Videos
|
National

ଏପ୍ରିଲ ୧ରୁ UPIରେ ନୂଆ ନିୟମ, ବନ୍ଦ ହୋଇଯିବ ଅନେକ ନମ୍ବର !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଏପ୍ରିଲ ୧ରୁ UPIରେ ନୂଆ ନିୟମ, ବନ୍ଦ ହୋଇଯିବ ଅନେକ ନମ୍ବର !

ଏବେ ଅନ୍‌ଲାଇନ୍‌ ପେମେଣ୍ଟ ଆମ ନିତିଦିନିଆ କାରବାରର ଏକ ଅଂଶ ହୋଇଗଲାଣି। ବଢୁଥିବା ଜନସଂଖ୍ୟା ଓ କାରବାରକୁ ଦୃଷ୍ଟିରେ ରଖି ୟୁଜରଙ୍କ ସୁବିଧା ପାଇଁ UPIରେ ମଧ୍ୟ ଅନେକ ନୂତନ ଫିଚର୍‌ ଯୋଡ଼ି ହୋଇଛି। ଏହି କ୍ରମରେ UPI ନିୟମରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଯାହାକି ଉପଭୋକ୍ତାଙ୍କ ସୁବିଧା ଓ ଟଙ୍କା ସୁରକ୍ଷା ପାଇଁ ବେଶ ଉପଯୋଗୀ ହେବ ।

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ୟୁପିଆଇ ନିୟମ । ୟୁପିଆଇ ପେମେଣ୍ଟ ସିଷ୍ଟମକୁ ଅଧିକ ସୁରକ୍ଷିତ କରିବାକୁ ଏନ୍‌ପିସିଆଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି । ବ୍ୟବହାର ହେଉନଥିବା କିମ୍ବା ବନ୍ଦ ହୋଇଯାଇଥିବା ମୋବାଇଲ୍‌ ନମ୍ବରକୁ ଏପ୍ରିଲ ୧ରୁ ନିୟମିତ ଭାବେ ଡିଲିଟ୍‌ କରିବେ ସଂପୃକ୍ତ ବ୍ୟାଙ୍କ । ଏହି ଅପଡେଟ୍‌ ସପ୍ତାହକୁ ଥରେ ନିଶ୍ଚିତ କରାଯିବ ।

ଗତବର୍ଷ ୧୬ ଜୁଲାଇରେ ଏନ୍‌ପିସିଆଇ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ନୂଆ ନିୟମ ଅନୁସାରେ ୟୁପିଆଇ ଉପଭୋକ୍ତା ପଞ୍ଜିକୃତ ମୋବାଇଲ୍‌ ନମ୍ବର ଅପ୍‌ଡେଟ୍‌ କରିବେ । ଏହି ନିୟମ ଅନୁସାରେ ବ୍ୟାଙ୍କଗୁଡିକରେ, ବନ୍ଦ ହୋଇଥିବା କିମ୍ବା ନୂଆ ଉପଭୋକ୍ତାଙ୍କ ପାଇଁ ପୁନଃ ବଣ୍ଟନ ମୋବାଇଲ୍‌ ନମ୍ବର ଗୁଡ଼ିକୁ ଡିଲିଟ୍‌ କରାଯିବ। ୟୁପିଆଇରେ ହେଉଥିବା ତ୍ରୁଟିକୁ ରୋକିବାରେ ଏହି ନିୟମ ସାହାଯ୍ୟ କରିବ ।

ଅନ୍ୟପଟେ ଏନେଇ ଆପ୍‌ରେ କଦାପି ବାଧ୍ୟତାମୂଳକ ମେସେଜ୍‌ ଆସିବ ନାହିଁ। ୟୁପିଆଇ ଉପଭୋକ୍ତାଙ୍କର ପଞ୍ଜିକୃତ ମୋବଇଲ୍‌ ନମ୍ବର ଗୁଡିକୁ ଅପ୍‌ଡେଟ୍‌ କରିବା ଗୁରୁତ୍ୱପୂର୍ଣ୍ଣ ହେବ। ଏହା ଉପଭୋକ୍ତାଙ୍କର ଅନୁମତି ନେବ। ଅପ୍ଟ-ଇନ୍‌ ବିକଳ୍ପ ରହିବ। କୌଣସି ବାଧ୍ୟତାମୂଳକ ସମ୍ମତି ପ୍ରକ୍ରିୟା ହେବ ନାହିଁ। ଡିଜିଟାଲ୍‌ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବା ପାଇଁ ଏହି ନିୟମ ବେଶ ଗୁରୁତ୍ୱପୂର୍ଣ୍ଣ ।

ଏନ୍‌ପିସିଆଇ ୧୬ ଜୁଲାଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନେଇଥିବା ନିଷ୍ପତ୍ତି ଅନୁଯାୟୀ, ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀ ନିୟମିତ ଭାବେ ସେମାନଙ୍କର ସିଷ୍ଟମକୁ ଅପଡେଟ୍‌ କରିବେ। ଏହି ପଦକ୍ଷେପ ଉପଭୋକ୍ତାଙ୍କୁ ଠକେଇରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: