ବିବାହରେ ନବଦମ୍ପତ୍ତିଙ୍କୁ ମିଳିଲା "ବ୍ଲୁ ଡ୍ରମ୍" ଗିଫ୍ଟ , ସୋସିଆଲ ମି଼ଡିଆରେ ଭିଡିଓ ଭାଇରାଲ

ନବଦମ୍ପତ୍ତିଙ୍କୁ ମିଳିଲା ବ୍ଲୁ ଡ୍ରମ ଗିଫ୍ଟ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ କିଛିଦିନ ତଳେ ମିରଟର ଏକ ଘଟଣାରେ ବ୍ଲୁ ଡ୍ରମ ଚର୍ଚ୍ଚାକୁ ଆସିଥିଲା । ଏହାପରେ ବ୍ଲୁ ଡ୍ରମକୁ ନେଇ ଅନେକ ପ୍ରକାର ମିମ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏବେ ଉତ୍ତରପ୍ରଦେଶର ବିବାହ ସମୟରେ ପୁଣି ବ୍ଲୁ ଡ୍ରମକୁ ନେଇ ଚର୍ଚ୍ଚା ପାଲଟିଛି । ବିବାହ ପରେ ବରପକ୍ଷର କିଛି ସାଙ୍ଗମାନେ ମଜା କରିବା ପାଇଁ ବର ଏବଂ କନ୍ୟାକୁ ନୀଳଡ୍ରମ ଗିଫ୍ଟ କରିଥିଲେ । ଏପରି ଗିଫ୍ଟ ଦେଖି ସେଠାରେ ଥିବା ବରକନ୍ୟା ତଥା ସମସ୍ତ ଅତିଥୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ । ଏହି ଭିଡିଓକୁ "ବୈଷିକ ଶିକ୍ଷା ସୂଚନା କେନ୍ଦ୍ର" ନାମକ ଏକ ଆକାଉଣ୍ଟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
इससे भद्दा मज़ाक और क्या हो सकता है! शादी जैसे खुशी के मौके पर एक जघन्य हत्याकांड को मज़ाक के रूप में याद करने को कतई उचित नहीं कहा जा सकता।
— बेसिक शिक्षा सूचना केंद्र (@Info_4Education) April 19, 2025
👉उत्तर प्रदेश के जिला हमीरपुर में शादी के दौरान दोस्तों ने दूल्हा–दुल्हन को "नीला ड्रम" गिफ्ट किया। pic.twitter.com/tvGnVlWsIb
ସେ ଲେଖିଛନ୍ତି, "ଏହାଠାରୁ ଖରାପ ମଜା ଆଉ କ’ଣ ହୋଇପାରେ! ବିବାହ ଭଳି ଏକ ଖୁସିର ଅବସରରେ ଏକ ଜଘନ୍ୟ ହତ୍ୟାକାଣ୍ଡକୁ ମଜା ଭାବରେ ମନେ ପକାଇବା ଠିକ୍ ନୁହେଁ।" ମିରଟରେ ଜଣେ ପତ୍ନୀ ନିଜ ବୟଫ୍ରେଣ୍ଡ ସହ ମିଶି ନିଜ ସ୍ଵାମୀକୁ ମାରି ତାକୁ କାଟି ପିସ୍ ପିସ୍ କରି ଏକ ନୀଳ ଡ୍ରମରେ ଭର୍ତ୍ତି କରି ଦେଇଥିଲେ । ଏହି ଘଟଣା ବହୁତ ଦିନ ଚର୍ଚ୍ଚା ହେବା ସହ ନୀଳ ଡ୍ମକୁ ନେଇ ମଧ୍ୟ ଅନେକ ମିମ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ସେଥିପାଇଁ ନିଜ ସାଙ୍ଗ ସହ ମଜା କରିବା ଉଦ୍ଦେଶ୍ୟରେ ବରର ସାଙ୍ଗମାନେ ତାକୁ ଏପରି ବ୍ଲୁ ଡ୍ରମ୍ ଗିଫ୍ଟ ଦେଇଥିଲେ । ତେବେ ଏହି ଭିଡିଓରେ ମଧ୍ୟ ଅନେକ ଖରାପ କମେଣ୍ଟ ଦେଇଛନ୍ତି ।