ଆଜି ବଜେଟ୍ ୨୦୨୪: ବ୍ରିଫକେସ୍ ଧରି ନଜର ଆସିଲେ ଅର୍ଥମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆଜି ସଂସଦରେ ହେବ ମଧ୍ୟବର୍ତ୍ତିକାଳୀନ ବଜେଟ୍ ଉପସ୍ଥାପନ । ନିଜର ଷଷ୍ଠ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ । ସକାଳ ୧୧ଟାରେ ଉପସ୍ଥାପନ କରାଯିବ ବଜେଟ । ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ଏକ କାମଚଳା ବଜେଟ ହେବ । ତେବେ ବଜେଟ୍ ପୂର୍ବରୁ ସାମ୍ନକାୁ ଆସିଲା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଫଟୋ । ବ୍ରିଫକେସ୍, ବ୍ଲୁ ଶାଢ଼ୀରେ ନଜର ଆସିଲେ ଅର୍ଥମନ୍ତ୍ରୀ। ବଜେଟ୍ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା। ଦହି, ଚିନି ଖୁଆଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏହି ବଜେଟରେ ଚାଷୀଙ୍କଠାରୁ ଆରମ୍ଭ କରି ମହିଳାଙ୍କ ହିତ ପାଇଁ ଅନେକ କିଛି ବଜେଟ୍ରେ ଉପସ୍ଥାପନା କରିପାରନ୍ତି। ଅଥର୍ମନ୍ତ୍ରୀ ବାହାରକୁ ବାହାରିବା ସମୟର ଫଟୋ ସାମ୍ନାକୁ ଆସିଲା।
ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ର ଏବଂ ଯୋଜନା ଲାଗି ଆବଶ୍ୟକ ପାଣ୍ଠି ପାଇଁ ବଜେଟରେ ବ୍ୟବସ୍ଥା କରାଯିବ । ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବଜେଟରେ ବ୍ୟବସ୍ଥା କରିବେ ।
ଅଧିକ ପଢ଼ନ୍ତୁ ଦେଶ ଖବର: