Brave Bride / ନବବଧୂଙ୍କ ସାହସକୁ ସଲାମ… ଓଢ଼ଣୀରେ ବାଇକ୍ ଚାଳକଙ୍କ ଜୀବନ ବଞ୍ଚାଇଲେ
·23 mins ago·2 min read

Key Points
ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରୁ ଏକ ହୃଦୟସ୍ପର୍ଶୀ ତଥା ସାହସିକତାର ଦୃଶ୍ୟ ସାମ୍ନାକୁ ଆସିଛି
ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରୁ ଏକ ହୃଦୟସ୍ପର୍ଶୀ ତଥା ସାହସିକତାର ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ନବବିବାହିତା କନ୍ୟା ନିଜର ସାହସ ଓ ବୁଦ୍ଧିମତ୍ତା ଯୋଗୁଁ ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଉଥିବା ଜଣେ ବାଇକ୍ ଆରୋହୀଙ୍କ ଜୀବନ ବଞ୍ଚାଇ ପାରିଛନ୍ତି। ଜଣେ ଯୁବକ ବାଇକ୍ରେ ଯାଉଥିବା ସମୟରେ ହଠାତ୍ ପାହାଡ଼ିଆ ନାଳର ପ୍ରବଳ ବନ୍ୟା ଜଳସ୍ରୋତରେ ଫସି ଯାଇଥିଲେ। ସ୍ରୋତ ଏତେ ତୀବ୍ର ଥିଲା ଯେ ଯୁବକ ଜଣକ ନିଜ ଭାରସାମ୍ୟ ହରାଇ ଭାସିଯିବାକୁ ବସିଥିଲେ। ଏହି ବିପଦପୂର୍ଣ୍ଣ ସମୟରେ ନିକଟରେ ଥିବା ଜଣେ ନବବଧୂ ଓ ଅନ୍ୟ ଜଣେ ମହିଳା ଆଦୌ ଭୟଭୀତ ନହୋଇ ତୁରନ୍ତ ପଦକ୍ଷେପ ନେଇଥିଲେ। ଦୁଇ ମହିଳା ନିଜ ନିଜର ଓଢ଼ଣୀକୁ ଏକାଠି ବାନ୍ଧି ଏକ ଲମ୍ବା ଦଉଡ଼ି ପ୍ରସ୍ତୁତ କରିଥିଲେ।
ଏହାପରେ ସେହି ଓଢଣୀର ଗୋଟିଏ ପଟ ବନ୍ୟା ଜଳରେ ଫସିଥିବା ବାଇକ୍ ଆରୋହୀଙ୍କ ଆଡ଼କୁ ଫିଙ୍ଗିଥିଲେ। ଯୁବକ ଜଣକ ସାହସର ସହ ଓଢଣୀକୁ ଶକ୍ତ କରି ଧରି ପକାଇଥିଲେ। ଏହାପରେ ଦୁଇ ମହିଳା ଓ ସେଠାରେ ଉପସ୍ଥିତ ଥିବା ପରିବାର ସଦସ୍ୟମାନେ ନିଜ ବଳ ଲଗାଇ ତାଙ୍କୁ ଟାଣି ଟାଣି ସୁରକ୍ଷିତ ଭାବେ ବାହାରକୁ ନେଇ ଆସିଥିଲେ। ନବବଧୂଙ୍କର ଏହି ଉପସ୍ଥିତ ବୁଦ୍ଧି ଓ ଅସାଧାରଣ ସାହସିକତା ପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଭୂରି ଭୂରି ପ୍ରଶଂସା କରାଯାଉଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ପରିବାରର ସାହସିକ ଏବଂ ମାନବିକ କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି ସଙ୍କଟ ସମୟରେ ଲୋକମାନେ ସେମାନଙ୍କର ସାହସ, ଦୂରଦୃଷ୍ଟି ଏବଂ ମାନବିକତାର ପ୍ରଶଂସା କରୁଛନ୍ତି।
ଯୁବକ ଜଣକ ତାଙ୍କ ବାଇକ୍ ଛାଡିବାକୁ ମନା କରିଦେଇଥିଲେ। ଭିଡିଓରେ ଦେଖାଯାଉଛି ଯେ ଯୁବକ ଜଣକ ରାସ୍ତା କଡ଼ରେ ତାଙ୍କ ବାଇକ୍ ସହିତ ଫସି ରହିଥିଲେ, ଏବଂ ପାଣି ବହୁତ ଦ୍ରୁତ ଗତିରେ ବହିଯାଉଥିଲା। ତଥାପି, ଯୁବକ ଜଣକ ତାଙ୍କ ବାଇକକୁ ବଞ୍ଚାଇବାକୁ ଚେଷ୍ଟା କଲେ, କିନ୍ତୁ ତାହା ଫସି ରହିଲା। ଭିଡିଓରେ, ଜଣେ ବ୍ୟକ୍ତି କହୁଥିବା ଦେଖାଯାଉଛି, "ବାଇକ ଛାଡିଦିଅ, ଏହା ତୁମ ଜୀବନଠାରୁ ଅଧିକ ମୂଲ୍ୟବାନ ନୁହେଁ। ବାଇକ୍ ଟି ତଳେ ଥିବା ଡ୍ରେନ୍ରେ ଫସିଯିବ, ଏବଂ ତୁମେ ପରେ ଏହାକୁ ବାହାର କରିପାରିବ।"
Newly Married Couple Saves Young Biker Life in Kakera Kamlari Area of Bhatiyat, Chamba, as he was stuck in flood.#himachalpradesh pic.twitter.com/6oFhWIWUfY
— Vinod Katwal (@Katwal_Vinod) September 1, 2026
ଏହାପରେ ସେହି ଓଢଣୀର ଗୋଟିଏ ପଟ ବନ୍ୟା ଜଳରେ ଫସିଥିବା ବାଇକ୍ ଆରୋହୀଙ୍କ ଆଡ଼କୁ ଫିଙ୍ଗିଥିଲେ। ଯୁବକ ଜଣକ ସାହସର ସହ ଓଢଣୀକୁ ଶକ୍ତ କରି ଧରି ପକାଇଥିଲେ। ଏହାପରେ ଦୁଇ ମହିଳା ଓ ସେଠାରେ ଉପସ୍ଥିତ ଥିବା ପରିବାର ସଦସ୍ୟମାନେ ନିଜ ବଳ ଲଗାଇ ତାଙ୍କୁ ଟାଣି ଟାଣି ସୁରକ୍ଷିତ ଭାବେ ବାହାରକୁ ନେଇ ଆସିଥିଲେ। ନବବଧୂଙ୍କର ଏହି ଉପସ୍ଥିତ ବୁଦ୍ଧି ଓ ଅସାଧାରଣ ସାହସିକତା ପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଭୂରି ଭୂରି ପ୍ରଶଂସା କରାଯାଉଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ପରିବାରର ସାହସିକ ଏବଂ ମାନବିକ କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି ସଙ୍କଟ ସମୟରେ ଲୋକମାନେ ସେମାନଙ୍କର ସାହସ, ଦୂରଦୃଷ୍ଟି ଏବଂ ମାନବିକତାର ପ୍ରଶଂସା କରୁଛନ୍ତି।
- ବାଇକ ଛାଡ଼ୁ ନଥିଲେ ଯୁବକ
ଯୁବକ ଜଣକ ତାଙ୍କ ବାଇକ୍ ଛାଡିବାକୁ ମନା କରିଦେଇଥିଲେ। ଭିଡିଓରେ ଦେଖାଯାଉଛି ଯେ ଯୁବକ ଜଣକ ରାସ୍ତା କଡ଼ରେ ତାଙ୍କ ବାଇକ୍ ସହିତ ଫସି ରହିଥିଲେ, ଏବଂ ପାଣି ବହୁତ ଦ୍ରୁତ ଗତିରେ ବହିଯାଉଥିଲା। ତଥାପି, ଯୁବକ ଜଣକ ତାଙ୍କ ବାଇକକୁ ବଞ୍ଚାଇବାକୁ ଚେଷ୍ଟା କଲେ, କିନ୍ତୁ ତାହା ଫସି ରହିଲା। ଭିଡିଓରେ, ଜଣେ ବ୍ୟକ୍ତି କହୁଥିବା ଦେଖାଯାଉଛି, "ବାଇକ ଛାଡିଦିଅ, ଏହା ତୁମ ଜୀବନଠାରୁ ଅଧିକ ମୂଲ୍ୟବାନ ନୁହେଁ। ବାଇକ୍ ଟି ତଳେ ଥିବା ଡ୍ରେନ୍ରେ ଫସିଯିବ, ଏବଂ ତୁମେ ପରେ ଏହାକୁ ବାହାର କରିପାରିବ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories