Delhi Blast / ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲା, ଗୋଡ଼େଇ ଗୋଡ଼ଇ ଧରିଲା NIA
·7 months ago·2 min read

Key Points
ଦିଲ୍ଲୀ ଲାଲକିଲ୍ଲା ନିକଟ ବୋମା ବିସ୍ଫୋରଣ ମାମଲା
ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଶୋଏବକୁ ଗିରଫ କଲା NIA

ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର୍ ବୋମା ବିସ୍ଫୋରଣ । ଦିନ ଯେତେ ଗଡୁଛି ଏହି ଘଟଣାରେ ନୂଆ ନୂଆ ତଥ୍ୟ ସେତେ ଯୋଡି ହୋଇଯାଉଛି । NIA ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ପୂର୍ବରୁ, NIA ଉମରର ଅନ୍ୟ ଛଅ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଏବେ ଅନ୍ୟ ୭ ନମ୍ୱର ଅଭିଯୁକ୍ତ ଗିରଫ ହୋଇଛି। ''ଅଭିଯୁକ୍ତ ଜଣଙ୍କ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲା ବୋଲି ସୂଚନା ରହିଛି।'' ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଏହି ଅଭିଯୁକ୍ତ ବିସ୍ଫୋରଣ ପୂର୍ବରୁ ମୁଖ୍ୟ ଆତଙ୍କବାଦୀ ଉମର ଉନ ନବିକୁ ସମର୍ଥନ କରିଥିଲା ଏବଂ ତାକୁ ଏକ ଲୁଚିବା ସ୍ଥାନ ସହ ଆବଶ୍ୟକ ସହାୟତା ଯୋଗାଇ ଦେଇଥିଲା।
NIA କହିଛି ଯେ, ଶୋଏବ କେବଳ ଆତଙ୍କବାଦୀକୁ ଆଶ୍ରୟ ଦେଇନଥିଲେ ବରଂ ତାଙ୍କୁ ବାସସ୍ଥାନ, ଯୋଗାଣ ଏବଂ ଅନ୍ୟାନ୍ୟ ସହାୟତା ମଧ୍ୟ ଯୋଗାଇଥିଲେ। ଏହି ମାମଲାରେ ଗିରଫ ହୋଇଥିବା ଶୋଏବ ହେଉଛନ୍ତି ସପ୍ତମ ଅଭିଯୁକ୍ତ । NIA ପୂର୍ବରୁ ଏହି ମାମଲାରେ କାର୍ ବୋମା ବିସ୍ଫୋରଣକାରୀଙ୍କ ଛଅ ଜଣ ନିକଟତର ସହଯୋଗୀଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ଶୋଏବ। ସେ ହରିୟାଣାର ଫରିଦାବାଦର ଧାଉଜ ଗାଁର ବାସିନ୍ଦା। ତଦନ୍ତରୁ ଜଣାପଡ଼ିଛି ଯେ ବିସ୍ଫୋରଣ ପୂର୍ବରୁ ଶୋଏବ ଆତଙ୍କବାଦୀ ଉମରକୁ ତାଙ୍କ ଘରେ ଲୁଚାଇ ରଖିଥିଲେ।
ଏହା ପୂର୍ବରୁ ଆଉ ଜଣେ ଅଭିଯୁକ୍ତ କାଶ୍ମୀରରୁ ଗିରଫ ହୋଇଥିଲା । ପୁଲୱାମାରୁ ଧରାପଡ଼ିଛି ତୁଫୈଲ ଅହମ୍ମଦ । ଯିଏ କି ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରେ । ତୁଫୈଲକୁ ଜେରା କରୁଛନ୍ତି ତଦନ୍ତକାରୀ ଏଜେନ୍ସି । ବିସ୍ଫୋରଣ ଷଡ଼ଯନ୍ତ୍ର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଥିବା ସୂଚନା ।ଅନ୍ୟପଟେ ମାମଲାର ତଦନ୍ତରୁ ଜଣାପଡ଼ିଛି ଯେ, ଭାରତର ଅନେକ ସହରରେ ବିସ୍ଫୋରଣ ଘଟାଇବା ପାଇଁ ଜୈସ ସହ ଜଡ଼ିତ ହ୍ୱାଇଟ୍ କଲର୍ ଆତଙ୍କବାଦୀ ମଡ୍ୟୁଲ୍ ଏକ ଘୃଣ୍ୟ ଷଡ୍ଯନ୍ତ୍ର କରିଥିଲା।
ଜଣେ ଆତଙ୍କବାଦୀ ଅଭିଯୁକ୍ତ ସ୍ୱୀକାର କରିଛି ଯେ ୨୦୨୩ରେ ଏହି ଷଡ୍ଯନ୍ତ୍ର କରାଯାଇଥିଲା। ଆତ୍ମଘାତୀ ବିସ୍ଫୋରଣକାରୀ ଉମର ମହମ୍ମଦର ସହଯୋଗୀ ଡାକ୍ତର ମୁଜାମିଲ ଶକିଲ ଜାତୀୟ ତଦନ୍ତକାରୀ ଏଜେନ୍ସି ଦ୍ୱାରା ପଚରାଉଚରା ସମୟରେ କହିଛି ଯେ ସେ ଦୁଇବର୍ଷ ଧରି ବିସ୍ଫୋରଣ ପାଇଁ ପ୍ରସ୍ତୁତ ହେଉଥିଲା। ଏହି ଦୁଇ ବର୍ଷ ମଧ୍ୟରେ ସେ ବିସ୍ଫୋରକ, ରିମୋଟ୍ ଓ ଅନ୍ୟାନ୍ୟ ବୋମା ତିଆରି ସାମଗ୍ରୀ ସଂଗ୍ରହ କରିଥିଲା। ତେବେ ଏବେବି NIA ତାର ତଦନ୍ତ ଜାରି ରଖିଛି।
ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆଉ ଜଣେ ଇଲେକ୍ଟ୍ରିସିଆନ ଗିରଫ
୨୦୨୫ ନଭେମ୍ବର ୧୦ । ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟଣାର ତଦନ୍ତରେ ଏକ ବଡ଼ ଖୁଲାସା ହୋଇଛି। ଆତଙ୍କବାଦୀ ଉମର ହିଁ ଦିଲ୍ଲୀ କାର ବୋମା ବିସ୍ଫୋରଣ ଘଟାଇଥିଲେ । ଯେଉଁ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories