Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଘୋଡା ଚାଳକଙ୍କ ଠାରୁ ନେଇ ସ୍ଥାନୀୟ ଲୋକଙ୍କୁ ଚାଲିଛି ପଚରାଉଚରା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ଘୋଡା ଚାଳକଙ୍କ ଠାରୁ ନେଇ ସ୍ଥାନୀୟ ଲୋକଙ୍କୁ ଚାଲିଛି ପଚରାଉଚରା

ପହଲଗାମ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାରେ ଅଧିକ ଯାଞ୍ଚ କରିବାକୁ ପହଲଗାମରେ ପହଞ୍ଚିଛନ୍ତି NIA ମହାନିର୍ଦ୍ଦେଶକ ସଦାନନ୍ଦ ଦାତେ। ଗତକାଲି ଘଟଣା ସ୍ଥଳରେ NIA ଟିମ୍ ୭ ଘଣ୍ଟାରୁ ଅଧିକ ସମୟ ଧରି ଯାଞ୍ଚ କରିଥିଲା। ଟିମ୍ ସହିତ ଜମ୍ମୁ କାଶ୍ମୀର ପୋଲିସ ମଧ୍ୟ ରହିଥିଲା। NIA ଟିମ୍‌ ବହୁ ତଥ୍ୟ ସଂଗ୍ରହ କରିଥିବା ଜଣା ପଡିଛି। ଯାହା ଅନ୍ୟ ଲିଙ୍କ ପର୍ଯ୍ୟନ୍ତ ପହଞ୍ଚିବାରେ ସହାୟକ ହେବ। ସେଠାରେ ଥିବା ଘୋଡା ଚାଳକ ଓ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ବାୟସରନ ଘାଟିଠାରୁ ୩ କିଲୋମିଟର ମଧ୍ୟରେ ଲାଗିଥିବା ସିସିଟିଭି ଆଦିକୁ ତନତନ କରି ଯାଞ୍ଚ କରାଯାଉଛି।


ଯେଉଁଥିରୁ ଆତଙ୍କୀଙ୍କ ଗତିବିଧି ଓ ଆଉ କିଏ ଏଥିରେ ସାମିଲ ଅଛନ୍ତି ତାହା ଜାଣିହେବ। ମଙ୍ଗଳବାର NIA ଟିମ୍‌ ପହଲଗାମ ଥାନାରେ ୧୦୦ ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛି। ଏଥିରେ ଜିପଲାଇନ୍ ଅପରେଟର ମୁଜାମ୍ମିଲ ମଧ୍ୟ ସାମିଲ ଅଛି। ଯାହାଙ୍କ ଉପରେ ଆତଙ୍କବାଦୀଙ୍କ ଗୁଳି ଚାଳନା ଶବ୍ଦ ଶୁଣି ତିନି ଥର "ଆଲ୍ଲାହୁ ହୁ ଆକବର" କହିବା ଏବଂ ପର୍ଯ୍ୟଟକଙ୍କୁ ରୋପ ଓ୍ବେକୁ ଛାଡିବାକୁ ନେଇ ପଚରାଉଚରା କରାଯାଇଛି। ସେ କାହିଁକି ଆଲ୍ଲାହୁ ହୁ ଆକବର ଡାକିଥିଲେ ନେଇ ଅଧିକ ଖୋଳତାଡ କରାଯାଉଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ସହ ସଂଗଠନ ରେଜିଷ୍ଟାନ୍ସ ଫ୍ରଣ୍ଟ ଏଥିପାଇଁ ନିଜକୁ ଦାୟୀ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ପାକିସ୍ତାନ ଦ୍ୱାରା ପଞ୍ଜିକୃତ, ପରିଚାଳିତ କିମ୍ବା ଲିଜ୍‌ ନେଇଥିବା ସମସ୍ତ ବିମାନ, ବାଣିଜି୍ୟକ ବିମାନ ଏବଂ ସାମରିକ ବିମାନ ପାଇଁ ଆକାଶ ମାର୍ଗକୁ ବନ୍ଦ କରିଛି ଭାରତ। ଏହା ମେ ୩୧ ପର୍ଯ୍ୟନ୍ତ ଲାଗୁ ରହିଛି।

Sponsored
NIA Director General inspects Pahalgam | Argus News