ଆସିଲା ପ୍ରିପେଡ୍ ଫାସ ଟ୍ୟାଗ୍ ପାସ୍

Key Points
ଆଉ ଘଣ୍ଟା ଘଣ୍ଟା ଲାଇନରେ ଛିଡା ହେବାକୁ ପଡିବନି
ଥରେ ପେମେଣ୍ଟ କରି ବର୍ଷ ସାରା ଉଠାଇ ପାରିବେ ଲାଭ
ଆସିଲା ପ୍ରିପେଡ୍ ଫାସ ଟ୍ୟାଗ୍ ପାସ୍
ଯଦି ଆପଣ ଚାରି ଚକିଆ ଯାନରେ ଜାତୀୟ ରାଜପଥରେ ଯାଉଛନ୍ତି ତେବେ ଟୋଲ୍ ଗେଟ୍ ରେ ଆପଣଙ୍କୁ ଆଉ ଅଟକିବାକୁ ପଡିବନି । କାରଣ ଏନଏଚଏଆଇ ପ୍ରଚଳନ କରିଛି FASTag ବାର୍ଷିକ ପାସ୍ । ଯାହା ଅଗଷ୍ଟ 15 ତାରିଖରୁ ଲାଗୁ ହୋଇଛି । ଯେଉଁଥିରେ ଆପଣ ଥରେ 3 ହଜାର ଟଙ୍କା ପେମେଣ୍ଟ କରି ବର୍ଷ ସାରା ଲାଭ ଉଠାଇ ପାରିବେ । ତେବେ ଏହା ବର୍ତ୍ତମାନର FASTag ସିଷ୍ଟମ ପରି ନୁହେଁ । ବରଂ ବାର୍ଷିକ 200 ଟୋଲ୍ କ୍ରସିଂ ବା ଗୋଟିଏ ବର୍ଷ ପାଇଁ ପ୍ରିପେଡ୍ ସୁବିଧା ।
ତେବେ ପ୍ରି ପେଡ୍ ଫାସ ଟ୍ୟାଗ୍ ପାସ୍ ର ଫାଇଦା କଣ...
📱 Get Argus News App
✨FASTag ବାର୍ଷିକ ପାସ୍ 200ଟି ଟୋଲ୍ କ୍ରସିଂ କିମ୍ବା ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏହାର ବୈଧତା ରହିବ
ଫଳରେ ଆପଣଙ୍କୁ ବାରମ୍ବାର ପେମେଣ୍ଟ କରିବାକୁ ପଡିବନି କି ଘଣ୍ଟା ଘଣ୍ଟା ଲାଇନରେ ଛିଡା ହେବାକୁ ପଡିବନି
ଭିଡ ହଟିବ..ଯାତ୍ରା ସହଜ ଓ ସୁଗମ ହେବ
ପୂର୍ବରୁ ଥିବା FASTag ବ୍ୟବହାରକାରୀମାନଙ୍କୁ ନୂତନ FASTag ପାଇବାର ଆବଶ୍ୟକତା ନାହିଁ । ବରଂ କେବଳ ଏହାକୁ ବାର୍ଷିକ ସବସ୍କ୍ରିପସନରେ ଅପଡେଟ୍ କରିବାକୁ ପଡିବ । ଆଉ ବର୍ଷକୁ ପେମେଣ୍ଟ କରିବାକୁ ପଡିବ 3 ହଜାର ଟଙ୍କା ।
ଭିଡ଼ ହ୍ରାସ କରିବା, ଅପେକ୍ଷା ସମୟ ହ୍ରାସ କରିବା ଏବଂ ରାଜପଥ ଦେଇ ଯାତ୍ରାକୁ ସହଜ ଓ ସୁଗମ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।
ଏଠାରେ କହି ରଖୁଛୁ ଯେ , FASTag ବାର୍ଷିକ ପାସ୍ କେବଳ VAHAN ଡାଟାବେସ୍ ଦ୍ୱାରା ନିର୍ଣ୍ଣିତ ବ୍ୟକ୍ତିଗତ ଅଣ-ବାଣିଜ୍ୟିକ ଅଟୋମୋବାଇଲ୍, ଜିପ୍ ଏବଂ ଭ୍ୟାନ ପାଇଁ ବୈଧ, ଏବଂ ଏହା କେବଳ NHAI କିମ୍ବା ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ଦ୍ୱାରା ପରିଚାଳିତ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ କାର୍ଯ୍ୟ କରିବ ।