Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଧଳା ଶାଢି ପିନ୍ଧି ବଜେଟ୍‌ ଉପସ୍ଥାପନ କଲେ ନିର୍ମଳା ସୀତାରମଣ

Ritu Das
Browse all articles by Ritu Das
·1 year ago·2 min read
ଧଳା ଶାଢି ପିନ୍ଧି ବଜେଟ୍‌ ଉପସ୍ଥାପନ କଲେ ନିର୍ମଳା ସୀତାରମଣ

ଅର୍ଗସ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆଜି ପୂର୍ବାହ୍ନ ୧୧ଟାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରୁଛନ୍ତି। କ୍ରମାଗତ ଅଷ୍ଟମ ଥର ପାଇଁ ସେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପୂର୍ବରୁ ସେଠାରେ ପହଞ୍ଚିଛନ୍ତି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ ଉପସ୍ଥିତ ଅଛନ୍ତି। ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ପାଇଁ ବଜେଟରେ ବ୍ୟବସ୍ଥା ରହିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଏହି ୨ ବର୍ଗଙ୍କ ପାଇଁ ଧନର ଦେବୀ ଲକ୍ଷ୍ମୀ ଉଦାର ହେବା ପାଇଁ ସେ ପ୍ରାର୍ଥନା କରିଛନ୍ତି। ସରକାରଙ୍କ ସମାନତା ସହ ଆର୍ଥତ୍କ ଅଭିବୃଦ୍ଧି ନୀତି କାଏମ ରହିବ ବୋଲି ଆଶା କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ବଜେଟ ଉପସ୍ଥାପନ କରିବାବେଳେ ପ୍ରତିଥର ବିଶେଷ ଶାଢିରେ ନଜର ଆସନ୍ତି।


ଚଳିତ ବଜେଟ ପାଇଁ ସେ ଧଳା ରଙ୍ଗର ଶାଢିରେ ଏବଂ ନାଲି ବ୍ଲାଉଜ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଶାଢିର ବର୍ଡରରେ ଗୋଲଡେନ୍‌ କାମ ହୋଇଛି। ଶାଢି ଚୟନରେ ହସ୍ତତନ୍ତ ପ୍ରତି ତାଙ୍କର ପ୍ରେମକୁ ସେ ପ୍ରଦର୍ଶନ କରିଛନ୍ତି। ଏହି ଶାଢି ତାଙ୍କୁ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦୁଲାରୀ ଦେବୀ (୨୦୨୧) ଉପହାର ଦେଇଥିଲେ। ସେ ବଜେଟ ଦିନ ଏହି ଶାଢ଼ି ପିନ୍ଧିବାକୁ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ବର୍ଷ ବର୍ଷ ଧରି ସୀତାରାମନ ବଜେଟ ଦିବସରେ ସର୍ବଦା ହାତବୁଣା ଶାଢ଼ି ପିନ୍ଧୁଛନ୍ତି। ସେ ଭାରତର ସମୃଦ୍ଧ ହସ୍ତତନ୍ତ ଏବଂ କପଡ଼ା ଐତିହ୍ୟକୁ ଜାତୀୟ ମଞ୍ଚରେ ପହଞ୍ଚାଇଛି। ୨୦୧୯ ମସିହାରେ ତାଙ୍କର ପ୍ରଥମ ବଜେଟ ଅଧିବେଶନରେ ସୀତାରମଣ ଏକ ଗୋଲାପୀ ମଙ୍ଗଳଗିରି ସିଲ୍କ ଶାଢ଼ି ପିନ୍ଧିଥିଲେ ଯାହାର ଗୋଲଡେନ୍‌ ବର୍ଡର ଥିଲା।


ଅର୍ଥମନ୍ତ୍ରୀ ୨୦୨୦ ବଜେଟ ପାଇଁ ଏକ ହଳଦିଆ ରେଶମ ଶାଢ଼ି ପିନ୍ଧିଥିଲେ। ହିନ୍ଦୁ ସଂସ୍କୃତିରେ ହଳଦିଆ ରଙ୍ଗକୁ ଶୁଭ ବୋଲି ବିଶ୍ୱାସ କରାଯାଏ ଏବଂ ଏହା ଆଶା ଏବଂ ସମୃଦ୍ଧିର ପ୍ରତୀକ।


୨୦୨୧ ପାଇଁ ବଜେଟ ଉପସ୍ଥାପନ କରିବା ସମୟରେ, ସୀତାରମଣ ଏକ ପୋଚମ୍ପାପଲ୍ଲୀ ସିଲ୍କ ଶାଢ଼ି ପିନ୍ଧିଥିଲେ ଯାହାର ରଙ୍ଗ ଲାଲ ଏବଂ ଧଳା ଥିଲା। ଶାଢ଼ି ମାଧ୍ୟମରେ, ସେ ସ୍ଥାନୀୟ କାରିଗର ଏବଂ ଭାରତୀୟ ବୁଣାକାର ସମ୍ପ୍ରଦାୟ ପ୍ରତି ତାଙ୍କର ସମର୍ଥନ ଦେଖାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅର୍ଥମନ୍ତ୍ରୀ ୨୦୨୨ରେ ଏକ ବୋମକେଇ ପାଟ ଶାଢ଼ି ପିନ୍ଧିଥିଲେ ଯାହା ଆଞ୍ଚଳିକ ହସ୍ତଶିଳ୍ପ ଏବଂ କଳାକୁ ପ୍ରୋତ୍ସାହିତ କରିଥିଲା। ଏହା ଓଡ଼ିଶାର ହସ୍ତତନ୍ତ ଐତିହ୍ୟକୁ ପ୍ରତିନିଧିତ୍ୱ କରେ।


୨୦୨୩ରେ ବଜେଟ ଉପସ୍ଥାପନ କରିବା ସମୟରେ ସିତାରାମନ ଏକ ଲାଲ ରେଶମ ଶାଢ଼ି ପିନ୍ଧିଥିଲେ। ଏହା କର୍ଣ୍ଣାଟକର ଧାରୱାଡ ଅଞ୍ଚଳର କସୁତି ଏମ୍ବ୍ରୋଡୋରୀର ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରୁଥିଲା।


୨୦୨୪ରେ ସିତାରମଣ ଏମ୍ବ୍ରୋଡେରୀ ସହିତ ଏକ ନୀଳ ଟସର ସିଲ୍କ ଶାଢ଼ି ପିନ୍ଧିଥିଲେ, ଯାହା ପଶ୍ଚିମବଙ୍ଗରେ ଏକ ଲୋକପ୍ରିୟ ହସ୍ତଶିଳ୍ପ ସହ ଜଡ଼ିତ।

Sponsored
Nirmala Sitharaman presents budget wearing white saree | Argus News