ଦେଶର ସ୍ବାର୍ଥ ଆଧାରରେ ନିଆଯିବ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Key Points
ଆମେରିକାକୁ ଟାର୍ଗେଟ କଲେ ଡୋନାଲ୍ଡ ଟ୍ରମ୍ପ
ଅର୍ଥମନ୍ତ୍ରୀ କହିଲେ ଆମ ଇଛା
ଦେଶର ସ୍ୱାର୍ଥ ଆଧାରରେ ନିଆଯିବ ନିଷ୍ପତ୍ତି
ସିଧା ସିଧା ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ରୁଷିଆରୁ ତେଲ ନ କିଣିବା ପାଇଁ ଆମେରିକା ଭାରତ ଉପରେ ଲଗାତର ଚାପ ପକାଉଛି। ଏଥିପାଇଁ ଭାରତୀୟ ସାମଗ୍ରୀ ଉପରେ ଜରିମାନା ସ୍ବରୂପ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ମଧ୍ୟ ଲଗାଯାଇଥିଲା। ଏହା ସହିତ ଭାରତ ଉପରେ ଶୁଳ୍କ ଏବେ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏସବୁ ମଧ୍ୟରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ବଡ଼ ବୟାନ ଆସିଛି। ସେ କହିଛନ୍ତି, ଭାରତ ରୁଷିଆଠାରୁ ତେଲ କିଣିବା ଜାରି ରଖିବ। ଆମକୁ ଆମର ଆବଶ୍ୟକତା ଅନୁସାରେ କେଉଁଠାରୁ ତେଲ କିଣିବା ନିଷ୍ପତ୍ତି ନେବାକୁ ପଡ଼ିବ।
ଏହି ନିଷ୍ପତ୍ତି ଦେଶର ସ୍ବାର୍ଥ ଆଧାରରେ ନିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି, ‘ରୁଷିଆଠାରୁ ତେଲ କିଣିବା ବିଷୟରେ ହେଉ କିମ୍ବା ଅନ୍ୟ କିଛି… ଆମେ ଦର, ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ଅନେକ ବିଷୟରେ ଆମର ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନେବୁ। ତେଲ କିଣିବା ବିଦେଶୀ ମୁଦ୍ରା ସହିତ ଜଡିତ, ତେଣୁ ଆମେ ଆମର ସୁବିଧା ଅନୁସାରେ ନିଷ୍ପତ୍ତି ନେବୁ। ଆମେ ନିଶ୍ଚିତ ଭାବରେ ରୁଷିଆରୁ ତେଲ କିଣିବା ଜାରି ରଖିବୁ। ଅର୍ଥମନ୍ତ୍ରୀ କହିଛନ୍ତି, ଭାରତ ଅଶୋଧିତ ତେଲ ଆମଦାନୀରେ ସବୁଠାରୁ ଅଧିକ ଖର୍ଚ୍ଚ କରେ। ଅର୍ଥମନ୍ତ୍ରୀଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆଠାରୁ ତେଲ କିଣି ୟୁକ୍ରେନ ଉପରେ ରୁଷିଆ ଯୁଦ୍ଧକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରୁଛନ୍ତି।
📱 Get Argus News App
✨ଅର୍ଥମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଶକ୍ତି ସମ୍ପର୍କରେ ନିଆଯାଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ଜାତୀୟ ସ୍ବାର୍ଥ ଉପରେ ଆଧାରିତ। ଆମେ କ’ଣ କରିବୁ ନ କରିବୁ ସେ ନିଷ୍ପତ୍ତି ଆମର ବୋଲି ଅର୍ଥମନ୍ତ୍ରୀ ପରୋକ୍ଷରେ ଟ୍ରମ୍ପଙ୍କୁ ଶୁଣାଇ ଦେଇଛନ୍ତି।