ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାର ଛାନଭିନ୍ କରୁଛି NIA
·2 years ago·1 min read

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା NIA । କୌଣସି ବିସ୍ଫୋରଣ ସାମଗ୍ରୀ ମିଳି ନଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସିସିଟିଭି ଫୁଟେଜର ପୂରା ସ୍କାନ କରୁଛି NIA ଟିମ୍ ।
ଦୁଇ ଅଭିଯୁକ୍ତ କିଭଳି ଇସ୍ରାଏଲ ଦୂତାବାସ ସାମ୍ନାରେ ପହଞ୍ଚିଲେ ଏବଂ କେଉଁ ରାସ୍ତା ଦେଇ ଆସିଲେ ତାର ତଦନ୍ତ ଚାଲିଛି । ଇସ୍ରାଏଲ୍ ଦୂତାବାସକୁ ଲେଖାଯାଇଥିବା ଧମକପୂର୍ଣ୍ଣ ଚିଠିକୁ ପୋଲିସ ଜବତ କରିଛି । ତେବେ ଘଟଣାସ୍ଥଳରୁ କୌଣସି ବିସ୍ଫୋରଣ ସାମଗ୍ରୀ ମିଳିନାହିଁ । ଏହି ଘଟଣା ପରେ ଦିଲ୍ଲୀରେ ରହୁଥିବା ଇସ୍ରାଏଲୀୟଙ୍କ ପାଇଁ ଜାତୀୟ ସୁରକ୍ଷା ପରିଷଦ ଏକ ଆଡଭାଇଜରି ଜାରି କରିଛି । ଭିଡ଼ ଜମିବା ସ୍ଥାନରୁ ଦୂରେଇ ରହିବା ସହ ସର୍ବସାଧାରଣ ସ୍ଥାନରେ ସତର୍କ ରହିବା ପାଇଁ ଅନୁରୋଧ କରାଯାଇଛି ।
ଆହୁରି ପଢନ୍ତୁ ଭାରତ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: