Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମେଡିକାଲ ବେଡ୍‌ରେ ବାପା, ICUରେ ହେଲା ବାହାଘର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମେଡିକାଲ ବେଡ୍‌ରେ ବାପା, ICUରେ ହେଲା ବାହାଘର

Key Points

  • ମେଡିକାଲ ବେଡ୍‌ରେ ବାପା, ICUରେ ହେଲା ବାହାଘର
  • ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ: ବାହାଘର । ସମସ୍ତଙ୍କ ଲାଗି ଏହି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଦିନ । ପ୍ରତିଟି ମଣିଷ ନିଜର ବାହାଘର ଦିନକୁ ବେଶ ସ୍ମରଣୀୟ କରିବାକୁ ଚେଷ୍ଟା କରନ୍ତି । କରିବା ବି ସ୍ଵାଭାବିକ କଥା । ହେଲେ ଥରେ ଚିନ୍ତା କରନ୍ତୁ ତ? ବାପା ମେଡିକାଲରେ ଆଇସିୟୁ ବେଡ୍‌ରେ ଥିବେ, ତାଙ୍କ ସାମ୍ନାରେ ଝିଅର ବାହାଘର ହେବ । ସ୍ଥିତି, ପରସ୍ଥିତି କେମିତି ଥିବ ? ଅବଶ୍ୟ କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଭାବିପାରନ୍ତି, ଏମିତି କେମିତି ହେଲା ? ହେଲେ ଘଟଣା ପୂରା ସତ । କାରଣ ଏମିତି କିଛି ଦୃଶ୍ୟ ଆସିଛି ଲକ୍ଷ୍ମୌରୁ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଆଇସିୟୁରେ ଚାଲିଛି ବାହାଘର । ବେଡ୍‌ ଉପରେ ବାପା ଶୋଇଛନ୍ତି, ଦୁଇ ଝିଅର ବାହାଘର ହେଉଛି । ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ମୌ ଚୌକରେ ରହୁଥିବା ମହମ୍ମଦ ଇକବାଲଙ୍କ ଏମାନେ ହେଉଛନ୍ତି ଦୁଇଝିଅ । ଇକବାଲ ନିଜର ଦୁଇଝିଅଙ୍କ ବିବାହ ସ୍ଥିର କରି ସାରିଥିବା ବେଳେ ଅସୁସ୍ଥତା କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ିଥିଲା । ମେଡିକାଲରେ ଭର୍ତ୍ତି ହେବା ପରେ ଧୀରେଧୀରେ ଇକବାଲଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧାରିବା ବଦଳରେ ବିଗିଡ଼ିଥିଲା । ମୁଣ୍ଡ ଉପରେ ବାହାଘର, ଦୁଇ ଝିଅଙ୍କ ଗୋଟିଏ ଚିନ୍ତା ବାପା କେମିତି ଭଲ ହେବେ । ହେଲେ ଦିନ ଯେତିକି ଯେତିକି ଗଡ଼ିଥିଲା ତାଙ୍କ ସ୍ଵାସ୍ଥ୍ୟବସ୍ଥା ସେତିକି ସେତିକି ଖରାପ ହେଲା । ଏମିତି ସ୍ଥିତିରେ ଦୁଇ ଝିଅ କହିଥିଲେ କି, ବିବାହ ତାରିଖ ଘୁଂଚାଇବା ଲାଗି । ହେଲେ ବାପା ରାଜି ହୋଇନଥିଲେ । ଖାଲି ରାଜି ହୋଇନଥିଲେ ତାହା ନୁହେଁ ବରଂ ନିର୍ଦ୍ଧାରିତ ତାରିଖରେ ହିଁ ବାହାଘର ହେବ ବୋଲି ଜିଦ୍ କରିଥିଲେ । 

ସାଧାରଣତଃ ପ୍ରତ୍ୟେକ ଝିଅ ବାପାଙ୍କୁ ଅଧିକ ଭଲ ପାଆନ୍ତି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଲକ୍ଷ୍ନୌରେ । କାରଣ କେବଳ ବାପାଙ୍କ ମନ ରଖିବା ପାଇଁ ବିନା କୌଣସି ଆଡମ୍ବରରେ ବାହାଘର ପାଇଁ ରାଜି ହୋଇ ଯାଇଛନ୍ତି ଏଇ ଦୁଇ ଝିଅ ।  କଥା ହେଲା ଆଇସିୟୁରେ ବାହାଘର ପାଇଁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ଆଣିଥିଲେ ପରିବାର ଲୋକ । ପରେ ପରେ ବରପକ୍ଷଙ୍କ ସହ ଆଲୋଚନା କରାଯାଇଥିଲା । ଏମିତି ବାହାଘର ପାଇଁ ସେମାନେ ବି ରାଜି ହୋଇଥିଲେ । ବାସ୍‌ ଏହାପରେ ଆଇସିୟୁରେ ଆରମ୍ଭ ହୋଇଥିଲା ବାହାଘର । କଥା ହେଲା ଏମିତି ସ୍ଥିତିରେ ବାପାଙ୍କ ସାମ୍ନାରେ ଦୁଇଝିଅଙ୍କ ବିବାହ ଦେଖି ଖୁସି ଯେତିକି ହୋଇଥିଲେ ଶାଶୂଘରକୁ ବିଦା କରିବା ବେଳେ ସେତିକି ଭାବବିହ୍ଵଳ ବି ହୋଇପଡ଼ିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମିଳିଥିବା ସୂଚନା ଅନୁସାରେ, ଦୁଇଝିଅ ଏବେ ଶାଶୂଘରେ ଥିବା ‌ବେଳେ ଇକବାଲ ଆଇସିୟୁରେ ଭର୍ତ୍ତି ଅଛନ୍ତି । ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ତେବେ ଦେହ ଖରାପ ପରେ ବି ମେଡ଼ିକାଲରେ ବାହାଘର ହୋଇଥିବାରୁ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି । 

Sponsored
Bhubaneswar | Argus News