NIAର ବଡ ଖୁଲାସା; ସ୍ଥାନୀୟ ମହିଳାଙ୍କ ଘରେ ଖାଇଥିଲେ, ଧରାଇ ଦେଇଥିଲେ 5ଟି 500 ଟଙ୍କିଆ ନୋଟ୍

Key Points
ପହଲଗାମ ହମଲାକୁ ନେଇ NIA କରିଛି ଏକ ବଡ଼ ଖୁଲାସା
ଆକ୍ରମଣର ପୂର୍ବ ଦିନ ସ୍ଥାନୀୟ ମହିଳାଙ୍କ ସହାୟତା ନେଇଥିଲେ ଆତଙ୍କବାଦୀ
ସ୍ଥାନୟୀ ମହିଳାଙ୍କ ଘରେ ଖାଇଥିଲେ, ଚାଉଳ ଓ ମସଲା ପ୍ୟାକ୍ କରିଥିଲେ
ହତାରେ ଗୁଞ୍ଜି ଦେଇଥିଲେ 5ଟି 500 ଟଙ୍କିଆ ନୋଟ୍
ପହଲଗାମ ହମଲାକୁ ନେଇ NIA କରିଛି ଏକ ବଡ଼ ଖୁଲାସା । ଆକ୍ରମଣର ପୂର୍ବ ଦିନ ଆତଙ୍କବାଦୀ ଜଣେ ସ୍ଥାନୀୟ ମହିଳାଙ୍କ ସହାୟତା ନେଇଥିବା ଜଣାପଡ଼ିଛି । ଘଟଣାରେ NIA ଆଉ 2 ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ଗିରଫ କରିଛି । ଏପର୍ଯ୍ୟନ୍ତ 50 ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛି NIA । ଗତ ଏପ୍ରିଲ 22 ତାରିଖରେ ଆତଙ୍କବାଦୀମାନେ AK-47 ଏବଂ M4 ରାଇଫଲରେ 26 ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ ।
ତଦନ୍ତକାରୀ ଟିମ୍ କୁ ବୈସରଣ ଭ୍ୟାଲିରୁ କାର୍ଟ୍ରିଜ୍ ମଧ୍ୟ ପାଇଥିଲା । ଆତଙ୍କବାଦୀମାନେ ଆକ୍ରମଣର ୨୪ ଘଣ୍ଟା ପୂର୍ବରୁ ସ୍ଥାନୀୟ ପରଭେଜଙ୍କ ଘରେ ଖାଦ୍ୟ ଖାଇଥିଲେ ଏବଂ ଚାଉଳ ସହିତ ମସଲା ମଧ୍ୟ ପ୍ୟାକ୍ କରିଥିଲେ। ଏହା ବଦଳରେ ଆତଙ୍କବାଦୀମାନେ ପରଭେଜଙ୍କ ସ୍ତ୍ରୀଙ୍କୁ ପାଞ୍ଚ ଶହ ଟଙ୍କିଆ ପାଞ୍ଚଟି ନୋଟ୍ ଦେଇଥିବା NIA ତଦନ୍ତରୁ ଖୁଲାସା ହୋଇଛି । NIA ତଦନ୍ତ ନେଇ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି ବିଜେପି ନେତା ଅମିତ ମାଲବ୍ୟ ।
📱 Get Argus News App
✨ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀର ପହଲଗାମର ବୈଶାରଣ ଘାଟିରେ ନରସଂହାରର କରିଥିଲେ ପାକିସ୍ତାନୀ ଆତଙ୍କବାଦୀ । ଧର୍ମ ପଚାରି ଜଣ ଜଣ କରି ୨୬ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ । ଘଟଣାର ଦିନକ ପରେ ଅର୍ଥାତ ଏପ୍ରିଲ ୨୪ ତାରିଖରେ ଆତଙ୍କବାଦୀଙ୍କୁ ଓ ଆତଙ୍କବାଦୀଙ୍କ ଆଶ୍ରୟଦାତା ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଥିଲେ, ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ । ପ୍ରଥମେ କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ପାକିସ୍ତାନକୁ ପାନେ ଦେବା ପାଇଁ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିଥିଲା ।
ଆକ୍ରମଣର ଠିକ୍ ୧୫ ଦିନ ପରେ ଅର୍ଥାତ ମେ ୭ ତାରିଖ ରାତିରେ ପହଲଗାମର ପ୍ରତିଶୋଧ ନେଲା ଭାରତ । ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କଲେ ଭାରତୀୟ ସେନା । ସୀମା ପାର ନ କରି ଆତଙ୍କବାଦୀଙ୍କୁ ଦିଆଗଲା ମୁହଁତୋଡ଼ ଜବାବ । ଏଥିରେ ଶତାଧିକ ଆତଙ୍କବାଦୀ ନିପାତ ହେଲେ । ଏଥିସହ ଭାରତ ସରକାରଙ୍କ ତରଫରୁ ପାକିସ୍ତାନକୁ ସୂଚନା ଦିଆଗଲା, ଯେ ଭାରତ କେବଳ ଆତଙ୍କବାଦୀଙ୍କୁ ମାରିଛି । ଆତଙ୍କବାଦୀଙ୍କ ଆଡ୍ଡା ଉପରେ ହିଁ ଆକ୍ରମଣ କରିଛି ।