Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୟେମେନରେ କେମିତି ଫଶିଲେ ନିମିଷା , ଜାଣନ୍ତୁ ପୁରା କାହାଣୀ...

National

ୟେମେନରେ କେମିତି ଫଶିଲେ ନିମିଷା , ଜାଣନ୍ତୁ ପୁରା କାହାଣୀ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ୟେମେନରେ କେମିତି ଫଶିଲେ ନିମିଷା , ଜାଣନ୍ତୁ ପୁରା କାହାଣୀ...

Key Points

ନିମିଷା ପ୍ରିୟାଙ୍କୁ ୟେମେନରେ ମିଳିବ ଫାଶୀ !
ନିମିଷାଙ୍କୁ ବଞ୍ଚାଇପାରିବ ତ ଭାରତ ସରକାର !
ୟେମେନରେ କେମିତି ଫଶିଲେ ନିମିଶା ?

ଅର୍ଗସ ବ୍ୟୁରୋ : ୟେମେନରେ ଫାଶୀ ପାଇବେ ନିମିଷା । ଏନେଇ ଘୋଷଣା କରିଛନ୍ତି ୟେମେନ ସରକାର । ହେଲେ ଭାରତ ସରକାର ମଧ୍ୟ ଚାହୁଁଛନ୍ତି ତାଙ୍କୁ ୟେମେନର ମୃତ୍ୟୁଦଣ୍ଡରୁ ମୁକ୍ତ କରିବା ପାଇଁ । ହେଲେ ନିମିଷା ପ୍ରକୃତରେ କାହିଁକି ମୃତ୍ୟୁଦଣ୍ଡର ଆଦେଶ ପାଇଲେ, ୟେମେନରେ କିପରି ଫଶିଲେ, ଆସନ୍ତୁ ଜାଣିବା ତାର ପୁରା କାହାଣୀ ।

ନିମିଷା ପ୍ରିୟା କେରଳର ବାସିନ୍ଦା ଅଟନ୍ତି । ସେ ପିଲାଦିନୁ ଗରିବ ପରିବାରରେ ଜନ୍ମ ହୋଇଥିଲେ । ହେଲେ ପିଲାଦିନୁ ତାଙ୍କୁ ନର୍ସ ହେବାରେ ଇଚ୍ଛା ଥିଲା । ସେଥିପାଇଁ ସେ ଭାରତ ବାହାରକୁ ଯିବାକୁ ଇଚ୍ଛା କରିଥିଲେ ନର୍ସ ଭାବେ ଚାକିରି କରିବା ପାଇଁ । ୨୦୦୮ରେ ସେ ୟେମେନର ଏକ ସରକାରୀ ହସ୍ପିଟାଲରେ ନର୍ସ ଭାବେ କାମ କରିବା ଆରମ୍ଭ କରିଥିଲେ । ତାଙ୍କର ଆଶା ଥିଲା ସେ ନିଜର କ୍ୟାରିଅର ଖୁବ ଭଲ କରିପାରିବେ ।

ସେହି ହସ୍ପିଟାଲରେ ସେ ୬ ବର୍ଷ ପାଇଁ କାମ କରିଥିଲେ । ୨୦୧୪ରେ ସେ ଚାହିଁଥିଲେ ୟେମେନରେ ନିଜର ଗୋଟେ କ୍ଲିନିକ୍ ଆରମ୍ଭ କରିବା ପାଇଁ । ଯେଉଁଥିରେ ତାଙ୍କ ସ୍ବାମୀ ତାଙ୍କୁ ଖୁବ ସାହାଯ୍ୟ କରିଥିଲେ । ହେଲେ ୟେମେନର ଲ ଅନୁସାରେ , ଯଦି ଜଣେ ବିଦେଶୀ ୟେମେନରେ ନିଜର ବିଜନେସ ଆରମ୍ଭ କରନ୍ତି , ତେବେ ୟେମେନର ଜଣେ ନାଗରିକ ହିଁ ତାଙ୍କର ବିଜନେସ ପାର୍ଟନର ହୋଇପାରିବେ ।ଏହାପରେ ମନିଷାଙ୍କ ବିଜନେସ ପାର୍ଟନର ଭାବେ ମନିଷାଙ୍କୁ ଭେଟ ହୋଇଥିଲେ ତଲାଲ ଅବଦୁ । ତଲାଲ ଅବଦୁ ବିଜନେସ ପାର୍ଟନର ଭାବେ ମନିଷାଙ୍କୁ ଟର୍ଚ୍ଚର କରିବା ଆରମ୍ଭ କରିଥିଲେ । ସେ ସବୁ ଆଡେ ନିଜକୁ ମନିଷାଙ୍କ ପତି ବୋଲି କହୁଥିଲେ ।

ଏହାକୁ ନେଇ ନିମିଷା ଅନେକ ଥର ପୋଲିସଙ୍କୁ ଅଭିଯୋଗ କରିଥିଲେ । ହେଲେ ସେତେବେଳେ ୟେମେନର ଗୃହଯୁଦ୍ଧ ଚାଲିଥିବାରୁ ସେଠାରେ କୌଣସି ପ୍ରଶାସନ ଠିକ ଭାବେ କାମ କରି ପାରୁନଥିଲେ । ସେଥିପାଇଁ ନିଜର ପାସପୋର୍ଟ ଏବଂ ସମସ୍ତ ଡକ୍ୟୁମେଣ୍ଟ ସହ ଭାରତ ଯିବାକୁ ସ୍ଥିର କରିଥିଲେ ମନିଷା । ହେଲେ ସବୁକିଛି ତଲାଲ ଅବଦୁ ପାଖରେ ଥିବାରୁ ସେ ତାଙ୍କୁ ନିଶା ମେଡିସିନ ଦେଇ ସେଠାରୁ ଫେରାର ହେଇଯିବାର ବ୍ୟବସ୍ଥା କରିଥିଲେ । ହେଲେ ସେ ମେଡିସିନ ଏତେ ଅଧିକ ଥିଲା ଯେ ସେଥିରେ ସେହି ତଲାଲ ଅବଦୁଙ୍କ ମୃତ୍ୟୁ ହୋଇଥିଲା ।

ଆଉ ଏହାପରେ ସେ ଫେରାର ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ସାଉଦି ଆରବ ବର୍ଡର ପାଖରେ ତାଙ୍କୁ ବନ୍ଦି କରାଯାଇଥିଲା । ୨୦୧୭ରୁ ସେ ବନ୍ଦି ହୋଇ ୟେମେନରେ ଅଛନ୍ତି । ଏବଂ ବର୍ତ୍ତମାନ ତାଙ୍କୁ ୟେମେନ ସରକାରଙ୍କ ପକ୍ଷରୁ ଫାଶୀ ଦିଆଯିବା ନେଇ ଘୋଷଣା କରାଯାଇଛି ।
ତେବେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ଯଦି ନିମିଷାଙ୍କ ପରିବାର ନଚେତ ଭାରତ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଏ , ତେବେ ଏହି ମୃତ୍ୟୁ ଆଦେଶକୁ ହଟାଇ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଭାରତ ସରକାର ନିମିଷାଙ୍କୁ ଦଣ୍ଡମୁକ୍ତ କରିବା ପାଇଁ ନିଜର ଚେଷ୍ଟା ଜାରି ରଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Nimisha Priya will be hanged in Yemen | Argus News