବି କରିଛନ୍ତି । ଏହାବ୍ୟତୀତ ଏକ ବେଡ୍ ଖାଲି ମନିଟରିଙ୍ଗ ସିଷ୍ଟମର କାର୍ଯ୍ୟକାରିତା ଏବଂ ମେଡିକାଲ ଗୁଡ଼ିକରେ ସିସିଟିଭି, ଅନ୍ କଲ୍ ରୁମ୍ ଏବଂ ୱାଶରୁମ ପାଇଁ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥା ନିମନ୍ତେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବାକୁ ସେମାନେ ଦାବି କରିଛନ୍ତି । ହସ୍ପିଟାଲରେ ପୋଲିସ ସୁରକ୍ଷା ବୃଦ୍ଧି, ସ୍ଥାୟୀ ମହିଳା ପୋଲିସକର୍ମୀଙ୍‌କ ନିଯୁକ୍ତି ଏବଂ ଡାକ୍ତର ତଥା ନର୍ସ କିମ୍ବା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଖାଲି ପଦବୀରେ ନିଯୁକ୍ତି ପ୍ରକ୍ରିୟା ତୀବ୍ର କରିବାକୁ ଦାବି ହୋଇଛି ।

୫୦ ଜଣ ବରିଷ୍ଠ ଡାକ୍ତରଙ୍କ ଅଚାନକ ଇସ୍ତଫା ପ୍ରଦାନ କରିବାକୁ ନେଇ ସୂଚନା ଦେଇଛନ୍ତି ଆରଜି କର ମେଡିକାଲର ସିନିୟର ଡାକ୍ତର । ସେ କହିଛନ୍ତି ଯେ, ଆମ ପିଲାମାନଙ୍କୁ ରକ୍ଷା କରିବା ପାଇଁ ଏବଂ ସେମାନଙକ ସମସ୍ୟା ସମାଧାନ କରିବା ପାଇଁ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହାପୂର୍ବରୁ ଆଜି ପ୍ରାୟ ୧୫ ଜଣ ବରିଷ୍ଠ ଡାକ୍ତର କନିଷ୍ଠ ଡାକ୍ତରଙ୍କ ସମର୍ଥନରେ ସାଂକେତିକ ଅନଶନରେ ବସିଛନ୍ତି । କୋଲକାତାରେ ଦୁର୍ଗା ପୂଜା ଅବସରରେ ଜୁନିୟର ଡାକ୍ତର ମାନଙ୍‌କର ଏହି ଆନ୍ଦୋଳନ ଦେଖିବାକୁ ମିଳିଛି । ଏଭଳି କାଣ୍ଡ ପାଇଁ କୋଲକାତାରେ ଦୁର୍ଗା ପୂଜାର ମାହୋଲ ମଧ୍ୟ ପିକା ପଡ଼ିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus Whatsapp Channel Mobile Top
Sponsored
New twist | Argus News