Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ୍ରମାଗତ ଷଷ୍ଠ ଥର ପାଇଁ IIT ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ

Smruti Parija
Browse all articles by Smruti Parija
·1 year ago·3 min read
କ୍ରମାଗତ ଷଷ୍ଠ ଥର ପାଇଁ IIT ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ

ଅର୍ଗସ ବ୍ୟୁରୋ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ । କ୍ରମାଗତ ଷଷ୍ଠ ଥର ପାଇଁ IIT ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି । ୯ମ ଥର ପାଇଁ ଶ୍ରେଷ୍ଠ ଇଂଜିନିୟରିଂ କଲେଜ ମଧ୍ୟ ହେଲା IIT ମାଡ୍ରାସ । ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଶ୍ରେଷ୍ଠ ୟୁନିଭର୍ସିଟି ଭାବରେ ବିବେଚିତ ହୋଇଛି । ୩ ଟି ନୂଆ କାଟାଗୋରୀ ସହ ଏଥର ୧୬ଟି କାଟାଗୋରୀରେ ରାକିଂ ପ୍ରକାଶ ପାଇଛି । 

ପୂର୍ବ ବର୍ଷ ୧୩ ଟି କାଟାଗୋରୀରେ ରାଙ୍କ୍ ମିଳିଥିଲା । ଚଳତବର୍ଷ ନୂତନ ଭାବେ ଆଉ ୩ ଟି କାଟାଗୋରୀରେ ରାଙ୍କ୍ ଘୋଷଣା ହୋଇଛି । ଷ୍ଟେଟ୍ ୟୁନିଭରସିଟି ରାଙ୍କିଂ , ସ୍କିଲ୍ ୟୁନିଭରସିଟି ରାଙ୍କିଂ , ଓପନ୍ ୟୁନିଭରସିଟି ରାଙ୍କିଂ । 

IRF ଇଣ୍ଡିଆ ରାଙ୍କିଂ ର ନବମ ସଂସ୍କରଣ ୨୦୨୪  ଭାରତ ମଣ୍ଡପମ୍ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଚଳିତ ବର୍ଷ 16 ଟି କାଟାଗୋରୀରେ NIRF ରାଙ୍କ୍ ପୁରସ୍କାର ପ୍ରଦାନ କରାଯାଇଛି ।

ଏଥିପାଇଁ ଚଳିତ ବର୍ଷ 10885 ଆପ୍ଲିକେସନ ଆସିଥିଲା । 2023 ରେ 13 ଟି କାଟାଗୋରୀରେ ରାଙ୍କ୍ ଥିବାବେଳେ 2024 ରେ 3 ଟି ନୂଆ କାଟାଗୋରୀକୁ ପୁରସ୍କୃତ କରାଯାଇଛି ।
ବିଭିନ୍ନ ଷ୍ଟ୍ରିମ୍ ରେ ଦେଶର ପ୍ରଥମ 10 ଟି ଉତ୍କୃଷ୍ଟ ବିଶ୍ଵବିଦ୍ୟାଳୟକୁ ପୁରସ୍କୃତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହି ସମାରୋହରେ ଅତିଥି ଭାବେ ମିନିଷ୍ଟର୍ ଅଫ୍ ଷ୍ଟେଟ୍ ଏଜୁକେସନ ସୁକାନ୍ତ ମଜୁମଦାର, ସଚିବ ସଞ୍ଜୟ ମୂର୍ତ୍ତି, ୟୁଜିସି ଚେୟାରମ୍ୟାନ ଜଗଦୀଶ କୁମାର, AICTE ଚେୟାରମ୍ୟାନ ଟି ଜି ସୀତାରମ, ଏନବିଏ ପ୍ରଫେସନ ସହସ୍ର ବୁଧେ ପ୍ରମୁଖ ଉପସ୍ଥିତ ଥିଲେ । 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ବପ୍ରଥମେ ଶିକ୍ଷା ବିଭାଗ ଏନବିଏକୁ ଧନ୍ୟବାଦ୍ ଦେଇଥିଲେ ।  ଚଳତବର୍ଷ 6500 ଇନଷ୍ଟିଚ୍ୟୁଟ୍ ରାକିଂରେ ଭାଗ ନେଇଛନ୍ତି । ଏହାସହ 10885 ବିଭିନ୍ନ ଷ୍ଟ୍ରିମ୍ ର ବିଭିନ୍ନ କାଟାଗୋରୀରେ  ଭାଗ ନେଇଥିଲେ । ବାଇନାରୀ ଏକ୍ରିଡେସନ ପଲିସି କୁ ଖୁବ ଶୀଘ୍ର ପବ୍ଲିକ୍ ଡୋମେନ୍ ରେ ଆଣିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । 

ବିଦ୍ୟାର୍ଥୀର ଜାଣିବାର ଆବଶ୍ୟକତା ଅଛି ସେମାନେ କେଉଁ ଶିକ୍ଷାନୁଷ୍ଠାନରେ ପଢୁଛନ୍ତି । ସବିଶେଷ ତଥ୍ୟ ବିଦ୍ୟାର୍ଥୀଙ୍କ ପାଖରେ ରହିବା ଆବଶ୍ୟକ । ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ରାଙ୍କିଂ ରେ ନିଜକୁ ସାମିଲ କରିବାର ଆବଶ୍ୟକତା ରହିଛି । ଆଜିର ଯୁଗରେ ଦକ୍ଷତାର ଆବଶ୍ୟକତା ଡିଗ୍ରୀ ରୁ ମଧ୍ୟ ଅଧିକ ରହିଛି । Naac ର ରାଙ୍କିଂ  ବିଜ୍ଞାପନର ବିଷୟ ନ ହେଉ । ବିଦ୍ୟାର୍ଥୀଙ୍କ ସର୍ବାଙ୍ଗୀନ ବିକାଶ ହେବା ଉଚିତ୍ ବୋଲି କେନ୍ଦ୍ରଶିକ୍ଷା ମନ୍ତ୍ରୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଇଣ୍ଡିଆ ରାଙ୍କିଂ  ଟପ୍ 100 ବିଶ୍ୱବିଦ୍ୟାଳୟ ମଧ୍ୟରୁ ସୋଆ 14 ନମ୍ବର ରାଙ୍କ୍ ରେ ରହିଛି । KIIT 15 ନମ୍ବର ରାଙ୍କ୍ ରେ ରହିଛି । ସେହିପରି ଟପ୍ 50 ଷ୍ଟେଟ୍ ପବ୍ଲିକ୍ ୟୁନିଭରସିଟି ମଧ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟ 42 ନମ୍ବର ସ୍ଥାନ ପାଇଛି । ଟପ୍ 50 ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ମଧ୍ୟରୁ ଓଡିଶାର ରାଉରକେଲା 30ନଂ ରାଙ୍କ୍ ରେ ସ୍ଥାନ ପାଇଛି।

Top 100 ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟରୁ ଓଡିଶାରୁ NIT ରାଉରକେଲା 19 ନମ୍ବର ସ୍ଥାନ ପାଇଛି । ସୋଆ 26, KIIT 37, IIT bbsr 54, CV raman global university 96 ରାଙ୍କ୍ ରେ ସ୍ଥାନ ପାଇଛି । 

Top 100 ମ୍ୟାନେଜମେଣ୍ଟରୁ Xim ୟୁନିଭର୍ସିଟି 43 ନମ୍ବର ରାଙ୍କ୍ ,IIM ସମ୍ବଲପୁର 50ରେ ରହିଛି ।
International mangemnet institute 61, ସୋଆ 62, KIIT 67 ସ୍ଥାନରେ ରହିଛି । 

Top 40  law ୟୁନିଭର୍ସିଟି ଭିତରୁ ଓଡିଶାରୁ ସୋଆ 9 ନମ୍ବର ସ୍ଥାନରେ ରହିଛି । KIIT 11, National law ୟୁନିଭେର୍ସିଟି କଟକ  26 ସ୍ଥାନ ପାଇଛି ।

Top 40 ଡେଣ୍ଟାଲ୍ ଭିତରୁ ସୋଆ 9 ରାଙ୍କ୍ , KIIT 22 ରେ ରହିଛି ।

Top 40 କୃଷି ବିଶ୍ୱବିଦ୍ୟାଳୟ ମଧ୍ୟରୁ OUAT 15 ସ୍ଥାନ ପାଇଛି ।
 

Sponsored
NIRF 2024: IIT Madras tops rankings for 6th straight year | Argus News