Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Narendra Modi On GST: ମୋଦିଙ୍କ ବଡ଼ ଘୋଷଣା; ସରଳ ହେବ GST, ଟିକସ ବୋଝରୁ ମିଳିବ ଆଶ୍ୱସ୍ତି !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Narendra Modi On GST: ମୋଦିଙ୍କ ବଡ଼ ଘୋଷଣା; ସରଳ ହେବ GST, ଟିକସ ବୋଝରୁ ମିଳିବ ଆଶ୍ୱସ୍ତି !

Key Points

GST ସ୍ଲାବ ହ୍ରାସ ନେଇ କେନ୍ଦ୍ରର ବଡ଼ ପ୍ରସ୍ତାବ

ସଂଶୋଧିତ ଜିଏସଟି ବ୍ୟବସ୍ଥାରେ ଉପକୃତ ହେବେ ଗରିବ ଓ ମଧ୍ୟବିତ୍ତ

ଲାଲକିଲ୍ଲାରୁ ଜିଏସଟି ସରଳୀକରଣର ସଂକେତ ଦେଇଥିଲେ ପ୍ରଧାନମନ୍ତ୍ରୀ

୧୨% ଜିଏସଟି ଲାଗୁଥିବା ୯୯% ସାମଗ୍ରୀ ଉପରେ ୫%କୁ ଖସିବ ଜିଏସଟି

ଟିକସ ବୋଝରୁ ମିଳିବ ଆଶ୍ବସ୍ତି । GST ସ୍ଲାବ ହ୍ରାସ ନେଇ କେନ୍ଦ୍ରର ବଡ଼ ପ୍ରସ୍ତାବ । GST ସ୍ଲାବରେ ପରିବର୍ତ୍ତନ ନେଇ ଆଜି ଲାଲକିଲ୍ଲାରୁ ପିଏମ ମୋଦି ସଂକେତ ଦେଇଥିବା ବେଳେ ସଂଧ୍ୟାରେ GST ସ୍ଲାବ ହ୍ରାସ ନେଇ ପ୍ରସ୍ତାବ ଦେଇଛି ଅର୍ଥ ମନ୍ତ୍ରାଳୟ । ପ୍ରସ୍ତାବ ଅନୁସାରେ ୧୨ ଓ ୨୮ ବଦଳରେ ୫ ଓ ୧୮ ପ୍ରତିଶତ ହେବ GST ସ୍ଲାବ । ୧୨ ପ୍ରତିଶତ ଜିଏସଟି ଲାଗୁଥିବା ୯୯ ପ୍ରତିଶତ ସାମଗ୍ରୀ ଉପରେ ୫ ପ୍ରତିଶତକୁ ଖସିବ ଜିଏସଟି ।

ସରଳ ହେବ ଜିଏସଟି ବ୍ୟବସ୍ଥା । ୫% ଓ ୧୮% ସ୍ଲାବ ବ୍ୟବସ୍ଥା ପାଇଁ GST ପରିଷଦକୁ ପ୍ରସ୍ତାବ ଦେଇଛି ଅର୍ଥ ମନ୍ତ୍ରାଳୟ । ଏବେ ୧୨% ଜିଏସଟି ଲାଗୁ ହେଉଥିବା ପ୍ରାୟ ୯୯% ସାମଗ୍ରୀକୁ ୫% ସ୍ଲାବରେ ରଖିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ନୂଆ GST ସ୍ଲାବ ଲାଗୁ ହେଲେ ଟିକସ ବୋଝରୁ ମିଳିବ ଆଶ୍ବସ୍ତି । ବିଶେଷ ଭାବେ ଉପକୃତ ହେବେ ଗରିବ ଓ ମଧ୍ୟବିତ୍ତ । ପ୍ରସ୍ତାବ ଅନୁସାରେ ୧୨ ଓ ୨୮ ବଦଳରେ ୫ ଓ ୧୮ ପ୍ରତିଶତ ହେବ GST ସ୍ଲାବ । ବିଳାସମୟ ସାମଗ୍ରୀ ସହ ତମାଖୁ, ପାନ ମସଲା, ଅନ୍ୟ ନିଶା ସାମଗ୍ରୀକୁ ସ୍ବତନ୍ତ୍ର ୪୦% ସ୍ଲାବରେ ରଖାଯିବ ।

ଆସନ୍ତା ଦୀପାବଳି ପୂର୍ବରୁ ନେକ୍ସଟ ଜେନେରେସନ ଜିଏସଟି ରିଫର୍ମ ହେବାକୁ ଯାଉଥିବା ସ୍ବାଧୀନତା ଦିବସ ଅଭିଭାଷଣରେ ଲାଲକିଲ୍ଲାରୁ ସଂକେତ ଦେଇଥିଲେ ପ୍ରଧାନମନ୍ତ୍ରୀ ।

ସଂଶୋଧିତ ଜିଏସଟି ବ୍ୟବସ୍ଥାରେ ସାଧାରଣ ଲୋକଙ୍କ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ପାଞ୍ଚ ପ୍ରତିଶତ ଟିକସ ଲାଗୁ ହେବ। ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ ପୂର୍ବପରି ଜିଏସଟି ସ୍ଲାବର ନୂତନ ବ୍ୟବସ୍ଥାରୁ ବାହାରେ ରଖାଯିବ। ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ପରିସରକୁ ଆଣିବାକୁ କୌଣସି ସହମତି ହୋଇପାରିନାହିଁ । ଆସନ୍ତା ସେପ୍ଟେମ୍ବର ମାସରେ ଜିଏସଟି ପରିଷଦର ବୈଠକ ବସିବାକୁ ଯାଉଥିବାବେଳେ ସେଥିରେ ନୂଆ ସ୍ଲାବ ନେଇ ଘୋଷଣା ହେବା ସମ୍ଭାବନା ରହିଛି ।

GST ସ୍ଲାବରେ ପରିବର୍ତ୍ତନ ନେଇ ଲାଲକିଲ୍ଲାରୁ ପିଏମ ମୋଦି ସଂକେତ ଦେଇଥିବାବେଳେ ସଂଧ୍ୟାରେ GST ସ୍ଲାବ ହ୍ରାସ ନେଇ GST ପରିଷଦକୁ ପ୍ରସ୍ତାବ ଦେଇଥିଲା ଅର୍ଥ ମନ୍ତ୍ରାଳୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Next-generation GST reforms by Diwali, says PM Modi; simplified 2-slab structure proposed by FinMin | Argus News