Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମିଡିଆ ଓ ମନୋରଞ୍ଜନ ଶିଳ୍ପକୁ ଆଗକୁ ନେବ ନିଫ୍ଟି ୱେଭ୍ସ ଇଣ୍ଡେକ୍ସ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ମିଡିଆ ଓ ମନୋରଞ୍ଜନ ଶିଳ୍ପକୁ ଆଗକୁ ନେବ ନିଫ୍ଟି ୱେଭ୍ସ ଇଣ୍ଡେକ୍ସ

ଲଞ୍ଚ ହେଲା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE)ର ନିଫ୍ଟି ୱେଭ୍ସ ଇଣ୍ଡେକ୍ସ। ଆନୁଷ୍ଠାନିକ ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଘଣ୍ଟି ବଜାଇ ଏହାର ଶୁଭାରମ୍ଭ କରିଛନ୍ତି। ଯାହା ଭାରତୀୟ ମିଡିଆ, ମନୋରଞ୍ଜନ ଏବଂ ଗେମିଂ ଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ଷ୍ଟକ୍‌ଗୁଡ଼ିକର ପ୍ରଦର୍ଶନକୁ ଆଗକୁ ବଢାଇବାରେ ସହଯୋଗ କରିବ।


ମୁମ୍ବାଇର ଜିଓ ଓ୍ବାର୍ଲଡ ସେଣ୍ଟରରେ ଆୟୋଜିତ ଓ୍ବାର୍ଲଡ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ସମ୍ମିଳନୀରେ ଏହା ଉଦଘାଟିତ ହୋଇଛି। ଏହି ସମ୍ମିଳନୀ ମେ ୧ ତାରିଖରୁ ଆରମ୍ଭ ହୋଇ ମେ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ନିଫ୍ଟି ୱେଭ୍ସ ଇଣ୍ଡେକ୍ସରେ ଗଣମାଧ୍ୟମ, ମନୋରଞ୍ଜନ ଏବଂ ଗେମିଂ ଶିଳ୍ପ ସହିତ ୪୩ ଟି କମ୍ପାନୀ ଯୋଡି ହୋଇ ରହିଛନ୍ତି। ଫିଲ୍ମ, ଟେଲିଭିଜନ, ଡିଜିଟାଲ୍ ପ୍ଲାଟଫର୍ମ, ସଂଗୀତ ଏବଂ ଗେମିଂ, ଗଣମାଧ୍ୟମ ରହିଛନ୍ତି। ନିଫ୍ଟି ୱେଭ୍ସ ଇଣ୍ଡେକ୍ସର ଶୁଭାରମ୍ଭ ଭାରତୀୟ ଆର୍ଥିକ ବଜାରରେ ଏକ ମାଇଲଖୁଣ୍ଟ ହେବାକୁ ଯାଉଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (ଭାରତ ସରକାର) ଙ୍କ ଦ୍ବାରା ଆୟୋଜିତ ହୋଇଥିବା ଏହି ୪ ଦିନିଆ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ। ଯେଉଁ ସମ୍ମିଳନୀରେ ଭାରତୀୟ ଗଣମାଧ୍ୟମ, ମନୋରଞ୍ଜନ ଶିଳ୍ପର ବିକାଶ ଓ ନବସୃଜନକୁ ନେଇ ଆଲୋଚନା କରାଯିବ। ଏହି ସବୁ ଶିଳ୍ପର ବିକାଶକୁ ଦୃଷ୍ଟିରେ ରଖି ନିଫ୍ଟି NSE ପକ୍ଷରୁ ଓ୍ବେଭସ ଲଞ୍ଚ କରାଯାଇଛି। ଓ୍ବେଭସ ହେଉଛି ଭାରତର ମିଡିଆ ଏବଂ ମନୋରଞ୍ଜନ (M&E) ଶିଳ୍ପକୁ ଆଗକୁ ବଢାଇବା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ।


ଏହି ଅବସରରେ ନିଫ୍ଟି ୱେଭ୍ସ ସୂଚକାଙ୍କ ଉପରେ ମତାମତ ଦେଇ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆର ଏମ୍ଡି ଏବଂ ସିଇଓ ଆଶିଷକୁମାର ଚୌହାନ କହିଛନ୍ତି, 'ଆମେ ନିଫ୍ଟି ୱେଭ୍ସ ସୂଚକାଙ୍କ ପ୍ରଚଳନ କରି ଗର୍ବିତ। ଯାହା କାର୍ଯ୍ୟଦକ୍ଷତା ବଢାଇବା ସହ ପ୍ରଗତିକୁ ଗତିଶୀଳ କରିବ। ସେହିଭଳି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି, "ମୁମ୍ବାଇରେ WAVES 2025 ଆୟୋଜନ ହୋଇଥିବାରୁ ମୁଁ ବହୁତ ଖୁସି। ମହାରାଷ୍ଟ୍ର ସରକାର ଏବେ ପର୍ଯ୍ୟନ୍ତ ଯେତେ ଏମଓୟୁ ସ୍ୱାକ୍ଷର କରିଛନ୍ତି, ସେଥିମଧ୍ୟରୁ ଏନଏସଇ ସହିତ ଏମଓୟୁ ସ୍ବାକ୍ଷର ଅଧିକ ଗୁରୁତ୍ବପୂର୍ଣ୍ଣ।

Sponsored
Nifty Waves Index will develop the media and entertainment industry | Argus News