ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲା, ନେହଲ ମୋଦୀ ଗିରଫ
·1 year ago

Key Points
ଆମେରିକାରେ ଗିରଫ ହେଲେ ନୀରବ ମୋଦୀଙ୍କ ଭାଇ ନେହଲ ମୋଦୀ
ଜୁଲାଇ 4ରେ ନେହଲ ଦୀପକ ମୋଦିକୁ ଗିରଫ କରିଛି ପୋଲିସ
ଆମେରିକାରେ ଗିରଫ ହେଲେ ନୀରବ ମୋଦୀଙ୍କ ଭାଇ ନେହଲ ମୋଦୀ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାର ଅଭିଯୁକ୍ତ ନୀରବ ମୋଦିର ଭାଇ ନେହଲ ଦୀପକ ମୋଦିକୁ ଆମେରିକାରେ ଗିରଫ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ଏବଂ ସିବିଆଇର ମିଳିତ ଅନୁରୋଧ ପରେ ଆମେରିକାର ନ୍ୟାୟ ବିଭାଗ ଜୁଲାଇ 4ରେ ନେହଲ ଦୀପକ ମୋଦିକୁ ଗିରଫ କରିଛି।
ପିଏନବି ଋଣ ଠକେଇ ମାମଲା ଏବଂ ଏଲଏଲଡି ଡାଇମଣ୍ଡସ୍ ୟୁଏସଏ ସହ ଜଡିତ ୨.୬ ନିୟୁତ ଡଲାର ଠକେଇ ମାମଲାରେ ତାଙ୍କ ସମ୍ପୃକ୍ତି ନେଇ ଆମେରିକାରେ ଗିରଫ କରାଯାଇଛି। ଗିରଫ ପରେ ବର୍ତ୍ତମାନ ତାଙ୍କୁ ଆମେରିକାରୁ ପ୍ରତ୍ୟାର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନେକ ଦିନ ଧରି ଏହି ମାମଲା ଖୋଳତାଡ କରୁଥିଲା ପୋଲିସ। ଶେଷରେ ଗିରଫ ହେଲା ନୀରବ ମୋଦୀଙ୍କ ଭାଇ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: