Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Goa Fire Mishap / ନାଇଟ୍ କ୍ଲବର ସହ-ମାଲିକ ଅଜୟ ଗୁପ୍ତା ଗିରଫ

Rashmita Mishra
Browse all articles by Rashmita Mishra
·7 months ago·2 min read
ନାଇଟ୍ କ୍ଲବର ସହ-ମାଲିକ ଅଜୟ ଗୁପ୍ତା ଗିରଫ
Goa Fire Mishap

Key Points

ନାଇଟ୍ କ୍ଲବର ସହ-ମାଲିକ ଅଜୟ ଗୁପ୍ତାଙ୍କୁ ଗିରଫ କରିଛି ପୋଲିସ ।
ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ପୋଲିସକୁ ବଡ ସଫଳତା । 

ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ପୋଲିସକୁ ବଡ ସଫଳତା । ନାଇଟ୍ କ୍ଲବର ସହ-ମାଲିକ ଅଜୟ ଗୁପ୍ତାଙ୍କୁ ଗିରଫ କରିଛି ପୋଲିସ । ସେ ବିରଚ୍ ବାଏ ରୋମିଓ କ୍ଲବର ୪ଜଣ ମାଲିକଙ୍କ ମଧ୍ୟରୁ ଜଣେ ।

ପ୍ରଥମେ ଗୋଆ ପୋଲିସ ପକ୍ଷରୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା । ଅଜୟ ଗୁପ୍ତାଙ୍କ ସହ ଅନ୍ୟତମ ମାଲିକ ସୁରିନ୍ଦର କୁମାର ଖୋସଲାଙ୍କୁ ପୋଲିସ ଧରିବା ପାଇଁ ଅନେକ ସ୍ଥାନରେ ରେଡ୍ କରୁଥିଲା । ତେବେ ଅଜୟଙ୍କୁ ଗିରଫ କରାଯାଇଛି । ମାମଲାରେ ତାଙ୍କୁ ଗିରଫ କରାଯିବା ପରେ ଗିରଫଦାରୀ ସଂଖ୍ୟା ୬କୁ ବଢିଛି ।

ପୋଲିସର କହିବାନୁସାରେ, ନାଇଟ୍ କ୍ଲବର ଅଗ୍ନିକାଣ୍ଡ ପରେ ଅଜୟଙ୍କୁ ଧରିବା ପାଇଁ ଦିଲ୍ଲୀରେ ରେଡ୍ ହୋଇଥିଲା । କିନ୍ତୁ ସେ ତାଙ୍କ ବାସଭବନରେ ନଥିଲେ । କିନ୍ତୁ ଦିଲ୍ଲୀର ଅନ୍ୟ ଏକ ସ୍ଥାନରୁ ତାଙ୍କୁ ଗିରଫ କରାଯାଇଛି । ଅନ୍ୟ ଦିଗରେ ସୌରଭ ଲୁଥ୍ରା ଏବଂ ଗୌରବ ଲୁଥ୍ରା ଏବେ ଫେରାର ଅଛନ୍ତି । ସେମାନଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଗୋଆ ଆରପୋରାରେ ଥିବା ନାଇଟ୍ କ୍ଲବ 'ବର୍ଚ୍ଚ ବାଏ ରୋମିଓ ଲେନ୍'ରେ ଭୟଙ୍କର ଅଗ୍ନିକାଣ୍ଡ। ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ୨୫ ଜଣ ଜୀବନ୍ତ ଦଗ୍ଧ। ଏହା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୮ରୁ ୧୯ ଜଣ କର୍ମଚାରୀ ଥିବା ଜଣାପଡ଼ିଛି। ୪ ପର୍ଯ୍ୟଟକ ବି ଏହି ଅଘଟଣରେ ପ୍ରାଣ ହରାଇବା ସହ ଗୁରୁତର ଭାବେ ଆହତ ହୋଇଛନ୍ତି।

ନାଇଟ୍ କ୍ଲବ୍ ଅଗ୍ନି ନିରାପତ୍ତା ନିୟମ ପାଳନ କରି ନଥିଲା। ଅଧିକାଂଶ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି। ୨୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ତିନିରୁ ଚାରି ଜଣ ପର୍ଯ୍ୟଟକ ଅଛନ୍ତି। ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଗୋଆ ପୋଲିସ ଅନୁସାରେ ଅବହେଳା ଓ ଦାୟିତ୍ବହୀନତା କାରଣରୁ ଘଟିଛି ଦୁର୍ଘଟଣା। ଏବେ ନାଇଟ୍ କ୍ଲବକୁ ସିଲ୍ କରାଯାଇଛି ଏବଂ ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି ।

ଗୋଆ ପୋଲିସ ସୂତ୍ର ଅନୁଯାୟୀ, ଅଗ୍ନିକାଣ୍ଡ ଘଟିବା ରାତିରେ ହିଁ ଗୌରବ ଓ ସୌରଭ ଲୁଥ୍ରା ମୁମ୍ବାଇରୁ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ସେମାନେ ଇଣ୍ଡିଗୋ ବିମାନରେ ଫୁକେଟ୍ ଯାଇଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, "ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଗୋଆ ପୁଲିସ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ମାଧ୍ୟମରେ ଇଣ୍ଟରପୋଲ୍ ସହାୟତା ନେବାକୁ ପଦକ୍ଷେପ ନେଇଛି" ।

ଅଧିକ ପଢ଼ନ୍ତୁ ଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Goa Fire Mishap | Nightclub Co-Owner Ajay Gupta Arrested | Latest Breaking News Update | Argus News