Nirmala Sitharaman saree / ଏଥର ବଜେଟ୍ ରେ କେଉଁ ରାଜ୍ୟର ଶାଢ଼ି ପିନ୍ଧିଥିଲେ ନିର୍ମଳା ସୀତାରମଣ, କ’ଣ ରହିଛି ଏହି ଶାଢ଼ିର ବିଶେଷତ୍ୱ
·5 months ago·2 min read

Key Points
ଏଥର ଅର୍ଥମନ୍ତ୍ରୀ ଏକ ହାତବୁଣା ବାଇଗଣୀ କାଞ୍ଜିଭରମ୍ ସିଲ୍କ ଶାଢୀ ପିନ୍ଧିଛନ୍ତି
ଯାହା ତାମିଲନାଡୁର ପ୍ରାଚୀନ ବୟନର ଏକ ପରମ୍ପରା
ଏହି ଶାଢୀରେ ହାଲୁକା ସୁନା ବାଦାମୀ ରଙ୍ଗର ଚେକ୍ , କଫି ବାଦମୀ ବର୍ଡର ରହିଛି

ଲଗାତର ୯ମ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥର ବାଇଗଣୀ ରଙ୍ଗର ଶାଢୀରେ ନଜର ଆସିଛନ୍ତି ନିର୍ମଳା । ସବୁବେଳେ ନିର୍ମଳାଙ୍କ ଶାଢୀକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏଥର ସେ ଏକ ବାଇଗଣୀ ରଙ୍ଗର ଶାଢୀରେ ନଜର ଆସିଛନ୍ତି । ବଜେଟ୍ ରେ ସେ ପିନ୍ଧୁଥିବା ଶାଢୀ ଭାରତର ସଂସ୍କୃତିକୁ ପ୍ରତିଫଳିତ କରେ । ଏଥର ଅର୍ଥମନ୍ତ୍ରୀ ଏକ ହାତବୁଣା ବାଇଗଣୀ କାଞ୍ଜିଭରମ୍ ସିଲ୍କ ଶାଢୀ ପିନ୍ଧିଛନ୍ତି । ଯାହା ତାମିଲନାଡୁର ପ୍ରାଚୀନ ବୟନର ଏକ ପରମ୍ପରା । ଏହି ଶାଢୀରେ ହାଲୁକା ସୁନା ବାଦାମୀ ରଙ୍ଗର ଚେକ୍ , କଫି ବାଦମୀ ବର୍ଡର ରହିଛି । ଯାହା ଦେଖିବାକୁ ଖୁବ ଆକର୍ଷଣୀୟ ଲାଗୁଛି ।
ବାଇଗଣୀ ରଙ୍ଗ କ'ଣ ସୂଚିତ କରେ?
ବାଇଗଣୀକୁ ମହିଳା ସଶକ୍ତିକରଣ, ମର୍ଯ୍ୟାଦା, ନ୍ୟାୟ ଏବଂ ସମାନତାର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ରଙ୍ଗକୁ ଅନ୍ତର୍ଜାତୀୟ ମହିଳା ଦିବସ ଏବଂ ମହିଳା ଅଧିକାର ଆନ୍ଦୋଳନ ସହିତ ମଧ୍ୟ ଜଡିତ କରାଯାଇଛି । ଏହା ସୂଚାଇ ଦିଏ ଯେ ଏହି ବଜେଟ୍ ମହିଳା, ଶିକ୍ଷା, ସ୍ୱାସ୍ଥ୍ୟ କିମ୍ବା ଆର୍ଥିକ ସହାୟତା ପାଇଁ ସ୍ୱତନ୍ତ୍ର ଯୋଜନା ଉପରେ ଧ୍ୟାନ ଦେବ କି ନାହିଁ ।
ପୂର୍ବ ବଜେଟ୍ ସମୟରେ ସେ ମଧୁବନୀ କଳା ଶାଢ଼ୀ ପିନ୍ଧିଥିଲେ । 2025 ବଜେଟ୍ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାରର ମଧୁବନୀ କଳାରେ ସଜ୍ଜିତ ଏକ ଧଳା ରେଶମ ଶାଢ଼ୀ ପିନ୍ଧିଥିଲେ। ଏହି ଶାଢ଼ୀ ତାଙ୍କୁ ପଦ୍ମ ପୁରସ୍କାର ବିଜେତା ଦୁଲାରୀ ଦେବୀ ଉପହାର ଦେଇଥିଲେ । ଏହି ଶାଢ଼ୀରେ ଏକ ମାଛ ଡିଜାଇନ୍ ଥିଲା, ଯାହା ସୁଖ, ସମୃଦ୍ଧି ଏବଂ ଅଭିବୃଦ୍ଧିର ପ୍ରତୀକ।
ପ୍ରତିବର୍ଷ ବଜେଟ୍ ଡେ ଶାଢ଼ି କାହିଁକି ସ୍ୱତନ୍ତ୍ର ହୋଇଥାଏ:
ନିର୍ମଳା ସୀତାରମଣ ଲଗାତାର ନବମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି, ଏବଂ ଏହି ସମୟ ମଧ୍ୟରେ ତାଙ୍କର ଶାଢ଼ି ପସନ୍ଦ ଏକ ପରମ୍ପରା ପାଲଟିଛି। ପୂର୍ବରୁ ୨୦୨୫ ରେ ସେ ବିହାରର ଲୋକକଳାକୁ ଚିତ୍ରିତ କରୁଥିବା ମଧୁବନୀ-ଚିତ୍ରିତ ଶାଢ଼ି ପିନ୍ଧିଥିଲେ। ଏହି ଶାଢ଼ି ତାଙ୍କୁ ପ୍ରସିଦ୍ଧ ମଧୁବନୀ କଳାକାର ଏବଂ ପଦ୍ମ ପୁରସ୍କାର ବିଜେତା ଦୁଲାରୀ ଦେବୀ ଉପହାର ଦେଇଥିଲେ।
ପ୍ରତିବର୍ଷ ତାଙ୍କ ଶାଢ଼ି ଭାରତର ଗୋଟିଏ କିମ୍ବା ଅନ୍ୟ ରାଜ୍ୟରୁ କାରିଗରଙ୍କ କଳା, ବୟନ ଏବଂ କଠିନ ପରିଶ୍ରମକୁ ଜାତୀୟ ସ୍ୱୀକୃତି ପ୍ରଦାନ କରେ। ଏହି କାରଣରୁ ତାଙ୍କ ଶାଢ଼ି କେବଳ ଏକ ପୋଷାକ ନୁହେଁ, ବରଂ ଭାରତର ସାଂସ୍କୃତିକ ଐତିହ୍ୟର ପ୍ରତୀକ ପାଲଟିଛି।
* ନଅ ଥର ବଜେଟରେ ଦୁଇଥର ଓଡ଼ିଶା ଶାଢୀ ପିନ୍ଧିଛନ୍ତି
* ନିର୍ମଳାଙ୍କ ବେଶୀ ପସନ୍ଦ ସମ୍ବଲପୁରୀ ପାଟ
* ସଂସଦରେ ଅନେକ ସମୟରେ ଓଡ଼ିଶା ଲୁକରେ ନଜର ଆସନ୍ତି
* ୨୦୧୯ | ଆନ୍ଧ୍ରପ୍ରଦେଶ: ଗୋଲାପି ମଙ୍ଗଳଗିରି ସିଲ୍କ
* ୨୦୨୦ | ତାମିଲନାଡୁ: ହଳଦିଆ ସିଲ୍କ, ସବୁଜ ବର୍ଡର
* ୨୦୨୧ | ଓଡ଼ିଶା: ନାଲି ବୋମକାଇ
* ୨୦୨୨ | ଓଡ଼ିଶା: କ୍ରିମ୍-ରେଡ୍ ବୋମକାଇ
* ୨୦୨୩ | ପଶ୍ଚିମବଙ୍ଗ: ସବୁଜ କାନ୍ଥା-ଷ୍ଟିଚ୍ ଟସର
* ୨୦୨୪ (ଫେବୃଆରୀ) | ପଶ୍ଚିମବଙ୍ଗ: ନୀଳ କାନ୍ଥା ଟସର (ଅନ୍ତରୀଣ)
* ୨୦୨୪ (ଜୁଲାଇ) | ଆନ୍ଧ୍ର ମଙ୍ଗଳଗିରି ହସ୍ତତନ୍ତ ଶାଢ଼ି
* ୨୦୨୫ | ବିହାର: ମଧୁବନୀ ଶାଢ଼ି (ମାଛ ଡିଜାଇନ୍, ଦୁଲାରୀ ଦେବୀଙ୍କ ଉପହାର)
* ୨୦୨୬ | ତାମିଲନାଡୁ: ବାଇଗଣୀ କାଞ୍ଜିଭରମ୍ ସମୃଦ୍ଧିର ସୁବର୍ଣ୍ଣ ଝଲକ ଓ ମହିଳା ସଶକ୍ତିକରଣ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories