Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Tragic Couple Death News / ନବବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା, ସ୍ତ୍ରୀ ମୃତ୍ୟୁର ୨ ଦିନ ପରେ ୧୦୦୦ କିଲୋମିଟର ଦୂରକୁ ଯାଇ ସ୍ବାମୀ ବି ଜୀବନ ହାରିଲେ

Ritu Das
Browse all articles by Ritu Das
·6 months ago·2 min read
 ନବବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା, ସ୍ତ୍ରୀ ମୃତ୍ୟୁର ୨ ଦିନ ପରେ ୧୦୦୦ କିଲୋମିଟର ଦୂରକୁ ଯାଇ ସ୍ବାମୀ ବି ଜୀବନ ହାରିଲେ
india

Key Points

ବେଙ୍ଗାଲୁରୁର ଜଣେ ବ୍ୟବସାୟୀ ପତ୍ନୀଙ୍କ ଆତ୍ମହତ୍ୟାର ୪୮ ଘଣ୍ଟା ଭିତରେ ଜୀବନ ହାରିଛନ୍ତି। ଏଘଟଣାକୁ ନେଇ ବର୍ତ୍ତମାନ ବେଶ୍ ଚର୍ଚ୍ଚା ହେଉଥିବା ବେଳେ, ପୋଲିସ ତଦନ୍ତ ଜାରି ରଖିଛି।
ନୂଆ ନୂଆ ବିବାହରେ ଦୁଇଜଣ କେତେ ସ୍ବପ୍ନ ଦେଖିଥିବେ। କିନ୍ତୁ ଏହି ସ୍ବପ୍ନ ସତ ହୋଇପାରିଲାନି ଅଧାରେ ଅଟକିଗଲା। ଯାହା ଆପଣ ଶୁଣିଲେ ବି ବିଶ୍ବାସ କରିପାରିବେନି। ବିବାହର କରୁଣ ପରିଣତି। ଏମିତି କଣ ହେଲା ଯେ, ହନିମୁନ ଅଧାରୁ ଆସି ଆତ୍ମହତ୍ୟା କରିଲେ ନବଦମ୍ପତ୍ତି। ପୁଣି ଏକ ହୃଦୟ ଥରା ଘଟଣା ଘଟିଛି ବେଙ୍ଗାଲୁରୁରେ। ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା ଭଳି ଆଉ ଏକ ସ୍ତବ୍ଧ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ବେଙ୍ଗାଲୁରୁର ଜଣେ ବ୍ୟବସାୟୀ ପତ୍ନୀଙ୍କ ଆତ୍ମହତ୍ୟାର ୪୮ ଘଣ୍ଟା ଭିତରେ ଜୀବନ ହାରିଛନ୍ତି। ଏଘଟଣାକୁ ନେଇ ବର୍ତ୍ତମାନ ବେଶ୍ ଚର୍ଚ୍ଚା ହେଉଥିବା ବେଳେ, ପୋଲିସ ତଦନ୍ତ ଜାରି ରଖିଛି।

ଏହାସହ ପଢ଼ନ୍ତୁ: ପ୍ରେମିକ ସହ ମିଶି ସ୍ବାମୀକୁ ଗ୍ରାଇଣ୍ଡରରେ କାଟି ଖଣ୍ଡ ଖଣ୍ଡ କରିଦେଲା ସ୍ତ୍ରୀ, ପୋଲିସକୁ ସବୁ ସତ କହିଦେଲା ୧୦ ବର୍ଷର ଝିଅ

ସୂଚନା ଅନୁସାରେ, ବେଙ୍ଗାଲୁରୁର ଅନଲାଇନ ଡେଲିଭରି ସର୍ଭିସ୍ ପ୍ରାଞ୍ଚାଇଜି ମାଲିକ ସୂରଜ ଶିବନ୍ନାଙ୍କ ବିବାହ ଚଳିତ ବର୍ଷ ଅକ୍ଟୋବର ୨୯ରେ ହୋଇଥିଲା। ବିବାହର ଦୁଇ ଦିନ ପରେ ହିଁ ସୂରଜ ଏବଂ ଗାନଭି ହନିମୁନରେ ଶ୍ରୀଲଙ୍କା ଯାଇଥିଲେ। ତେବେ ରିପୋର୍ଟ ଅନୁସାରେ, ଉଭୟଙ୍କ ମଧ୍ୟରେ ଶ୍ରୀଲଙ୍କାରୁ ହିଁ ଝଗଡ଼ା ଆରମ୍ଭ ହୋଇଥିଲା। ବେଙ୍ଗାଲୁରୁ ଫେରିବା ପରେ ଶିବନ୍ନାଙ୍କ ପତ୍ନୀ ଗାନଭି ବାପଘରକୁ ଚାଲିଯାଇଥିଲେ। ଆଉ ମାତ୍ର କିଛି ଘଣ୍ଟାରେ ହିଁ ସେ ଆତ୍ମହତ୍ୟା କରିଦେଇଥିଲେ।

ଏହା ପରେ ମାମଲା ଆହୁରି ବଢ଼ିଯାଇଥିଲା। ଝିଅର ବାପ ଘର ଲୋକ ମୃତ୍ୟୁ ପାଇଁ ସୂରଜ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଥିଲେ। ଏମିତିକି ଯୌତୁକ ପାଇଁ ନିର୍ଯାତନା ଦେବା ଏବଂ ଆତ୍ମହତ୍ୟା କରିବା ପାଇଁ ଉସକେଇବା ମାମଲା ମଧ୍ୟ ରୁଜୁ କରାଇଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହା ପରେ ସୂରଜଙ୍କ ଘରେ ପ୍ରାୟ ୩୦ ଜଣ ପଶିଥିଲେ। ସୂରଜଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ ଥିଲା। ପୂରା ପରିବାର ଭୟରେ ଥିଲେ।

ସୂରଜଙ୍କ ଭାଇ ସଞ୍ଜୟ କହିଥିଲେ ଧମକ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଯୋଗୁ ପୂରା ପରିବାର ଡିସେମ୍ବର ୨୫ରେ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଚାଲିଯାଇଥିଲେ। ହେଲେ ଶୁକ୍ରବାର ସୂରଜ ୧୦୦୦ କିମି ନାଗପୁର ଚାଲିଯାଇଥିଲେ। ଆଉ ନାଗପୁରର ଏକ ହୋଟେଲରେ ଚେକ ଇନ୍ କରିବାର କିଛି ଘଣ୍ଟା ପରେ ସୂରଜ ମଧ୍ୟ ଫାଶୀ ଲଗାଇ ଜୀବନ ହାରିଥିଲେ।

ଏହାସହ ପଢ଼ନ୍ତୁ: ବୀଭତ୍ସ ହତ୍ୟା: ବାହା ହେବାକୁ କହିବାରୁ ପ୍ରେମିକାଙ୍କୁ ବାରମ୍ବାର ଛୁରି ଭୁସି ଚତୁର୍ଥ ମହଲାରୁ ଡେଇଁପଡ଼ିଲେ ଲିଭ-ଇନ-ପାର୍ଟନର

ଘଟଣା ବିଷୟରେ ଜାଣିବା ପରେ ସୂରଜଙ୍କ ପରିବାର ଲୋକେ ନାଗପୁର ପହଞ୍ଚିଥିଲେ। ସୂରଜଙ୍କ ମା' ଜୟନ୍ତୀ ପୁଅର ଝୁଲନ୍ତା ଅବସ୍ଥାରେ ଦେଖି ସ୍ତବ୍ଧ ହୋଇପଡ଼ିଥିଲେ। ସେ ମଧ୍ୟ ଜୀବନ ହାରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ତେବେ ସଞ୍ଜୟଙ୍କ ପରିବାର ଯୌତୁକ କଥାକୁ ଖାରଜ କରିଛନ୍ତି। ସଞ୍ଜୟ କହିଛନ୍ତି ବିବାହର ପୂରା ଖର୍ଚ୍ଚ ସେମାନେ ଉଠାଇଥିଲେ। ସେମାନେ କିଛି ବି ମାଗିନଥିଲେ। ସଞ୍ଜୟ କହିଛନ୍ତି, ସୂରଜ ନିଜ ପତ୍ନୀଙ୍କ ମୃତ୍ୟୁରେ ଅତ୍ୟନ୍ତ ଦୁଃଖୀ ଏବଂ ଭୟଭୀତ ଥିଲେ। ତେବେ ବର୍ତ୍ତମାନ ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି। ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Newlywed Couple Suicide Shocks Nation: Husband Dies 1000 Km Away After 2 Days | Argus News