Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜାଣନ୍ତୁ ମେ ମାସରେ କେମିତି ରହିବ ତାତି ?

National

ଜାଣନ୍ତୁ ମେ ମାସରେ କେମିତି ରହିବ ତାତି ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ଜାଣନ୍ତୁ ମେ ମାସରେ କେମିତି ରହିବ ତାତି ?

କାଳ ବୈଶାଖୀ ପ୍ରଭାବରୁ ଅପ୍ରେଲ ମାସରରେ ଗୋଟିଏ ସପ୍ତାହ ଛାଡିଦେଲେ ଅନ୍ୟ ଦିନମାନଙ୍କରେ ଏତେ ଗରମ ଅନୁଭୂତ ହୋଇନଥିଲା। ତେବେ ଏଥର ମେ ମାସରେ ସ୍ବାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର। ଦିନ ସହିତ ରାତି ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ। ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ରାଜସ୍ଥାନ, ହରିୟାଣା, ପଞ୍ଜାବ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ, ଗୁଜରାଟ, ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତର କର୍ଣ୍ଣାଟକର କିଛି ଅଞ୍ଚଳରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଦିନ ସ୍ୱାଭାବିକଠାରୁ ଅଧିକ ରହିବ।


ଏଥିସହ ମେ ମାସରେ ପ୍ରବଳ ଝଡ ବର୍ଷା ହେବାର ସମ୍ଭାବନା ରହିଛି। ଭାରତର ଦକ୍ଷିଣ ଉପଦ୍ୱୀପ ଅନେକ ଅଂଶ ଏବଂ ପୂର୍ବ ଭାରତର କିଛି ଅଂଶକୁ ଛାଡ଼ି ସର୍ବାଧିକ ତାପମାତ୍ରା 'ସ୍ୱାଭାବିକଠାରୁ ଅଧିକ' ରହିବାର ସମ୍ଭାବନା ଅଛି। ସେହିଭଳି ରାତି ତାପମାତ୍ରା ବୃଦ୍ଧି ପାଇବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୀର୍ଘକାଳୀନ ହାରାହାରି ୬୪.୧ ମିମିର ୧୦୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସେ କହିଛନ୍ତି ଯେ ମେ ମାସରେ ବାରମ୍ବାର ବଜ୍ରପାତ ଏବଂ ବର୍ଷା ହେତୁ ତାପମାତ୍ରା ୨୦୨୪ ସ୍ତର ଉପରକୁ ବଢ଼ିବାର ସମ୍ଭାବନା ନାହିଁ। ସେପଟେ ଉତ୍ତର ଭାରତରେ ବର୍ଷା ସ୍ୱାଭାବିକଠାରୁ ଅଧିକ ହେବାର ଆଶଙ୍କା ରହିଛି।


ଅନ୍ୟପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଚଳିତ ବର୍ଷ ବର୍ଷା ଦିନରେ ମଧ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ବରିଷ୍ଠ ପାଣିପାଗ ବିଶାରଦ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ଜୁଲାଇ ମାସରୁ ଅଗଷ୍ଟ ଯାଏ କମ୍‌ ବର୍ଷା ହେବ। ଏହି ସମୟରେ ମଧ୍ୟ ଗୁଳୁଗୁଳି ହେବ। ଜୁନ୍‌ ମାସରେ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଅଧିକ ଗରମ ହେବ।

Sponsored
Night temperatures will be higher than day temperatures in May | Argus News