Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ୟେମେନରେ କେରଳର ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ୟେମେନରେ କେରଳର ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ

Key Points

ୟେମେନରେ କେରଳର ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ

ଭାରତ ପାଇଁ ଏହା ଏକ ବଡ଼ ବିଜୟ

ୟେମେନରେ କେରଳର ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ । ଭାରତ ପାଇଁ ଏହା ଏକ ବଡ଼ ବିଜୟ । ୟେମେନରେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ରାଜଧାନୀ ସାନାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭାରତୀୟ ଗ୍ରାଣ୍ଡ ମୁଫତି ମୁସଲିୟାରଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି । ତଥାପି, ବିବୃତ୍ତିରେ କୁହାଯାଇଛି ଯେ ୟେମେନ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସରକାରୀ ସ୍ଥରରେ ଘୋଷଣା କରାଯାଇନାହିଁ । ନିମିଶା ପ୍ରିୟାଙ୍କ ମାମଲା ୨୦୧୮ ମସିହାରୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା । କେରଳର ୩୪ ବର୍ଷୀୟ ନର୍ସ ନିମିଶା ପ୍ରିୟା । ୨୦୦୮ ମସିହାରେ ଚାକିରି ଖୋଜିବା ପାଇଁ ୟେମେନ ଯାଇଥିଲେ ।


ୟେମେନର ରାଜଧାନୀ ସାନାରେ, ତାଙ୍କର ଜଣେ ସ୍ଥାନୀୟ ନାଗରିକ ତଲାଲ ଆବଦୋ ମହଦିଙ୍କ ସହ ସାକ୍ଷାତ ହୋଇଥିଲା । ଯାହାଙ୍କ ସହଭାଗୀତାରେ ସେଠାରେ ଏକ କ୍ଲିନିକ୍ ଆରମ୍ଭ କରିଥିଲେ । ପରବର୍ତ୍ତି ସମୟରେ ମାତ୍ରାଧିକ ମେଡିସିନ ଡୋଜ ନେଇଥିବାରୁ ମହଦିଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୨୦୧୮ ମସିହାରେ ନିମିଶାଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ୨୦୨୦ ମସିହାରେ ୟେମେନି କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored